
ଜୟପୁର, ୨୦ ଅଗଷ୍ଟ (ହି.ସ.)-ଜୟପୁର ବରିଷ୍ଠ ନାଗରିକ କଲ୍ୟାଣ ସଂଘ ତରଫରୁ ଆଜି କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି lଜୟପୁର ସହରର ବାସିନ୍ଦାଙ୍କ ପ୍ରକୃତ ଅଭିଯୋଗ ଯାହାର ପ୍ରାଥମିକତା ଭିତ୍ତିରେ ସମାଧାନ କରିବାକୁ ଅନୁରୋଧ କରାଯାଇଛି l ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଜୟପୁର ସହରର ଟ୍ରାଫିକ୍ ଭିଡ଼ ସମସ୍ୟାକୁ କମ୍ କରିବା ପାଇଁ, ଲକ୍ଷ୍ମୀ ପଣ୍ଡା ଛକରୁ ଜୟପୁରର ଗାନ୍ଧୀ ଛକ ପର୍ଯ୍ୟନ୍ତ ଏକ ଫ୍ଲା ଇଓଭର ନିର୍ମାଣ କରାଯିବା, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ - ସହରର ଯାତ୍ରୀମାନଙ୍କ ପାଇଁ କୌଣସି ବାଧା ବିନା ସୁରକ୍ଷିତ ଗମନାଗମନ ପାଇଁ ପାଦଚଲା ରାସ୍ତା ସୁବିଧା ସୃଷ୍ଟି କରାଯିବା, ଜୟପୁର ସହରର ବରିଷ୍ଠ ନାଗରିକଙ୍କ ଡିଏଚ୍ଏଚ୍, ରାଇୱେ ଷ୍ଟେସନ ଏବଂ ବିମାନବନ୍ଦରକୁ ଯିବାକୁ ସୁବିଧାଜନକ କରିବା ପାଇଁ, ପୁରୁଣା ବସ୍ ଷ୍ଟାଣ୍ଡରୁ ଉପରୋକ୍ତ ଗନ୍ତବ୍ୟସ୍ଥଳକୁ ଓଡ଼ିଶାର ଅନ୍ୟ ସହର ସହିତ ସମକକ୍ଷ ଭାବରେ ବ୍ୟାଟେରୀ ଯାନ ଯୋଗାଇ ଦିଆଯିବ।, କୋରାପୁଟରୁ ପୁରୀକୁ ଚଳାଚଳ କରୁଥିବା ଟ୍ରେନକୁ ଏହି ଅଞ୍ଚଳର ଜନସାଧାରଣଙ୍କ ସୁବିଧା ପାଇଁ ଜୟପୁରରୁ ପୁରୀ ପର୍ଯ୍ୟନ୍ତ ସଂପ୍ରସାରିତ କରାଯିବାକୁ ଅନୁରୋଧ କରାଯାଇଛି। ଜୟପୁର ସହରର ବାସିନ୍ଦାଙ୍କ ଆକାଂକ୍ଷାକୁ ପ୍ରାଥମିକତା ଭିତ୍ତିରେ ଦାବି ଗୁଡ଼ିକ ପୂରଣ କରିବାକୁ ଅନୁରୋଧ କରାଯାଇଛି l ସଂଘ ସଭାପତି ମୀନକେତନ ଦାସ, ସମ୍ପାଦକ ଅଭିମନ୍ୟୁ ଭଟ୍ଟ ମିଶ୍ର, ରାମ ପ୍ରସାଦ ସାହୁ, ନରସିଂହ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ପିକେପି