ବନ୍ୟା ପ୍ରପୀଡ଼ିତଙ୍କୁ ମାକ୍ରୋୱେବ୍ ଟେକ୍ନୋଲୋଜି ଓ ଆନନ୍ଦମାର୍ଗର ଶୁଖିଲା ଖାଦ୍ୟ ବଂଟନ
ଭଦ୍ରକ, ୨୦ ଅଗଷ୍ଟ (ହି.ସ.) - ବନ୍ୟା ପ୍ରପୀଡ଼ିତଙ୍କ ସହାୟତା ପାଇଁ ମାକ୍ରୋୱେବ୍ ଟେକ୍ନୋଲୋଜି ଓ ଆନନ୍ଦମାର୍ଗ ସୋସିଆଲ୍ ଅର୍ଗାନାଇଜେସନ୍, ଭଦ୍ରକ ଶାଖାର ମିଳିତ ଉଦ୍ୟମରେ ଆଜି ଭଦ୍ରକ ଜିଲ୍ଲାର ରଇପୁର ପଂଚାୟତର ମଉଦପୁର ଏବଂ ଅର୍ଜୁନପୁର ପଂଚାୟତର ବାଲିପାଟଣା ଓ ଜେନାସାହି ଅଂଚଳରେ ଶୁଖିଲା ଖାଦ୍ୟ ବଂଟନ କ
MACROWEB TECHNOLOGY & ANANDAMARG


ଭଦ୍ରକ, ୨୦ ଅଗଷ୍ଟ (ହି.ସ.) - ବନ୍ୟା ପ୍ରପୀଡ଼ିତଙ୍କ ସହାୟତା ପାଇଁ ମାକ୍ରୋୱେବ୍ ଟେକ୍ନୋଲୋଜି ଓ ଆନନ୍ଦମାର୍ଗ ସୋସିଆଲ୍ ଅର୍ଗାନାଇଜେସନ୍, ଭଦ୍ରକ ଶାଖାର ମିଳିତ ଉଦ୍ୟମରେ ଆଜି ଭଦ୍ରକ ଜିଲ୍ଲାର ରଇପୁର ପଂଚାୟତର ମଉଦପୁର ଏବଂ ଅର୍ଜୁନପୁର ପଂଚାୟତର ବାଲିପାଟଣା ଓ ଜେନାସାହି ଅଂଚଳରେ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି। ଏହି ମାନବିକ ଅଭିଯାନରେ ପ୍ରାୟ ୧୫୦ଟି ବନ୍ୟା ପ୍ରଭାବିତ ପରିବାରଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା। ବନ୍ୟା ପରିସ୍ଥିତିରେ ଅସୁବିଧାରେ ଥିବା ପରିବାରଗୁଡ଼ିକଙ୍କ ନିକଟରେ ଆବଶ୍ୟକ ସହାୟତା ପହଂଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ବଂଟନ କାର୍ଯ୍ୟକ୍ରମରେ ମାକ୍ରୋୱେବ୍ ଟେକ୍ନୋଲୋଜିର ପ୍ରୋଗ୍ରାମ୍ କୋଅର୍ଡିନେଟର ରାଜ କିଶୋର ମହାନ୍ତି, ପ୍ରୋଜେକ୍ଟ କୋଅର୍ଡିନେଟର ନିର୍ମଳ କୁମାର ମାଝୀ, ସିନିୟର ଟେକ୍ନିସିଆନ୍ ଭକ୍ତହରି ସାହୁ, ସିନିୟର ଟେକ୍ନିସିଆନ୍ ସୁନୀଲ କୁମାର ବେହେରା, ଟେକ୍ନିସିଆନ୍ ପ୍ରମୋଦ କୁମାର ପୁହାଣ, ପୂର୍ଣ୍ଣଚନ୍ଦ୍ର ରାଉତ ଓ ବଳରାମ ପାତ୍ର ଯୋଗଦେଇଥିଲେ। ଏଥିସହ ଆନନ୍ଦମାର୍ଗ ସୋସିଆଲ୍ ଅର୍ଗାନାଇଜେସନ୍, ଭଦ୍ରକ ଶାଖାର ସମ୍ପାଦକ ଶ୍ରୀ ଜଗନ୍ନାଥ ରାୟ ଉପସ୍ଥିତ ରହି ବଂଟନ କାର୍ଯ୍ୟରେ ସହଯୋଗ କରିଥିଲେ। ନଦୀଗାଁର ସମାଜସେବୀ ମାନସ ରଞ୍ଜନ ସାହୁ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ବିପଦ ସମୟରେ ପ୍ରଭାବିତ ଲୋକଙ୍କ ପାଖରେ ଠିଆ ହୋଇ ସହାୟତାର ହାତ ବଢ଼ାଇବା ଏବଂ ସମାଜ ପ୍ରତି ନିଜର ଦାୟିତ୍ୱ ତୁଲାଇବା ଦିଗରେ ମାକ୍ରୋୱେବ୍ ଟେକ୍ନୋଲୋଜି ଓ ଆନନ୍ଦମାର୍ଗର ଏହି ମିଳିତ ପଦକ୍ଷେପକୁ ସ୍ଥାନୀୟ ଅଂଚଳରେ ପ୍ରଶଂସା କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande