ବାଇକ୍ ଚୋରି ରାକେଟ୍ ରେ ଚଢଉ :  ୧୩ଟି ବାଇକ୍ ଜବତ, ୩ ଜଣଙ୍କୁ ବାନ୍ଧିଲା ପୋଲିସ
ବାଇକ୍ ଚୋରି ରାକେଟ୍ ରେ ଚଢାଉ :  ୧୩ ଟି ବାଇକ୍ ଜବତ, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ସମ୍ବଲପୁର, ୨୦ ଅଗଷ୍ଟ (ହି.ସ.)- ହାଣ୍ଡେଲ ଲକ୍ ସହ ଚେନ୍ ବାନ୍ଧି ଅତିରିକ୍ତ ତାଲା ପକାଇଲେ ମଧ୍ୟ ଆଖି ପିଛୁଳକେ ବାଇକ୍ ଚୋରି ହୋଇଯିବା ଘଟଣା ଦିନକୁ ଦିନ ସମ୍ବଲପୁର ସହରବାସୀଙ୍କୁ ଅତିଷ୍ଠ କରାଇଛି । ହେଲେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ପୋଲିସ ଏକ ବାଇକ୍ ଚୋରି ରାକେଟରେ ଚଢ଼ଉ କରି ୧୩ଟି ଚୋରା ବାଇକ୍ ଜବତ୍ କରିବା ସହ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଘଟଣା କିଛିଟା ଆଶ୍ବସ୍ତ ଦେଇଛି ।

ସୂଚନାନୁଯାୟୀ, ରେଙ୍ଗାଲି ଥାନା ପୋଲିସ ଗତ ମଙ୍ଗଳବାର ରାତ୍ରିକାଳୀନ ପାଟ୍ରୋଲିଂ ସମୟରେ ଦୁଇଟି ସନ୍ଦିଗ୍ଧ ଚୋରା ବାଇକକୁ ଅଟକାଇ ପଚରା ଉଚୁରା କରିଥିଲା । ଘଟଣାସ୍ଥଳରୁ ଅଜୟ କୁମ୍ଭାର ଫେରାର ହୋଇଯାଇଥିବା ବେଳେ ପୋଲିସ ନିରନ ସୁନା, ରାଜୁ ନାଗ ଓ ପ୍ରମୋଦ ତାଣ୍ଡିଆକୁ ଧରି ଥାନାକୁ ନେଇଥିଲା । ଥାନାରେ ଜେରା ହେବା ପରେ ରେଙ୍ଗାଲି ଥାନା ଅଞ୍ଚଳରୁ ଚୋରି ଯାଇଥିବା ବହୁ ବାଇକ୍ ସମ୍ପର୍କରେ ସୂଚନା ମିଳିଥିଲା । ଏପରିକି ପରବର୍ତ୍ତୀ ତଦନ୍ତରେ ଅଭିଯୁକ୍ତ ମାନେ ସମ୍ବଲପୁର ଅଞ୍ଚଳରୁ ମଧ୍ୟ ଏକାଧିକ ଦୁଇ ଚକିଆ ଗାଡି ଚୋରିରେ ସମ୍ପୃକ୍ତ ଥିବା ସ୍ୱୀକାର କରିଥିଲେ। ସେମାନଙ୍କ ସୂଚନା ଆଧାରରେ ପୋଲିସ ବିଭିନ୍ନ ସ୍ଥାନରୁ ମୋଟ ୧୩ଟି ଚୋରା ଦୁଇଚକିଆ ଗାଡ଼ି ଜବତ କରିବାରେ ସଫଳ ହୋଇଛି। ଏହି ଘଟଣାରେ ବୁର୍ଲା ଥାନା ଅନ୍ତର୍ଗତ ଝାରମୁଣ୍ଡା ଗୋଶାଳା ଅଞ୍ଚଳର ନିରନ ସୁନା, ଗୋଶାଳା ପଦମପଡ଼ା ଅଞ୍ଚଳର ରାଜୁ ନାଗ ଏବଂ ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଶଙ୍କିର୍ଡା ଅଞ୍ଚଳର ପ୍ରମୋଦ ତାଣ୍ଡିଆ ଜଡିତ ବୋଲି ଜଣାପଡିଛି। ଏହି ୩ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଏଥିସହ ତଦନ୍ତ ଆଧାରରେ ରାଜେଶ ସାଗର ଓ କୈଳାସ ବାଗଙ୍କ ବିରୋଧରେ ପୃଥକ ମାମଲା ରୁଜୁ ହୋଇଥିବା ଜଣାଯାଇଛି।

ଜବତ ଗାଡ଼ି ଗୁଡ଼ିକ ମଧ୍ୟରେ ରୟାଲ ଏନଫିଲ୍ଡ ବୁଲେଟ, ବଜାଜ ପଲସର, ଟିଭିଏସ୍ ଆପାଚି, ୟାମାହା ସାଇଗ୍ନସ୍ ରେ ଜେଡ୍ଆର୍, ବଜାଜ୍ ଆଭେଞ୍ଜର, ସୁଜୁକି ଜିକ୍ସର, ହିରୋ ସ୍ପ୍ଲେଣ୍ଡର ପ୍ଲସ୍ ଓ ହିରୋ ଜୁମ୍ ଆଦି ରହିଛି । ବାଇକ୍ ଚୋରି ନେଟ୍ଓ୍ବାର୍କରେ ଜଡ଼ିତ ଅନ୍ୟ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ଓ ଅଧିକ ସଂଖ୍ୟାରେ ଚୋରିଗାଡି ଗୁଡ଼ିକ ଜବତ କରିବା ଉପରେ ପୋଲିସ ଏବେ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ଯାଉଛି ବୋଲି ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande