ଭୀଷଣ ବର୍ଷା ସମ୍ଭାବନା : ଆସନ୍ତା ୨୧ ତାରିଖ ସକାଳ ଠାରୁ ୨୭ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ
ଭୁବନେଶ୍ୱର, ୨୦ ଅଗଷ୍ଟ (ହି.ସ.)- ଭୀଷଣ ବର୍ଷା ସମ୍ଭାବନା ନେଇ ଆସନ୍ତା ୨୧ ତାରିଖ ସକାଳ ଠାରୁ ୨୭ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଭୀଷଣ ବର୍ଷା ସମ୍ଭାବନା ନେଇ ୨୧ ତାରିଖ ସକାଳ ଠାରୁ ୨୨ ତାରିଖ ସକାଳ ପର୍ଯ୍ୟନ୍ତ ୩ ଜିଲ୍ଲାକୁ ୟ
ଭୀଷଣ ବର୍ଷା ସମ୍ଭାବନା : ଆସନ୍ତା ୨୧ ତାରିଖ ସକାଳ ଠାରୁ ୨୭ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ


ଭୁବନେଶ୍ୱର, ୨୦ ଅଗଷ୍ଟ (ହି.ସ.)- ଭୀଷଣ ବର୍ଷା ସମ୍ଭାବନା ନେଇ ଆସନ୍ତା ୨୧ ତାରିଖ ସକାଳ ଠାରୁ ୨୭ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ଭୀଷଣ ବର୍ଷା ସମ୍ଭାବନା ନେଇ ୨୧ ତାରିଖ ସକାଳ ଠାରୁ ୨୨ ତାରିଖ ସକାଳ ପର୍ଯ୍ୟନ୍ତ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ । ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକରେ ୭ରୁ ୧୧ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ ।

ସେହିପରି ୨୨ ତାରିଖ ସକାଳ ଠାରୁ ୨୩ ତାରିଖ ସକାଳ ପର୍ଯ୍ୟନ୍ତ ୪ ଜିଲ୍ଲା (ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର)କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୩ ତାରିଖ ସକାଳ ଠାରୁ ୨୪ ତାରିଖ ସକାଳ ପର୍ଯ୍ୟନ୍ତ ୨ ଜିଲ୍ଲା(ମୟୂରଭଞ୍ଜ, କେନ୍ଦୁଝର)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଅନୁରୂପ ଭାବେ ୨୪ ତାରିଖ ସକାଳ ଠାରୁ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ୫ ଜିଲ୍ଲା ଏବଂ ୨୫ ତାରିଖ ସକାଳ ଠାରୁ ୨୬ ତାରିଖ ସକାଳ ପର୍ଯ୍ୟନ୍ତ ୩ ଜିଲ୍ଲା ଏବଂ ୨୬ ତାରିଖ ସକାଳ ଠାରୁ ୨୭ ତାରିଖ ସକାଳ ପର୍ଯ୍ୟନ୍ତ ୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande