ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ଵର୍ଣ୍ଣ ପଦକ : ସିଆଇଏସ୍ସିଇ ନେସନାଲ ଯିବେ ଅଭିଳାଶା
ବଲାଙ୍ଗିର, ୨୦ ଅଗଷ୍ଟ (ହି.ସ.)- ଟିଟିଲାଗଡ ସେଣ୍ଟ ଆନ୍ ସ୍କୁଲ ପରିସରରେ ସିଆଇଏସ୍ସିଇ ରିଜିଓନାଲ ସ୍ତରୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନର ଛାତ୍ରୀ ଅଭିଳାଶା ଚୌଧୁରୀ ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଅଭିଳାଶା
ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍ସିଇ ନେସନାଲ ଯିବେ ଅଭିଳାଶା


ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍ସିଇ ନେସନାଲ ଯିବେ ଅଭିଳାଶା


ବଲାଙ୍ଗିର, ୨୦ ଅଗଷ୍ଟ (ହି.ସ.)- ଟିଟିଲାଗଡ ସେଣ୍ଟ ଆନ୍ ସ୍କୁଲ ପରିସରରେ ସିଆଇଏସ୍ସିଇ ରିଜିଓନାଲ ସ୍ତରୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନର ଛାତ୍ରୀ ଅଭିଳାଶା ଚୌଧୁରୀ ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଅଭିଳାଶା ଅଣ୍ଡର-୧୪ ବର୍ଷ ୩୪ ରୁ ୩୮ କେଜି କୁମିତେ (ଫାଇଟିଂ) ବିଭାଗରେ ଭାଗନେଇ ଏହି ସଫଳତା ହାସଲ କରିଛନ୍ତି । ପ୍ରତିଯୋଗିତା ଶେଷରେ ମୁଖ୍ୟ ଅତିଥି ଡବ୍ଲୁକେଏଫ ରେଫରି ରାଜିବ ସିଂ ଓ ସେଣ୍ଟ ଆନ ସ୍କୁଲର ପ୍ରିନ୍ସିପାଲ ସିଷ୍ଟର ବିନା ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିବା ସହ ସମ୍ମାନିତ କରିଥିଲେ । ଏହି ପ୍ରତିଯୋଗିତାରେ ଜାତୀୟ ସ୍ତରୀୟ ରେଫରୀ ଅସିମ କୁମାର ଭୋଇ ରେଫରି ଓ ଜଜ୍ ଦାୟିତ୍ୱ ନିର୍ବାହ କରିବା ସହ ଛାତ୍ର ଛାତ୍ରୀଙ୍କୁ ମେଡାଲ ସହ ପୁରସ୍କୃତ କରିଥିଲେ । ଅଭିଳାଶା ବଲାଙ୍ଗିର ରେଲୱେ ଷ୍ଟେସନ ଛକ ସ୍ଥିତ ଅସୀମ କରାଟେ ଏକାଡେମୀରେ ଅନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ବିଜେତା ଅସିମ ଭୋଙ୍କ ଠାରୁ ନିୟମିତ କରାଟେ ପ୍ରଶିକ୍ଷକ ନେଉଛନ୍ତି । ସେ ବଲାଙ୍ଗିର ଲିଟିଲ ଫ୍ଲାୱାର ସ୍କୁଲରେ ଅଧ୍ୟୟନରତ ।

ଏହି ସଫଳତା ପରେ ଅଭିଳାଶା ଅକ୍ଟୋବର ମାସରେ ତାମିଲନାଡୁର ତିରୁପୁର ଠାରେ ହେବାକୁ ଥିବା ସିଆଇଏସ୍ସିଇ ଜାତୀୟ ସ୍ତରୟ କରାଟେ ପ୍ରତିଯୋଗିତାରେ ଓଡିଶା ତରଫରୁ ପ୍ରତିନିଧିତ୍ୱ କରିବେ ବୋଲି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande