ପୁଅର ଇଟାପଥର ମାଡ଼ରେ ବାପାଙ୍କ ମୃତ୍ୟୁ, ପୁଅ ଗିରଫ
ନୂଆପଡ଼ା, ୨୦ ଅଗଷ୍ଟ (ହି.ସ.)- ପାରିବାରିକ ଝଗଡ଼ାକୁ କେନ୍ଦ୍ର କରି ପୁଅର ଇଟାପଥର ମାଡ଼ରେ ବାପାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ହେଲେ ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ବୋଇରଗା ପଞ୍ଚାୟତର କୋଟିଆପଡ଼ା ଗ୍ରାମର ଭୁଷଣ ମାଝୀ (୬୦)। ସୂଚନା ଅନୁଯାୟୀ, ପାରିବାରିକ କଥାକୁ ନେଇ ଭୁଷଣ ଓ ତାଙ୍
Pua ra ita pathar mad bapa mruta


Abhijukta


ନୂଆପଡ଼ା, ୨୦ ଅଗଷ୍ଟ (ହି.ସ.)- ପାରିବାରିକ ଝଗଡ଼ାକୁ କେନ୍ଦ୍ର କରି ପୁଅର ଇଟାପଥର ମାଡ଼ରେ ବାପାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ହେଲେ ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ବୋଇରଗା ପଞ୍ଚାୟତର କୋଟିଆପଡ଼ା ଗ୍ରାମର ଭୁଷଣ ମାଝୀ (୬୦)।

ସୂଚନା ଅନୁଯାୟୀ, ପାରିବାରିକ କଥାକୁ ନେଇ ଭୁଷଣ ଓ ତାଙ୍କ ପୁଅ ବିନୋଦ ମାଝୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ସମୟରେ ଇଟାପଥର ମାଡ଼ରେ ଭୁଷଣ ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ସମ୍ପର୍କରେ ପୂର୍ବତନ ସମିତିସଭ୍ୟ ସୈଦାଗର ସାହୁ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ଅତିରିକ୍ତ ଏସପି ରଞ୍ଜିତ ନାଏକ, ଖଡ଼ିଆଳ ଏସ୍ଡିପିଓ ଉପେନ୍ଦ୍ର ପ୍ରଧାନ, ବୋଡ଼େନ ଥାନାଧିକାରୀ ଧର୍ମେନ୍ଦ୍ର ଭୁଏ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ତଦନ୍ତ ପରେ ପୋଲିସ ଅଭିଯୁକ୍ତ ବିନୋଦ ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande