
ଜୟପୁର, ୨୦ ଅଗଷ୍ଟ(ହି.ସ.) – ଦେଶି ମଦ ଚାଲାଣବେଳେ ଜୟପୁର ଅବକାରୀ ନିରିକ୍ଷକ କାର୍ଯ୍ୟାଳୟ ଓ ଥାନା ତରଫରୁ ମିଳିତ ଭାବେ ଆଜି ଚଢ଼ାଉ କରିଛି। ଚଢ଼ାଉ କରି ୨ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ୨ ଅଭିଯୁକ୍ତ ହେଲେ ଗଡ଼ପଦର ଗ୍ରାମର ମଦନ ସୁନା ଓ ଗରୁଡ଼ଗୁଡ଼ା ଧନୁର୍ଯ୍ୟୟ ଗାଦବା। ଅବକାରୀ ଥାନା ସୂଚନା ଅନୁଯାୟୀ ଗଡ଼ପଦର ଗ୍ରାମର ମଦନ ସୁନା ଏକ ବାଇକ୍ରେ ଦେଶି ମଦ ଚାଲାଣ ସୂଚନା ପାଇ ଖ୍ରୀଷ୍ଟିଆନପେଟା ଠାରେ ଚଢ଼ାଉ କରଛି। ଚଢ଼ାଉ କରି ୧୫ ଲିଟର ଦେଶି ମଦ ସହ ବାଇକ୍କୁ ଜବତ କରିଛି। ସେହିପରି ଗରୁଡ଼ଗୁଡ଼ା ଧନୁର୍ଯ୍ୟୟ ଗାଦବା ଦେଶି ମଦ ଚାଲାଣ ସୂଚନା ପାଇ ସାହି ରାସ୍ତାରେ ଚଢ଼ାଉ କରି ୧୨ ଲିଟର ଦେଶି ମଦ ଜବତ କରିଛି। ଗିରଫ ୨ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଅବକାରୀ ଥାନା ଓଆଇସି ସୁବ୍ରତ କେଶୋର ହିରନ ସୂଚନା ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି