
ଗଂଜାମ, 20 ଅଗଷ୍ଟ (ହି.ସ.) କଥାରେ,ଲେଖାରେ,ଗୀତରେ,ଚିତ୍ରରେ ମହାନଗର ସ୍ୱାୟତ୍ତ ଶାସନ ଦିବସ ପାଳନ ପୂର୍ବରୁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଧରି ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତର୍କ,ପ୍ରବନ୍ଧ,ସଙ୍ଗୀତ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଥିଲା। ଚଳିତ ବର୍ଷ ରେକର୍ଡ ସଂଖ୍ୟକ ୨୮୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଲେଖନୀ, ବକ୍ତବ୍ୟ, ସୃଜନୀ ଏବଂ ସଙ୍ଗୀତ ଜରିଆରେ ସହରର ସ୍ୱଚ୍ଛତା, ଐତିହ୍ୟ, ସର୍ବସାଧାରଣ ପରିବହନ ବ୍ୟବସ୍ଥା, ଭିଡ ନିୟନ୍ତ୍ରଣ ଏବଂ ସାମଗ୍ରିକ ବିକାଶ ବାବଦରେ ପ୍ରତିଯୋଗୀଙ୍କ ଅଭିବ୍ୟକ୍ତି ସମସ୍ତଙ୍କୁ ମୁଗ୍ଧ କରିଥିଲା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ମୁଖ୍ୟତଃ ସ୍ୱଚ୍ଛତା ଏବଂ ବ୍ରହ୍ମପୁରର ମହତ୍ତ୍ୱକୁ ନେଇ ସଚେତନତା ଓ ଦାୟିତ୍ୱବୋଧ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୁକ୍ତ ସୁଶ୍ରୀ ଆକବରମ ସସ୍ୟ ରେଡ୍ଡୀଙ୍କ ଦ୍ୱାରା ପ୍ରତିଯୋଗିତାର ବିଷୟବସ୍ତୁ ଚୟନ କରାଯାଇଥିଲା। ପାରମ୍ପରିକତା ଏବଂ ଆଧୁନିକତାର ଏକ ଅଦ୍ଭୁତ ସମନ୍ୱୟ ଭାବେ ବ୍ରହ୍ମପୁର ମହାନଗରର ଛବି ପିଲାଙ୍କ ରଙ୍ଗତୁଳୀରେ ପ୍ରକାଶ ପାଇବା ସମସ୍ତଙ୍କ ପାଇଁ ଏକ ନିଆରା ଅନୁଭୂତି ଥିଲା। କିଶୋର ଏବଂ ତରୁଣ ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ରହ୍ମପୁରକୁ ନେଇ ସ୍ୱପ୍ନ ଏବଂ ଉତ୍ସାହ ସ୍ପଷ୍ଟ ବାରିହେଉଥିଲା।
କୃତୀ ଛାତ୍ରଛାତ୍ରୀଙ୍କ ତାଲିକା
ତର୍କ (ଓଡିଆ)
କନିଷ୍ଠ ବର୍ଗ- ପ୍ରଥମ-ଆହାନା ସାହୁ, ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲ
ଦ୍ୱିତୀୟ-ପ୍ରଜ୍ଞାମୟୀ ପାଢୀ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ନୀଳକଣ୍ଠ ନଗର
ତୃତୀୟ -ସ୍ମୃତିପ୍ରିୟା ପୁରୋହିତ, ମା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବାସୁଦେବ ନଗର
ବରିଷ୍ଠ ବର୍ଗ
ପ୍ରଥମ-ଅନିଶା ମହାନ୍ତି, ମା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଶିବାନନ୍ଦ ନଗର
ଦ୍ୱିତୀୟ-ଚିନ୍ମୟୀ ପଶୁପାଳକ, ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲ
ତୃତୀୟ-ଧ୍ୟାନଲଗ୍ନା ପାଣିଗ୍ରାହୀ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ନୀଳକଣ୍ଠ ନଗର
ତର୍କ (ଇଁରାଜୀ)
କନିଷ୍ଠ ବର୍ଗ- ପ୍ରଥମ-ଦୀପ୍ସାରାଣୀ ନାହାକ, କେସି ପବ୍ଲିକ ସ୍କୁଲ
ଦ୍ୱିତୀୟ-ସୁହାନା ବିଶ୍ୱାଳ, ଡିଏଭି ପବ୍ଲିକ ସ୍କୁଲ, ଗାନ୍ଧୀନଗର
ତୃତୀୟ-ସୀତାଂଶୁ ତ୍ରିପାଠୀ, ଗୁରୁକୁଳ ଇଣ୍ଟାରନ୍ୟାସନାଲ ପବ୍ଲିକ ସ୍କୁଲ
ବରିଷ୍ଠ ବର୍ଗ
ପ୍ରଥମ-ସୃଷ୍ଟିଧାରା ରାଉତ, ଦିଲ୍ଲୀ ପବ୍ଲିକ ସିନିୟର ସେକେଣ୍ଡାରୀ ସ୍କୁଲ
ଦ୍ୱିତୀୟ-ଅଂଶୁମାନ ସାହୁ, ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲ
ତୃତୀୟ-ଜଗଦାନନ୍ଦ ଦାସ, ଡିପଲ ସ୍କୁଲ
ସଙ୍ଗୀତ
କନିଷ୍ଠ ବର୍ଗ-
ପ୍ରଥମ-ଶ୍ରୁତି ଶରଣ୍ୟା ଦାସ, ଡିଏଭି ପବ୍ଲିକ ସ୍କୁଲ, ଗୋଷାଣିନୂଆଗାଁ
ଦ୍ୱିତୀୟ-ରାଜନନ୍ଦିନୀ ବେହେରା, ମାତୃଶ୍ରୀ ଆଙ୍ଗ୍ଲୋବେଦିକ ସ୍କୁଲ
ତୃତୀୟ-କେ ସାଇ ପ୍ରିୟରଞ୍ଜନ, ଦିଲ୍ଲୀ ପବ୍ଲିକ ସିନିୟର ସେକେଣ୍ଡାରୀ ସ୍କୁଲ
ବରିଷ୍ଠ ବର୍ଗ
ପ୍ରଥମ-ଶାଶ୍ୱତୀ ପାଣିଗ୍ରାହୀ, କେସି ପବ୍ଲିକ ସ୍କୁଲ
ଦ୍ୱିତୀୟ-ମିଷ୍ଟି ନାୟକ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ରାମହରି ନଗର
ଯୁଗ୍ମ ତୃତୀୟ- ଚିନ୍ମୟ କୁମାର ଜେନା, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ନୀଳକଣ୍ଠନଗର ଏବଂ ବି.ଋଷିକେଶ, ମା ସରସ୍ୱତୀ ବିଦ୍ୟାମନ୍ଦିର,ଶିବାନନ୍ଦ ନଗର
ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାର ଫଳାଫଳ ପରବର୍ତ୍ତୀ ସମୟରେ ପ୍ରକାଶ ପାଇବା ସହ ସଂପୃକ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଦିଆଯିବ ବୋଲି ମହାନଗର ନିଗମ ପକ୍ଷରୁ କୁହାଯାଇଛି। ଏହିସବୁ ପ୍ରତିଯୋଗିତା ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଉପ ମେୟର ଶ୍ରୀ ଇ.ବିବେକ ରେଡ୍ଡୀ ଏବଂ ଆୟୁକ୍ତ ସୁଶ୍ରୀ ଆକବରମ ସସ୍ୟ ରେଡ୍ଡୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିବା ବେଳେ ଉପାୟୁକ୍ତ ଶ୍ରୀମତୀ କଲ୍ୟାଣୀ ସଙ୍ଘମିତ୍ରା ଦେବୀ, ସହକାରୀ ଆୟୁକ୍ତ ଶ୍ରୀ ବିଶାଳ ଗୌରବ ମଲ୍ଲିକ, କର୍ପୋରେଟର ଶ୍ରୀ ସୁରେନ୍ଦ୍ର ମହାରଣା, ଶ୍ରୀ ଚିତ୍ରସେନ ମହାପାତ୍ର, ଶ୍ରୀମତୀ ବେବି ନାୟକ ଏବଂ ନିଗମର ଅନ୍ୟାନ୍ୟ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ। ବିଚାରକମଣ୍ଡଳୀ ଭାବେ ଡଃ ପ୍ରଦୀପ କୁମାର ସାହୁ, ଡଃ ପ୍ରମୋଦ ଚୌଧୁରୀ, ଡଃ ରମେଶ ସେନାପତି, ଡଃ ପୁଷ୍ପଲତା ସାହୁ, ଶ୍ରୀ ବିଶ୍ୱଜିତ ମିଶ୍ର, ଶ୍ରୀ ଏ.ଦେବେନ୍ଦ୍ର ରାଜୁ, ଡଃ ରମେଶ ଚନ୍ଦ୍ର ପ୍ରଧାନ, ଶ୍ରୀ ଅଶ୍ୱିନୀ କୁମାର ମହାପାତ୍ର ଏବଂ ଶ୍ରୀ ସୁଦୀପ କୁମାର ସାହୁ ଯୋଗ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ