ଭାଷା ସ୍ଥାୟୀତ୍ୱ ପାଇଁ ବିଶ୍ୱ ଓଡ଼ିଆ ପରିବାର ବଦ୍ଧପରିକର
ଭୁବନେଶ୍ୱର ,୨୦ ଅଗଷ୍ଟ (ହି.ସ.) - କ୍ରମାଗତ ଭାବରେ ଓଡ଼ିଆ ଭାଷାର ଅବହେଳା ହେଉଥିବାରୁ ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ଗଭୀର ଉଦବେଗ ପ୍ରକାଶ ପାଇଛି। ଓଡ଼ିଆ ଭାଷାର ସ୍ଥାୟୀତ୍ୱ ପାଇଁ ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ଏହାର ତ୍ୱରାନ୍ୱିତ ପାଇଁ ଆଜି ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ଅନୁଷ
ଭାଷା ସ୍ଥାୟୀତ୍ୱ ପାଇଁ ବିଶ୍ୱ ଓଡ଼ିଆ ପରିବାର ବଦ୍ଧପରିକର


ଭୁବନେଶ୍ୱର ,୨୦ ଅଗଷ୍ଟ (ହି.ସ.) - କ୍ରମାଗତ ଭାବରେ ଓଡ଼ିଆ ଭାଷାର ଅବହେଳା ହେଉଥିବାରୁ ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ଗଭୀର ଉଦବେଗ ପ୍ରକାଶ ପାଇଛି। ଓଡ଼ିଆ ଭାଷାର ସ୍ଥାୟୀତ୍ୱ ପାଇଁ ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ଏହାର ତ୍ୱରାନ୍ୱିତ ପାଇଁ ଆଜି ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ଅନୁଷ୍ଠାନର ଅଧ୍ୟକ୍ଷ ସଜ୍ଜନ ଶର୍ମାଙ୍କ ସଭାପତିତ୍ୱରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଆମଭାଷାର ସୁରକ୍ଷା ଓ ପ୍ରସାର ଆମର ଦାୟିତ୍ୱ ବୋଲି ସର୍ବସମ୍ମତି କ୍ରମେ ମତପ୍ରକାଶ ପାଇଥିଲା। ଓଡ଼ିଆରେ ସ୍ୱାକ୍ଷର କରିବା, ଓଡ଼ିଆ ଭାଷାରେ ଘରେ କଥାହେବା, ଓଡ଼ିଆରେ ଫଳକ ଲେଖିବାଭଳି କାର୍ଯ୍ୟକ୍ରମକୁ ବ୍ୟାପକ କରିବାପାଇଁ ନିଷ୍ପତି ନିଆଯାଇଛି। ଏଥିପାଇଁ ଓଡ଼ିଆ ବିଦ୍ୟାଳୟମାନଙ୍କରେ ଭାଷାକୁ ଭଲପାଇବା ଏବଁ ଏହାର ବହୁଳ ବ୍ୟବହାର ପାଇଁ ଆଗ୍ରହ ସୃଷ୍ଟି କରିବାପାଇଁ ଭାଷାଭିତିକ ପ୍ରତିଯୋଗିତା ଓ ପୁରସ୍କାର ପ୍ରଦାନ କାର୍ଯୟକ୍ରମାନ କରାଯିବାକୁ ସ୍ଥିର ହୋଇଛି। ଓଡ଼ିଆ ଭାଷା ଓ ସଂସ୍କୃତିକୁ ଯୋଡି ରଖିବା ପାଇଁ ଜନ୍ମ ଦିବସ ପାଳନ ତଥା ଅନ୍ୟାନ୍ୟ ପର୍ବପର୍ବାଣୀକୁ ଓଡ଼ିଆ ତିଥିରେ ପାଳନ କରିବାକୁ ପାଇଁ ନିବେଦନ କରାଯାଇଛି। ଏହିପରି ବହୁବିଧ କାର୍ଯ୍ୟକ୍ରମ କରିବାକୁ ଅନୁଷ୍ଠାନ ସ୍ଥିର କରିଛି।

ଏହି ଆଲୋଚନା ଚକ୍ରରେ ଭାରତୀୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର ଡକ୍ଟର ବିଷ୍ଣପ୍ରସାଦ ଆଚାର୍ଯ୍ୟ, ଭାରତୀୟ ଶିକ୍ଷା ପରିଷଦର ବାବାଜୀ କୁମାର, ଉତ୍କଳ ବିପନ୍ନ ସହାୟତା ସମିତିର ନାରାୟଣ ଚୌଧୁରୀ, ବିଶିଷ୍ଟ ପ୍ରାଣୀ ଗବେଷକ ଓ ସଂରକ୍ଷକ ପ୍ରମୋଦ କୁମାର ଧଳ ଆଦି ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande