ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜୀକରଣ ଅବଧି ଅଗଷ୍ଟ ୩୧ ଯାଏଁ ବୃଦ୍ଧି
ଭୁବନେଶ୍ୱର, ୨୦ ଅଗଷ୍ଟ (ହି.ସ)- ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରେ ଖରିଫ୍ ଋତୁ ପାଇଁ ପଞ୍ଜୀକରଣ ଅବଧି ପୁନର୍ବାର ବୃଦ୍ଧି କରାଯାଇଛି । ଓଡ଼ିଶା ସରକାରଙ୍କ ସମବାୟ ବିଭାଗର ଅନୁରୋଧ କ୍ରମେ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ ୨୦୨୬
ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜୀକରଣ ଅବଧି ଅଗଷ୍ଟ ୩୧ ଯାଏଁ ବୃଦ୍ଧି


ଭୁବନେଶ୍ୱର, ୨୦ ଅଗଷ୍ଟ (ହି.ସ)- ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରେ ଖରିଫ୍ ଋତୁ ପାଇଁ ପଞ୍ଜୀକରଣ ଅବଧି ପୁନର୍ବାର ବୃଦ୍ଧି କରାଯାଇଛି । ଓଡ଼ିଶା ସରକାରଙ୍କ ସମବାୟ ବିଭାଗର ଅନୁରୋଧ କ୍ରମେ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ ୨୦୨୬ ପାଇଁ ପଞ୍ଜୀକରଣ ଅବଧି ତାରିଖକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅନ୍ୟାନ୍ୟ ଅନିଶ୍ଚିତତା ହେତୁ ହେଉଥିବା ଫସଲ ହାନିରୁ ସୁରକ୍ଷା ତଥା ଅଧିକରୁ ଅଧିକ ଯୋଗ୍ୟ ଚାଷୀଙ୍କୁ ଏହି ବୀମା ଯୋଜନାରେ ସାମିଲ କରିବା ଉଦ୍ଦେଶ୍ୟରେ ଏହି ତାରିଖକୁ ବୃଦ୍ଧି କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ବର୍ଦ୍ଧିତ ଅବଧିରେ ଫସଲ ବୀମା ପଞ୍ଜୀକରଣ ଗଞ୍ଜାମ, କଳାହାଣ୍ଡି, ପୁରୀ, ସୁବର୍ଣ୍ଣପୁର, ବରଗଡ଼, ଭଦ୍ରକ, ଗଜପତି, ଯାଜପୁର ଓ ଜଗତସିଂହପୁର ଜିଲ୍ଲାରେ କେବଳ ଋଣୀ ଚାଷୀମାନଙ୍କ ପାଇଁ ଉପଲବ୍ଧ ହେବ। ମାତ୍ର ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ଅନ୍ୟ ସମସ୍ତ ଯୋଗ୍ୟ ଚାଷୀଙ୍କ ପାଇଁ ବୀମା ପଞ୍ଜୀକରଣ ଉପଲବ୍ଧ ହେବ। ୨୦୨୬ ମସିହାର ଖରିଫ ଋତୁ ପାଇଁ ବିଜ୍ଞାପିତ ଅଞ୍ଚଳ ଓ ବିଜ୍ଞାପିତ ଫସଲ ଅନୁଯାୟୀ ଧାନ, ମକା, ଚିନାବାଦାମ, ମାଣ୍ଡିଆ, କପା, ହରଡ଼, ଅଦା ଏବଂ ହଳଦୀ ଭଳି ଫସଲଗୁଡ଼ିକୁ ବୀମା ପଞ୍ଜୀକରଣ ପ୍ରକ୍ରିୟାରେ ସାମିଲ କରାଯାଇଛି। ସମସ୍ତ ଯୋଗ୍ୟ ଋଣୀ, ଅଣ-ଋଣୀ ଏବଂ ଭାଗଚାଷୀ ଏହି ଯୋଜନାର ଲାଭ ଉଠାଇପାରିବେ। ଓଡ଼ିଶାର ଚାଷୀମାନେ ସର୍ବାଧିକ ୫ ଏକର ପର୍ଯ୍ୟନ୍ତ ଜମି ପାଇଁ ମାଗଣାରେ ଫସଲ ବୀମା ସୁବିଧା ପାଇପାରିବେ। ବ୍ୟାଙ୍କ ଖାତା ଯାଞ୍ଚ ବାବଦକୁ ପ୍ଲଟ୍ ପିଛା ମାତ୍ର ଏକ ଟଙ୍କା ଦେବାକୁ ପଡ଼ିବ। ଚାଷୀଙ୍କ ଭାଗର ପ୍ରିମିୟମ୍ ରାଶି ରାଜ୍ୟ ସରକାର ବହନ କରୁଥିବା ବେଳେ ଭାରତ ସରକାରଙ୍କ ଦ୍ୱାରା ସବସିଡି ସହାୟତା ଯୋଗାଇ ଦିଆଯାଉଛି। ଋଣୀ ଚାଷୀମାନେ ପ୍ୟାକ୍ସ /ଲାମ୍ପସ୍ ଏବଂ ସମ୍ପୃକ୍ତ ବ୍ୟାଙ୍କ ଶାଖା ମାଧ୍ୟମରେ ପଞ୍ଜୀକରଣ କରିବାକୁ ଥିବାବେଳେ ଅଣ-ଋଣୀ ଚାଷୀମାନେ ଜନସେବା କେନ୍ଦ୍ର (ସିଏସସି), ସମବାୟ ବ୍ୟାଙ୍କ, ବାଣିଜ୍ୟିକ ବ୍ୟାଙ୍କ ଶାଖା, ବୀମା ପ୍ରତିନିଧି ଏବଂ ଅନୁମୋଦିତ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ପଞ୍ଜୀକରଣ କରି ପାରିବେ। ଭାଗଚାଷୀମାନେ ମଧ୍ୟ ନିଜେ ଚାଷ କରୁଥିବା ଜମିର ମାଲିକଙ୍କ ସ୍ୱୀକାରୋକ୍ତି/ସମ୍ମତି ସହିତ ଆବଶ୍ୟକ ତଥ୍ୟ ପ୍ରଦାନ କରି ପିଏମଏଫବିୱାଇରେ ପଞ୍ଜୀକରଣ କରାଇପାରିବେ।

ଆବଶ୍ୟକ ସହାୟତା ପାଇଁ ଚାଷୀମାନେ ନିକଟସ୍ଥ ପ୍ୟାକ୍ସ /ଲାମ୍ପସ୍ , ଏଆରସିଏସ୍ , ଡିଆରସିଏସ୍ , ସିଡିଏଓ କାର୍ଯ୍ୟାଳୟ କିମ୍ବା ସ୍ୱୀକୃତିପ୍ରାପ୍ତ ବୀମା ପ୍ରତିନିଧିଙ୍କ ସହ ଯୋଗାଯୋଗ କରିପାରିବେ। ଯେଉଁ ଯୋଗ୍ୟ ଚାଷୀମାନେ ଏପର୍ଯ୍ୟନ୍ତ ଫସଲ ପଞ୍ଜୀକରଣ କରିନାହାଁନ୍ତି, ସେମାନେ ଏହି ବର୍ଦ୍ଧିତ ସମୟସୀମା ତଥା ଅଗଷ୍ଟ ୩୧ ସୁଦ୍ଧା ପଞ୍ଜୀକରଣ କରିବାକୁ ରାଜ୍ୟ ସମବାୟ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande