


ବଲାଙ୍ଗିର, ୨୦ ଅଗଷ୍ଟ (ହି.ସ.)- ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖାର ପରିବେଶ ସଂପର୍କୀତ ଏକ ଆଲୋଚନାଚକ୍ର ‘ଆମ ପରିବେଶକୁ ସୁରକ୍ଷା କରିବା କିପରି’ ଓ ବର୍ଷା କବିତା ଆସର ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଅଖିଳ ବାରତୀୟ ସାହିତ୍ୟ ପରିଷଦର ସଭାପତି ଡ. ଭବାନି ଶଙ୍କର ପଟେଲ ସଭାପତିତ୍ୱ କରିଥିଲେ । ଦୀପ ପ୍ରଜ୍ଜଳନ କରିଥିଲେ ରଶ୍ମି ପାତ୍ର । ସମାଜସେବୀ ରାମ ଶଙ୍କର ଶତପଥୀ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । କଲେଜର ଅଧ୍ୟାପକ ବିଭୁତି ଭୂଷଣ ବନଛୋର ସବା ପରିଚାଳନା କରିଥିଲେ । ବକ୍ତା ଭାବରେ ଅଧ୍ୟାପିକ ମତୀମରୀ ଶତପଥୀ, ବିକାଶ ତ୍ରିପାଠି ତଥା ବିଜ୍ଞାନ ଶିକ୍ଷକ ଶିବ ପ୍ରସାଦ ତ୍ରିପାଠି ନିଜ ନିଜ ମତ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ସୁମିତ ଅଗ୍ରୱାଲ ଛାତ୍ରମାନଙ୍କୁ ପରିବେଶ ଉପରେ ସଚେତନ ହେବା କୁ ପରାମର୍ଶ ଦେଇଥିଲେ । ଧନ୍ୟବାଦ ପ୍ରଦାନ କରିଥିଲେ ନଳିନୀ ଶତପଥୀ ।
ଦ୍ୱିତୀୟ ଅଧିବେଶନରେ କବିତା ପାଠୋତ୍ସବ ହୋଇଥିଲା । ରଶ୍ମି ପାତ୍ର କବିତା ସଂଯୋଜନା ସହ ପରିବେଶ ଉପରେ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ । ରମନ ଦାଶ, ମନସ୍କିତା ମିଶ୍ର, ସ୍ମୃତି ରେଖା ନାଏକ, ମୋନାଲିସା ବେହେରା, ଆଦ୍ୟାନ୍ତା ମହାନ୍ତି, ସ୍ୱର୍ଣ୍ଣ ପ୍ରିୟା ସାହୁ, ଜିତେନ୍ଦ୍ର ମହାକୁର, ବଳିଷ୍ଠ ପଧା, ନଳିନୀ ଶତପଥୀ, ରାମକୃଷ୍ଣ ଶତପଥି, ମୀରା ଶତପଥୀ, ବିଭୁତି ବନଛୋର, ରଶ୍ମି ପାତ୍ର, ସରସ୍ୱତୀ ମିଶ୍ର କବିିତା ପାଠ କରିଥିଲେ । ପରିଷଦ ସମସ୍ତଙ୍କୁ ମାନପତ୍ର ପ୍ରଦାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ