୫ଲକ୍ଷ ନଗଦ ସହ ବନ୍ଧା ହେଲେ ଲାଠିକଟା ତହସିଲଦାର
ରାଉରକେଲା, ୨୦ ଅଗଷ୍ଟ (ହି.ସ.) - ରାଉରକେଲା ନିକଟ ଲାଠିକଟା ତହସିଲଦାର ମୁରଲୀ ଧର ଉର୍ମଲକୁ ଆଜି ରାଜ୍ୟ ଭିଜିଲାନ୍ସ ଟିମ ୫ଲକ୍ଷ ନଗଦ ଟଙ୍କା ସହ ରାଜରାସ୍ତାରୁ ଧରିଛି । ଏହି ଟଙ୍କା ବିଷୟରେ ଅଭିଯୁକ୍ତ ଉର୍ମଲ କିଛି ଉତରଦେଇ ନପାରିବାରୁ ତାକୁ ଭିଜିଲାନ୍ସ ରାଉରକେଲା ଅଫିସକୁ ପଚରା ଉଚରା ଲାଗି ନିଆଯାଇଛି
Abhijukta nk photo


ରାଉରକେଲା, ୨୦ ଅଗଷ୍ଟ (ହି.ସ.) - ରାଉରକେଲା ନିକଟ ଲାଠିକଟା ତହସିଲଦାର ମୁରଲୀ ଧର ଉର୍ମଲକୁ ଆଜି ରାଜ୍ୟ ଭିଜିଲାନ୍ସ ଟିମ ୫ଲକ୍ଷ ନଗଦ ଟଙ୍କା ସହ ରାଜରାସ୍ତାରୁ ଧରିଛି । ଏହି ଟଙ୍କା ବିଷୟରେ ଅଭିଯୁକ୍ତ ଉର୍ମଲ କିଛି ଉତରଦେଇ ନପାରିବାରୁ ତାକୁ ଭିଜିଲାନ୍ସ ରାଉରକେଲା ଅଫିସକୁ ପଚରା ଉଚରା ଲାଗି ନିଆଯାଇଛି । ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ ଶ୍ରୀ ଉର୍ମଲ ଆଜି ସନ୍ଧ୍ୟାରେ ନିଜ ଅଫିସ ଛାଡି ରାଉରକେଲା ଘରକୁ ଏକ ସ୍କର୍ପିଓ ଧରି ଫେରୁଥିଲେ । ତେବେ ବାଟରେ ତାଙ୍କୁ ଭିଜିଲାନ୍ସ ଯାଂଚ କରିବାରୁ ତାଙ୍କ ପାଖରୁ ୫ ଲକ୍ଷ ଟଙ୍କା ବାହାରିଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଶ୍ରୀ ଉର୍ମଲ ଗତ ୩ବର୍ଷଧରି ବ୍ରାହ୍ମଣୀ ତରଙ୍ଗ ପୁଲିସି ସହାୟତାରେ ବହୁ ଆଦିବାସୀ ଙ୍କ ଜମି, ସରକାରୀ ଜମି ଗୁଡିକୁ ପ୍ରଭାବଶାଳୀ ଲୋକ ଓ ପଇସାବାଲା ଲୋକଙ୍କୁ ବିକିଦେଇ ବହୁ ଆର୍ôଥକ ଫାଇଦା ଉଠାଉଥିଲେ । ଏଥିରେ ବ୍ରାହ୍ମଣୀ ତରଙ୍ଗ ଥାନା ବାବୁ ମଧ୍ୟ ସାମିଲ ଥିଲେ ବୋଲି ସରକାରଙ୍କ ପାଖରେ ଅନେକ ଅଭିଯୋଗ ଆଦିବାସୀମସନେ କରିଥିଲେ । ତେବେ ବିଳମ୍ବର ହେଉପଛେ ସରକାର ଆଜି ଯେଉଁ ପଦକ୍ଷେପ ନେଲେ ତାହା ଲାଠିକଟା ବ୍ଲକରେ ଖୁସି ର ମାହୋଲ ସୃଷ୍ଟି କରିଛି ଓ ବ୍ରାହ୍ମଣୀ ତରଙ୍ଗବାବୁଙ୍କ କଥା କେବେ ବୁଝାଯିବ ବୋଲି ପ୍ରଶ୍ନ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande