ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ତୃତୀୟ ଫ୍ୟାକଲ୍ଟି ଡେଭଲପମେଂଟ ପ୍ରୋଗ୍ରାମ୍ ଅନୁଷ୍ଠିତ
ଜୟପୁର, ୧୯ ଅଗଷ୍ଟ (ହି.ସ.) - ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁରରେ ମାନ୍ୟବର କୁଳପତି ପ୍ରଫେସର ହୃଷୀକେଶ ସେନାପତିଙ୍କ ସଭାପତିତ୍ୱରେ ସାପ୍ତାହିକ ଏକାଡେମିଇକ ଫ୍ୟୁକେଲେଟି ଡେଭେଲପମେଂଟ ପ୍ରୋଗ୍ରାମ ଅନ୍ତର୍ଗତ ତୃତୀୟ ଫ୍ୟାକଲ୍ଟି ଡେଭଲପମେଂଟ କାର୍ଯ୍ୟକ୍ରମ ଆଜି ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ବ
ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ତୃତୀୟ ଫ୍ୟାକଲ୍ଟି ଡେଭଲପମେଣ୍ଟ ପ୍ରୋଗ୍ରାମ୍ ଅନୁଷ୍ଠିତ


ଜୟପୁର, ୧୯ ଅଗଷ୍ଟ (ହି.ସ.) - ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁରରେ ମାନ୍ୟବର କୁଳପତି ପ୍ରଫେସର ହୃଷୀକେଶ ସେନାପତିଙ୍କ ସଭାପତିତ୍ୱରେ ସାପ୍ତାହିକ ଏକାଡେମିଇକ ଫ୍ୟୁକେଲେଟି ଡେଭେଲପମେଂଟ ପ୍ରୋଗ୍ରାମ ଅନ୍ତର୍ଗତ ତୃତୀୟ ଫ୍ୟାକଲ୍ଟି ଡେଭଲପମେଂଟ କାର୍ଯ୍ୟକ୍ରମ ଆଜି ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।

ବିଶ୍ୱବିଦ୍ୟାଳୟର କକ୍ଷ ନଂ–ଏଲ ୨ ରେ ଅପରାହ୍ନ ୪ଟା ୧୫ ମିନିଟ୍ ସମୟରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ସିପିଜିସି ଡ଼. ପ୍ରଶାନ୍ତ କୁମାର ପାତ୍ର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଏକ ପରିଚୟାତ୍ମକ ଅଭିଭାଷଣ ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ଏଭଳି ସାପ୍ତାହିକ ଶିକ୍ଷକ ବିକାଶ କାର୍ଯ୍ୟକ୍ରମ ଶିକ୍ଷକମାନଙ୍କ ମଧ୍ୟରେ ଜ୍ଞାନର ଆଦାନ-ପ୍ରଦାନ, ଗବେଷଣାମୂଳକ ଚିନ୍ତନ ଏବଂ ଆନ୍ତଃବିଷୟକ ଆଲୋଚନାକୁ ପ୍ରୋତ୍ସାହିତ କରିବ।

ଏହି ଅବସରରେ ଦର୍ଶନ ବିଭାଗର କ୍ୟାପଟେନ ଡ଼. ଲକ୍ଷ୍ମଣ ପାତ୍ର “ରେଭିସିଟିଙ୍ଗ ଦୀ କ୍ଲସିକଲ ଇଣ୍ଡିଆନ କଂସେପ୍ଟ କ୍ଟଲ ପୁରୁଷରଠାସ ଆଣ୍ଡ ଏକ୍ସପ୍ଲୋରିଙ୍ଗ ଇଟ୍ସ ରେଲେଭାନ୍ସ ଫୋର ଦି ରେକନ୍ସ୍ତୃକ୍ସନ ଅଫ କଂଟେମ୍ପୋରରୀ ସୋସାଇଟି ” ଶୀର୍ଷକ ବିଷୟ ଉପରେ ଏକ ସାରଗର୍ଭକ ଏବଂ ଗବେଷଣାମୂଳକ ଉପସ୍ଥାପନା କରିଥିଲେ।

ଡ଼. ପାତ୍ର ତାଙ୍କ ଉପସ୍ଥାପନାରେ ଭାରତୀୟ ଦର୍ଶନର ଚାରି ପୁରୁଷାର୍ଥ-ଧର୍ମ, ଅର୍ଥ, କାମ ଓ ମୋକ୍ଷ-ର ତାତ୍ୱିକ ଏବଂ ବ୍ୟବହାରିକ ଗୁରୁତ୍ୱ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ସମକାଳୀନ ସମାଜରେ ନୈତିକ ମୂଲ୍ୟବୋଧର ଅବକ୍ଷୟ, ଅତ୍ୟଧିକ ଭୌତିକବାଦ ଏବଂ ଜୀବନରେ ସନ୍ତୁଳନହୀନତା ଭଳି ସମସ୍ୟାର ସମାଧାନ ପାଇଁ ପୁରୁଷାର୍ଥର ସନ୍ତୁଳିତ ଧାରଣା କିପରି ପଥପ୍ରଦର୍ଶକ ହୋଇପାରିବ, ସେ ସମ୍ପର୍କରେ ମତ ପ୍ରକାଶ କରିଥିଲେ।

ସଭାପତି ତଥା ମାନ୍ୟବର କୁଳପତି ପ୍ରଫେସର ହୃଷୀକେଶ ସେନାପତି ତାଙ୍କ ସଭାପତିଙ୍କ ଅଭିଭାଷଣରେ ଭାରତୀୟ ଜ୍ଞାନ ପରମ୍ପରାର ପ୍ରାସଙ୍ଗିକତା ଏବଂ ସମକାଳୀନ ସମାଜ ଗଠନରେ ଭାରତୀୟ ଦାର୍ଶନିକ ଚିନ୍ତାଧାରାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ ଶିକ୍ଷକମାନଙ୍କୁ କେବଳ ପାଠଦାନରେ ସୀମିତ ନ ରହି ଗବେଷଣା, ଚିନ୍ତନ ଏବଂ ଜ୍ଞାନର ନୂତନ ଦିଗ ପ୍ରତି ନିଜକୁ ନିୟୋଜିତ କରିବାକୁ ଆହ୍ୱାନ ଦେଇଥିଲେ। ଏଭଳି ଫ୍ୟାକଲ୍ଟି ଡେଭଲପମେଂଟ ପ୍ରୋଗ୍ରାମ୍ ଶିକ୍ଷକମାନଙ୍କ ବୌଦ୍ଧିକ ଓ ଶୈକ୍ଷିକ ବିକାଶରେ ସହାୟକ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଶିକ୍ଷକ ଓ ଶିକ୍ଷାବିଦ୍ମାନେ ଉପସ୍ଥିତ ରହି ବିଷୟ ଉପରେ ମତବିନିମୟ କରିଥିଲେ। ଏହି ଆଲୋଚନାଚକ୍ର ଶିକ୍ଷକମାନଙ୍କ ମଧ୍ୟରେ ଭାରତୀୟ ଦର୍ଶନ, ମୂଲ୍ୟବୋଧ ଏବଂ ସମକାଳୀନ ସମାଜର ପୁନର୍ଗଠନ ସମ୍ପର୍କରେ ଏକ ନୂତନ ଚିନ୍ତନର ସୃଷ୍ଟି କରିଥିଲା।

ଶେଷରେ ସମସ୍ତ ଶିକ୍ଷକ ସଦସ୍ୟଙ୍କ ସକ୍ରିୟ ଅଂଶଗ୍ରହଣରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପ୍ତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande