ଡେରାବିଶ ବ୍ଲକ କାର୍ୟ୍ୟାଳୟରେ ଅବ୍ୟବସ୍ଥା ଅଭିଯୋଗ
ଅଫିସ୍ କାନ୍ଥ ଫାଟିବା ଆଶଙ୍କା; ଗଛ କାଟିବାକୁ ବୁଦ୍ଧିଜୀବୀଙ୍କ ଦାବି କେନ୍ଦ୍ରାପଡ଼ା, ୨୦ ଅଗଷ୍ଟ(ହି.ସ.) – ପାଟକୁରା ନିର୍ବାଚନମଣ୍ଡଳୀ ଅଧୀନ ଡେରାବିଶ ବ୍ଲକ କାର୍ଯ୍ୟାଳୟର ପଛପଟେ ଏକ ଝରକା ଉପରେ ବିରାଟ ଅଶ୍ୱତ୍୍ଥ ଓ ବର ଗଛ ବଢ଼ିଚାଲିଛି। ଗଛର ମୂଳ କାର୍ଯ୍ୟାଳୟର କାନ୍ଥ ଓ ଛାତକୁ କ୍ଷତି ପହଂଚାଇବା ସହ
ଡେରାବିଶ ବ୍ଲକ କାର୍ୟ୍ୟାଳୟରେ ଅବ୍ୟବସ୍ଥା ଅଭିଯୋଗ


ଅଫିସ୍ କାନ୍ଥ ଫାଟିବା ଆଶଙ୍କା; ଗଛ କାଟିବାକୁ ବୁଦ୍ଧିଜୀବୀଙ୍କ ଦାବି

କେନ୍ଦ୍ରାପଡ଼ା, ୨୦ ଅଗଷ୍ଟ(ହି.ସ.) – ପାଟକୁରା ନିର୍ବାଚନମଣ୍ଡଳୀ ଅଧୀନ ଡେରାବିଶ ବ୍ଲକ କାର୍ଯ୍ୟାଳୟର ପଛପଟେ ଏକ ଝରକା ଉପରେ ବିରାଟ ଅଶ୍ୱତ୍୍ଥ ଓ ବର ଗଛ ବଢ଼ିଚାଲିଛି। ଗଛର ମୂଳ କାର୍ଯ୍ୟାଳୟର କାନ୍ଥ ଓ ଛାତକୁ କ୍ଷତି ପହଂଚାଇବା ସହ ଆଗାମୀ ଦିନରେ କାନ୍ଥ ଫାଟିବାର ଆଶଙ୍କା ରହିଛି। ଏଭଳି ଗମ୍ଭୀର ପରିସ୍ଥିତି ସତ୍ୱେ କାର୍ଯ୍ୟାଳୟର ସଫାଇ କର୍ମଚାରୀ କିମ୍ବା ବ୍ଲକ ପ୍ରଶାସନ ଏ ବିଷୟରେ ନଜର ଦେଉନଥିବା ନେଇ ପ୍ରଶ୍ନ ଉଠିଛି। ତୁରନ୍ତ ଗଛଟିକୁ ହଟାଇ କାର୍ୟ୍ୟାଳୟର ସୁରକ୍ଷା ସୁନିଶ୍ଚିତ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସଚେତନ ନାଗରିକମାନେ ଦାବି କରିଛନ୍ତି।ଅନ୍ୟପଟେ, ସରକାରଙ୍କ ପକ୍ଷରୁ ‘ସ୍ୱଚ୍ଛ ଭାରତ, ସ୍ୱଚ୍ଛ ଅଭିଯାନଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ବ୍ଲକ କାର୍ୟ୍ୟାଳୟ ପରିସରରେ ଅପରିଷ୍କାର ପରିବେଶ ନେଇ ମଧ୍ୟ ଅଭିଯୋଗ ହୋଇଛି। କାର୍ଯ୍ୟାଳୟ ଭିତରେ ପାନ ଛେପ, ଗୁଟଖା ଓ ଅନ୍ୟାନ୍ୟ ଅଳିଆ ପଡ଼ିଥିବା ଦେଖାଯାଉଥିବା ଅଭିଯୋଗ ଆସିଛି। ଜନସାଧାରଣଙ୍କ କାମ ସହ ଜଡ଼ିତ ଏହି କାର୍ଯ୍ୟାଳୟରେ ସ୍ୱଚ୍ଛତା ଓ ଶୃଙ୍ଖଳା ବଜାୟ ରଖିବା ସହ ଗଛଟିକୁ ତୁରନ୍ତ ହଟାଇବା ପାଇଁ ବ୍ଲକ ପ୍ରଶାସନ ପଦକ୍ଷେପ ନେବାକୁ ସଚେତନ ମହଲ ଦାବି କରିଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande