
କେନ୍ଦ୍ରାପଡ଼ା, ୨୦ ଅଗଷ୍ଟ(ହି.ସ.) – ଶ୍ରାବଣ ମାସ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ଡିହବଳରାମପୁରସ୍ଥିତ ପ୍ରସିଦ୍ଧ ମୁକ୍ତେଶ୍ୱର ମହାଦେବଙ୍କ ପୀଠରେ ଭକ୍ତଙ୍କ ଭିଡ଼ ଲାଗି ରହିଛି। ବିଶେଷକରି ଶହ ଶହ କାଉଡ଼ିଆ ବିଭିନ୍ନ ସ୍ଥାନରୁ ଆସି ମହାଦେବଙ୍କ ଠାରେ ଜଳାଭିଷେକ କରୁଛନ୍ତି।ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ମୁକ୍ତେଶ୍ୱର ମହାଦେବଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଭକ୍ତମାନେ ଆସୁଥିବା ଦେଖିବାକୁ ମିଳୁଛି। ମୁଣ୍ଡରେ କାଉଡ଼ି ଧରି, ବୋଲବମ୍ ଧ୍ୱନିରେ ପୀଠରେ ପହଂଚି ଭକ୍ତମାନେ ମହାଦେବଙ୍କ ଠାରେ ପବିତ୍ର ଜଳ ଢାଳି ପୂଜାର୍ଚ୍ଚନା କରୁଛନ୍ତି। ମନୋସ୍କାମନା ପୂରଣ ଓ ପ୍ରଭୁ ମୁକ୍ତେଶ୍ୱର ମହାଦେବଙ୍କ ଆଶୀର୍ବାଦ ପାଇବା ଆଶାରେ ଭକ୍ତମାନେ ଶ୍ରଦ୍ଧା ଓ ଭକ୍ତିର ସହ ଜଳାଭିଷେକ କରୁଛନ୍ତି। ଶ୍ରାବଣ ମାସରେ ମନ୍ଦିର ପରିସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ଭକ୍ତିମୟ ହୋଇଉଠିଛି ସମଗ୍ର ପରିବେଶ।
.......................................
ହିନ୍ଦୁସ୍ଥାନ ସମାଚାର / ରବି