
କେନ୍ଦ୍ରାପଡ଼ା ପ୍ରଜ୍ଞା ପରମିତ ରାଉଳ ଆଜି ଏକ ମାମଲାର ବିଚାରକରି ଦୋଷୀକୁ ଦଣ୍ଡିତ କରିଛନ୍ତି
କେନ୍ଦ୍ରାପଡ଼ା, ୨୦ ଅଗଷ୍ଟ(ହି.ସ.) – ଅଭିଯୋଗକାରିଣୀ ମହାକାଳପଡ଼ା ଥାନା ଆଇ.ଆଇ.ସି.ଙ୍କ ନିକଟରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ ଯେ, ତା୨୦.୦୧.୨୦୨୧ରିଖ ସନ୍ଧ୍ୟା ଆନୁମାନିକ ୬ଟା ସମୟରେ ତାଙ୍କର ପ୍ରାୟ ୧୧ ବର୍ଷ ବୟସ୍କା ଝିଆରୀ, ଅଭିଯୁକ୍ତ ବଙ୍ଗାଳୀ ମାଲିକ ୬୫ ବର୍ଷ ଗ୍ରାମ- ମଙ୍ଗଳପୁର, ଥାନା - ମହାକାଳପଡ଼ାଙ୍କୁ ଡାକିବା ପାଇଁ ତାଙ୍କ ଘରକୁ ଯାଇଥିଲା। ପୀଡ଼ିତାଙ୍କୁ ଏକାକୀ ପାଇ ଅଭିଯୁକ୍ତ ତାଙ୍କୁ ଜୋରଜବରଦସ୍ତ ଟାଣିନେଇ ଘର ଭିତରେ ପୁରାଇଥିଲା, ଜବରଦସ୍ତି ଅସଦାଚରଣ କରି ପକାଇଥିଲା ଏବଂ ଦୁର୍ବ୍ୟବହାର କରିଥିଲା। ପୀଡ଼ିତା ପାଟି କରିବାରୁ, ଅଭିଯୁକ୍ତ ଏକ କପଡ଼ାରେ ତାଙ୍କ ପାଟି ବାନ୍ଧି ନିଜ ଘର ଭିତରେ ରଖିଥିଲା। ଯେତେବେଳେ ଅଭିଯୋଗକାରିଣୀ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ପୀଡ଼ିତାଙ୍କୁ ଖୋଜାଖୋଜି କଲେ, ଅଭିଯୁକ୍ତ ତାଙ୍କ ବନ୍ଧନ ଫିଟାଇ ଘର ବାହାରକୁ ଫିଙ୍ଗି ଦେଇଥିଲା। ଏହି ବିଷୟରେ କାହା ଆଗରେ କିଛି କହିଲେ ଅଭିଯୁକ୍ତ ପୀଡ଼ିତାଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ମଧ୍ୟ ଦେଇଥିଲା। ଏହି ଲିଖିତ ଅଭିଯୋଗ ଭିତିରେ ମହାକାଳପଡ଼ା ଥାନା ଆଇ.ଆଇ.ସି., ଭାରତୀୟ ପିଙ୍ଗଳ କୋଡ୍ର ଦଫା ୩୪୧/୩୪୨/୩୫୪-ଇ/୫୦୬/୩୪ ଏବଂ ପୋକ୍ସୋ ଆକ୍ଟର ସେକ୍ସନ ୮ ଅଧିନରେ ଥାନା କେସ୍ ନଂ. ୨୧/୨୦୨୧ ରୁଜୁ କରି ନିଜେ ତଦନ୍ତ କରିଥିଲେ। ତଦନ୍ତ ସମୟରେ ତଦନ୍ତକାରୀ ଅଫିସର ଅଭିଯୋଗକାରିଣୀ, ପୀଡ଼ିତା ଏବଂ ଅନ୍ୟାନ୍ୟ ସାକ୍ଷୀମାନଙ୍କୁ ପଚରାଉଚୁରା କରିଥିଲେ, ପୀଡ଼ିତାଙ୍କୁ ମେଡ଼ିକାଲ ପରୀକ୍ଷା ପାଇଁ ପଠାଇଥିଲେ, ଘଟଣାସ୍ଥଳ ପରିଦର୍ଶନ କରି ପୀଡ଼ିତାଙ୍କ ମା'ଙ୍କ ଦ୍ୱାରା ଦାଖଲ କରାଯାଇଥିବା ଜନ୍ମ ପ୍ରମାଣପତ୍ର ଜବତ କରି ଜବତ ତାଲିକା ପ୍ରସ୍ତୁତ କରିଥିଲେ ଏବଂ ଅଭିଯୁକ୍ତ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ର ଦଫା ୩୪୧/୩୪୨/୩୫୪-ଇ/୫୦୬ ଏବଂ ପୋକ୍ସୋ ଆକ୍ଟର ସେକ୍ସନ ୮ଅଧୀନରେ ଚାର୍ଜ ସିଟ୍ ଦାଖଲ କରିଥିଲେ। ଏଣୁ ଏହି ମାମଲାର ନଥିପତ୍ର ଅନୁଧ୍ୟାନ କରିବା ପରେ, ଏହି ମାମଲାର ନିଷ୍ପତି ପାଇଁ, ପୀଡ଼ିତା ଏବଂ ଅନ୍ୟାନ୍ୟ ସାକ୍ଷୀମାନଙ୍କ ମୌଖିକ ସାକ୍ଷ୍ୟ ଏବଂ ସେହିପରି ଅଭିଯୋଗ ପକ୍ଷ ଦ୍ୱାରା ଦାଖଲ କରାଯାଇଥିବା ଦାସ୍ତାବିଜୀ ସାକ୍ଷ୍ୟର ମୂଲ୍ୟାୟନ କରି, ଅଭିଯୁକ୍ତ ବଙ୍ଗାଳୀ ମଲିକ ପୀଡ଼ିତାଙ୍କ ଉପରେ ଯୌନ ନିର୍ଯାତନା/ଆକ୍ରମଣର ଏକମାତ୍ର ଅପରାଧୀ ଏବଂ ସେହି ଅନୁସାରେ ଅଭିଯୋଗ ପକ୍ଷର ଦଫା ୩୪୧/୩୪୨/୩୫୪-ଇ/୫୦୬ ଏବଂ ପୋକ୍ସୋ ଆକ୍ଟର ସେକ୍ସନ ୮ ଅଧୀନରେ ମାମଲା ସଫଳତାର ସହ ପ୍ରମାଣିତ କରିପାରିଛନ୍ତି। ଫଳସ୍ୱରୂପ, ଅଭିଯୁକ୍ତ ବଙ୍ଗାଳୀ ମଲିକଙ୍କୁ ଓ ପୋକ୍ସୋ ଆକ୍ଟର ସେକ୍ସନ ୮ ଅଧୀନରେ ଦଣ୍ଡନୀୟ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଛି ଏବଂ ବର୍ତମାନର ତଥ୍ୟ ଓ ପରିସ୍ଥିତିକୁ ଧ୍ୟାନରେ ରଖି ଏବଂ ଶିଶୁ କନ୍ୟା ଉପରେ କରାଯାଇଥିବା ଯୌନ ଅପରାଧର ପ୍ରକୃତି ଓ ଗାମ୍ଭୀର୍ଯ୍ୟ ଏବଂ ସମାଜ ଉପରେ ଏପରି ଅପରାଧର ପ୍ରଭାବକୁ ଦୃଷ୍ଟିରେ ରଖି, ଦୋଷୀ ବଙ୍ଗାଳୀ ମଲିକଙ୍କୁ ପୋକ୍ସୋ ଆକ୍ଟର ସେକ୍ସନ ୮ ଅଧୀନରେ ତିନି(୩) ବର୍ଷ ପାଇଁ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ ଓ ୫୦୦୦/- ଟଙ୍କା (ପାଂଚ ହଜାର ଟଙ୍କା) ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଗଲା, ଜରିମାନା ଅନାଦାୟେ ତାଙ୍କୁ ଅଧିକ ତିନି(୩) ମାସ ସଶ୍ରମ କାରାଦଣ୍ଡ ଭୋଗିବା ପାଇଁ ପଡ଼ିବ। ଉକ୍ତ ମାମଲାରେ କ୍ଟ୍ରକ୍ଟମଗ୍ଦକ୍ଟ କୋର୍ଟର ସ୍ୱତନ୍ତ୍ର ସରକାରୀ ଓକିଲ ନେହେରୁ କୁମାର ସାହୁ ମାମଲା ପରିଚାଳନା କରୁଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି