ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ଶିକ୍ଷା ଓ ସେବା ସମ୍ମାନ ପ୍ରଦାନ
ଭୁବନେଶ୍ୱର ,୨୦ ଅଗଷ୍ଟ (ହି.ସ.) - ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ୮୨ତମ ଜନ୍ମଜୟନ୍ତୀ ସମାରୋହରେ ରାଜୀବ ଗାନ୍ଧୀ ସେବା ଫୋରମ୍ ତରଫରୁ ରାଜୀବ ଗାନ୍ଧୀ ଶିକ୍ଷା ଓ ସେବା ସମ୍ମାନ ଉତ୍ସବ-୨୦୨୬ ଜୟଦେବ ଭବନ, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ରାଜୀବ ଗାନ୍ଧୀ ଷ୍ଟ
uilu


ଭୁବନେଶ୍ୱର ,୨୦ ଅଗଷ୍ଟ (ହି.ସ.) - ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ୮୨ତମ ଜନ୍ମଜୟନ୍ତୀ ସମାରୋହରେ ରାଜୀବ ଗାନ୍ଧୀ ସେବା ଫୋରମ୍ ତରଫରୁ ରାଜୀବ ଗାନ୍ଧୀ ଶିକ୍ଷା ଓ ସେବା ସମ୍ମାନ ଉତ୍ସବ-୨୦୨୬ ଜୟଦେବ ଭବନ, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ରାଜୀବ ଗାନ୍ଧୀ ଷ୍ଟୁଣ୍ଡେଣ୍ଟ ଫୋରମ୍ର ରାଜ୍ୟ ସଭାପତି ସତ୍ୟବ୍ରତ ନାୟକଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ସି.ଡବ୍ଲ୍ୟୁ.ସି. ମେମ୍ବର ତଥା ଓଡ଼ିଶା କଂଗ୍ରେସ ପ୍ରଭାରୀ ଲାଲ୍ଜୀ ଭାଇ ଦେଶାୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପି.ସି.ସି. ସଭାପତି ଭକ୍ତ ଚରଣ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ରାଜୀବ ଗାନ୍ଧୀଙ୍କର ଦେଶବାସୀଙ୍କ ପ୍ରତି ଥିବା ଉତ୍ସର୍ଗୀକୃତ ଏବଂ ସେବା ମନୋଭାବ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।ରାଜୀବ ଗାନ୍ଧୀ ସେବା ଫୋରମ୍ ତରଫରୁ ଓଡ଼ଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ରେଡକ୍ରସ୍, ଏନ୍.ସି.ସି. ଓ ସ୍କାଉଟ୍ଗାଇଡ୍ର ସଦସ୍ୟାମାନଙ୍କୁ ବିଭିନ୍ନ ସେବା ପାଇଁ ସମ୍ମାନିତ କରାଯାଇଥିଲା। ଏହି ଉପଲକ୍ଷେ କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକର ଶିରିଗଡ଼ାଠାରେ ଥିବା ଆଞ୍ଚଳିକ ବିଜ୍ଞାନ ହାୟର ସେକେଣ୍ଡାରୀ କଲେଜ ଅଧ୍ୟାପକ ନରେନ୍ଦ୍ର କୁମାର ଶତପଥିଙ୍କୁ ଉପାନ୍ତ ଅଞ୍ଚଳରେ ଗଛ ଲଗାଇବା, ସ୍ୱଚ୍ଛତା ରଖିବା, ସଡ଼କ ସୁରକ୍ଷା ସାଇବର ସିକ୍ୟୁରିଟି, ଏଡସ୍ ସଚେତନତା ଓ ୧୮ ବର୍ଷରୁ କମ୍ ପିଲାଙ୍କୁ ନେଇ ମେଗା ରକ୍ତଦାନ ଶିବିର କରି ୧୨୦ ୟୁନିଟ୍ ରକ୍ତ ସଂଗ୍ରହ କରିଥିବା ପରିପ୍ରେକ୍ଷୀରେ ତାଙ୍କୁ ରାଜୀବଗାନ୍ଧୀ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିପରି ନିତ୍ୟାନନ୍ଦ ସାହୁ ଓମେନ୍ ହାୟର ସେକେଣ୍ଡାରୀ ସ୍କୁଲ୍ର ଅଧ୍ୟାପିକା ତଥା ୟୁଥ୍ ରେଡ୍କ୍ରସର କାଉନ୍ସିଲର ଶ୍ରୀମତୀ ଅମୀୟବାଳା ପରିଡ଼ାଙ୍କୁ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିବା ଯୋଗୁଁ ରାଜୀବ ଗାନ୍ଧୀ ଶିକ୍ଷା ଓ ସେବା ସମ୍ମାନ-୨୦୨୬ରେ ସମ୍ମାନିତ କରାଯାଇଥିଲା ।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସର୍ବଭାରତୀୟ କ୍ଷୁଦ୍ର ଓ ମଧ୍ୟମ ଖବରକାଗଜର ରାଷ୍ଟ୍ରୀୟ ସଭାପତି ପବିତ୍ର ମୋହନ ସାମନ୍ତରାୟ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁରେଶ କୁମାର ରାଉତରାୟ, ଏମସ୍ର ପୂର୍ବତନ ନିର୍ଦ୍ଦେଶକ ଡ. ଅଶୋକ ମହାପାତ୍ର, ଓଡ଼ିଶା ବିଧାନସଭାର କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ୍, ଏ.ଆଇ.ସି.ସି. ଲିଡର ଜେ.ଟି କୁସୁମ ପ୍ରମୁଖ ଯୋଗ ଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande