ଅହମଦାବାଦର ଇନଷ୍ଟିଚ୍ୟୁଟ୍ ଅଫ୍ କିଡନୀ ଡିଜିଜେସ୍ ଆଣ୍ଡ ରିସର୍ଚ୍ଚ ସେଣ୍ଟର ପରିଦର୍ଶନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଉନ୍ନତ ପ୍ରତିରୋପଣ ସୁବିଧା ସମ୍ପର୍କରେ ନେଲେ ତଥ୍ୟ
ଭୁବନେଶ୍ୱର, 20 ଅଗଷ୍ଟ (ହି.ସ.) ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଗୁଜରାଟର ଅହମଦାବାଦସ୍ଥିତ ପ୍ରତିଷ୍ଠିତ ଇନଷ୍ଟିଚ୍ୟୁଟ୍ ଅଫ୍ କିଡନୀ ଡିଜିଜେସ୍ ଆଣ୍ଡ ରିସର୍ଚ୍ଚ ସେଣ୍ଟର ପରିଦର୍ଶନ କରି ସେଠାକାର ଉନ୍ନତ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି, ଚିକିତ୍ସା ଗବେଷଣା ଏବଂ
ଅହମଦାବାଦର ଇନଷ୍ଟିଚ୍ୟୁଟ୍ ଅଫ୍ କିଡନୀ ଡିଜିଜେସ୍ ଆଣ୍ଡ ରିସର୍ଚ୍ଚ ସେଣ୍ଟର ପରିଦର୍ଶନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ


ଭୁବନେଶ୍ୱର, 20 ଅଗଷ୍ଟ (ହି.ସ.) ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଗୁଜରାଟର ଅହମଦାବାଦସ୍ଥିତ ପ୍ରତିଷ୍ଠିତ ଇନଷ୍ଟିଚ୍ୟୁଟ୍ ଅଫ୍ କିଡନୀ ଡିଜିଜେସ୍ ଆଣ୍ଡ ରିସର୍ଚ୍ଚ ସେଣ୍ଟର ପରିଦର୍ଶନ କରି ସେଠାକାର ଉନ୍ନତ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି, ଚିକିତ୍ସା ଗବେଷଣା ଏବଂ ଅତ୍ୟାଧୁନିକ ପ୍ରତିରୋପଣ ପ୍ରକ୍ରିୟା ସମ୍ପର୍କରେ ଅବଗତ ହୋଇଛନ୍ତି।

ଆଇ ହବ ସିଇଓଙ୍କ ସହ ମନ୍ତ୍ରୀ ଏହି ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ଓଡ଼ିଶାର ପାଞ୍ଚଜଣ ଶିଶୁ କିଡନୀ ପ୍ରତିରୋପଣ ଲାଭାର୍ଥୀ ଭଦ୍ରକର ସୈନା ଶ୍ରଦ୍ଧା ଦାସ, ସୁନ୍ଦରଗଡ଼ର ନିଶାନ୍ତ ସିଂହ, କେନ୍ଦୁଝରର ପୁଷ୍କର, ପୁରୀର ସୁଦର୍ଶନ ଏବଂ ବାଲେଶ୍ୱରର କାବ୍ୟାଞ୍ଜଳି ଙ୍କୁ ଭେଟିଥିଲେ। ସେମାନଙ୍କ ଦାତାମାନଙ୍କ ସହ ମଧ୍ୟ ମନ୍ତ୍ରୀ ଆଲୋଚନା କରିଥିଲେ। ଏଥିସହ ପ୍ରୋଷ୍ଟେଟ୍ କ୍ୟାନସର ପାଇଁ ସଫଳ ରୋବୋଟିକ୍ ସର୍ଜରୀ କରାଇଥିବା ଜଣେ ଓଡ଼ିଆ ରୋଗୀଙ୍କ ସହ ମଧ୍ୟ ସେ ଆଲୋଚନା କରିଥିଲେ।

ରୋଗୀମାନଙ୍କ ସହ ଆଲୋଚନା କରିବା ଏବଂ ସେମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଦେଖିବା ଅତ୍ୟନ୍ତ ଆନନ୍ଦଦାୟକ ଓ ଉତ୍ସାହଜନକ ବୋଲି ମନ୍ତ୍ରୀ କହିଛନ୍ତି।

ଇନଷ୍ଟିଚ୍ୟୁଟ୍ ଅଫ୍ କିଡନୀ ଡିଜିଜେସ୍ ଆଣ୍ଡ ରିସର୍ଚ୍ଚ ସେଣ୍ଟର ନିର୍ଦ୍ଦେଶକ ଡ. ପ୍ରାଞ୍ଜଲ ଆର୍. ମୋଦୀ ଏବଂ ବିଭିନ୍ନ ବିଭାଗର ମୁଖ୍ୟମାନେ ମନ୍ତ୍ରୀଙ୍କୁ ପ୍ରତିଷ୍ଠାନର ଉପଲବ୍ଧି ଓ ଅତ୍ୟାଧୁନିକ ଚିକିତ୍ସା ସୁବିଧା ସମ୍ପର୍କରେ ଅବଗତ କରାଇଥିଲେ। ଏହି ଅବସରରେ କିଡନୀ, ଲିଭର, ପାନକ୍ରିୟାଜ୍ ଏବଂ ଗର୍ଭାଶୟ ପ୍ରତିରୋପଣ କ୍ଷେତ୍ରରେ ପ୍ରତିଷ୍ଠାନର ଅଗ୍ରଗତି ନେଇ ମଧ୍ୟ ଆଲୋଚନା ହୋଇଥିଲା।

ଡ. ମହାଲିଙ୍ଗ କହିଛନ୍ତି ଯେ, ଏଭଳି ବିଶ୍ୱସ୍ତରୀୟ ଚିକିତ୍ସା ପ୍ରତିଷ୍ଠାନରୁ ମିଳୁଥିବା ଅଭିଜ୍ଞତା ଓ ଜ୍ଞାନ ଓଡ଼ିଶାରେ ଉଚ୍ଚମାନର ତୃତୀୟ ସ୍ତରୀୟ ସ୍ୱାସ୍ଥ୍ୟସେବା ଏବଂ ବିଶେଷୀକୃତ ଚିକିତ୍ସା ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ହେବ।

ଉନ୍ନତ ଚିକିତ୍ସା ପ୍ରଯୁକ୍ତି ଓ ବିଶେଷଜ୍ଞ ସେବା ସମ୍ପର୍କରେ ଏଠାରୁ ମିଳିଥିବା ଅଭିଜ୍ଞତାକୁ ଓଡ଼ିଶାରେ ରୋଗୀମାନଙ୍କୁ ଅଧିକ ଉନ୍ନତ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ଦିଗରେ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande