ନଦୀକୁ ଡେଇଁ ବୃଦ୍ଧଙ୍କ ଆତ୍ମହତ୍ୟା ଉଦ୍ୟମ, ଯାତ୍ରୀବାହୀ ଲଂଚ ଓ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର
ଭଦ୍ରକ, ୨୦ ଅଗଷ୍ଟ (ହି.ସ.) - ଏହି ଜିଲାର ଚାନ୍ଦବାଲି ବ୍ଲକ ଧାମରା ମନ୍ଦିର ନିକଟରେ ଜଣେ ୮୦ ବର୍ଷର ବୃଦ୍ଧ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ସମ୍ପୃକ୍ତ ବୃଦ୍ଧ ଙ୍କୁ ନଦୀ ମଧ୍ୟରୁ ଉଦ୍ଧାର କରାଯାଇଛି। ମିଳିଥିବା ଖବର ଅନୁଯାଇ ଆଜି ଚାନ୍ଦବାଲି ଭାଟପଡା ଅଂଚଳ ର ରୂପ ମହାଳିକ ନିଜ ର ପତ୍ନୀଙ୍କ ସହ ଧାମ
NADI KU DEIN BRUDHANKA ATMAHATYA UDYAM


ଭଦ୍ରକ, ୨୦ ଅଗଷ୍ଟ (ହି.ସ.) - ଏହି ଜିଲାର ଚାନ୍ଦବାଲି ବ୍ଲକ ଧାମରା ମନ୍ଦିର ନିକଟରେ ଜଣେ ୮୦ ବର୍ଷର ବୃଦ୍ଧ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ସମ୍ପୃକ୍ତ ବୃଦ୍ଧ ଙ୍କୁ ନଦୀ ମଧ୍ୟରୁ ଉଦ୍ଧାର କରାଯାଇଛି। ମିଳିଥିବା ଖବର ଅନୁଯାଇ ଆଜି ଚାନ୍ଦବାଲି ଭାଟପଡା ଅଂଚଳ ର ରୂପ ମହାଳିକ ନିଜ ର ପତ୍ନୀଙ୍କ ସହ ଧାମରା ବୁଲିବାକୁ ଆସିଥିଲେ। ମନ୍ଦିର ନିକଟରେ ଥିବା ଜେଟି ରେ ସ୍ୱାମୀ ସ୍ତ୍ରୀ ବୁଲୁଥିବା ବେଳେ ସ୍ୱାମୀ ଜଣକ ଆତ୍ମ ହତ୍ୟା ଉଦ୍ୱେଶ ରେ ନଦୀକୁ ଡେଇଁ ପଡ଼ିଥିଲେ। ସେହିସମୟରେ ଚାନ୍ଦବାଲିକୁ ଯାଉଥିବା ସରକାରୀ ଯାତ୍ରୀବାହୀ ଲଂଚ ଓ ସ୍ଥାନୀୟ ମସ୍ତ୍ୟଜିବିଙ୍କ ଦ୍ୱାରା ସମ୍ପୃକ୍ତ ବ୍ୟକ୍ତି ଙ୍କୁ ଉଦ୍ଧାର କରାଯାଇଥିଲା।ଉଦ୍ଧାର ହେବା ପରେ ତାଙ୍କୁ ଧାମରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରା ଯାଇ ପ୍ରାଥମିକ ଚିକିତ୍ସା କରା ଯାଇ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande