ଚୋରା ମଦ ଜବତ: ୮ ଜଣ ଅଭିଯୁକ୍ତ କୋର୍ଟ ଚାଲାଣ
କେନ୍ଦ୍ରାପଡ଼ା, ୨୦ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ଚୋରା ମଦ କାରବାର ଉପରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉକୁ ଜୋରଦାର କରାଯାଇଛି। ଏହି କ୍ରମରେ ଆଳି, ରାଜକନିକା, ମାର୍ଶାଘାଇ, ଜମ୍ବୁ ମେରାଇନ୍, ଡେରାବିଶ ଏବଂ ପଟ୍ଟାମୁଣ୍ଡାଇ ଗ୍ରାମାସଙ୍ଖଳ
ଚୋରା ମଦ ଜବତ: ୮ ଜଣ ଅଭିଯୁକ୍ତ କୋର୍ଟ ଚାଲାଣ..


କେନ୍ଦ୍ରାପଡ଼ା, ୨୦ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ଚୋରା ମଦ କାରବାର ଉପରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉକୁ ଜୋରଦାର କରାଯାଇଛି। ଏହି କ୍ରମରେ ଆଳି, ରାଜକନିକା, ମାର୍ଶାଘାଇ, ଜମ୍ବୁ ମେରାଇନ୍, ଡେରାବିଶ ଏବଂ ପଟ୍ଟାମୁଣ୍ଡାଇ ଗ୍ରାମାସଙ୍ଖଳ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଦାସଭାଗରିଆ ଗ୍ରାମର ରୁଣୁ ବେହେରା(୩୭)ଙ୍କ ନିକଟରୁ ୨୬ ଲିଟର ବିଦେଶୀ ମଦ, ତୁଳଶିଶାସନ ଗ୍ରାମର ତ୍ରିଲୋଚନ ଦାସ(୫୧)ଙ୍କ ନିକଟରୁ ୧୯ ଲିଟର ଦେଶୀ ମଦ, ବାରୁଣଦିଆ ଗ୍ରାମର ଜିତେନ୍ଦ୍ର ସେଠୀ(୩୫)ଙ୍କ ନିକଟରୁ ୨୨ ଲିଟର ବିଦେଶୀ ମଦ ଜବତ କରାଯାଇଥିଲା। ସେହିପରି ପ୍ରଭାକରପୁର ଗ୍ରାମର ଗାମୀ ରାଉତ(୩୬)ଙ୍କ ନିକଟରୁ ୯ ଲିଟର ଦେଶୀ ରନ୍ଧା ମଦ, ଶ୍ୟାମଯୋରି ଗ୍ରାମର ଶୂକ ଖିଲର(୫୫)ଙ୍କ ନିକଟରୁ ୧୦ ଲିଟର ଦେଶୀ ରନ୍ଧା ମଦ, ଜମ୍ବୁ ଗ୍ରାମର ଦିଲୀପ ପଲେଈ (୪୫)ଙ୍କ ନିକଟରୁ ୧୮ ଲିଟର ବିଦେଶୀ ମଦ, ନୀଳିକଣା ଗ୍ରାମର ଅଜୟ କୁମାର ସ୍ୱାଇଁ(୪୮)ଙ୍କ ନିକଟରୁ ୨୭ ଲିଟର ବିଦେଶୀ ମଦ ଏବଂ ବିଶ୍ୱକ ଗ୍ରାମର ପ୍ରଶାନ୍ତ କୁମାର ସାହୁ (୪୪)ଙ୍କ ନିକଟରୁ ୩୫ ଲିଟର ବିଦେଶୀ ମଦ ଜବତ କରାଯାଇଥିଲା। ଉକ୍ତ ଚଢ଼ାଉରେ ସମୁଦାୟ ୧୬୬ ଲିଟର ଦେଶୀ, ଦେଶୀ ରନ୍ଧା ଓ ବିଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଇନାନୁଯାୟୀ କୋର୍ଟ ଚାଲାଣ କରାଯାଇଛି।ଚୋରା ମଦ କାରବାର ଓ ଅବୈଧ ମଦ ପ୍ରସ୍ତୁତି ବିରୋଧରେ ଆଗାମୀ ଦିନରେ ମଧ୍ୟ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉକୁ ଆହୁରି ଜୋରଦାର କରାଯିବ ବୋଲି କେନ୍ଦ୍ରାପଡ଼ା ଅବକାରୀ ଅଧୀକ୍ଷକ ଶ୍ରୀ ବିପ୍ରଚରଣ ମଣ୍ଡଳ ସୂଚନା ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande