ଭୋଟର ସଚେତନତା ଶିବିର ଅନୁଷ୍ଠିତ
ରାଇରଙ୍ଗପୁର, ୨୦ ଅଗଷ୍ଟ (ହି.ସ.)- ବାମନଘାଟୀ ଉପଖଣ୍ଡ ଅଧିନସ୍ଥ ବିଭିନ୍ନ ବ୍ଲକରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଇତି ମଧ୍ୟରେ ଇଲେକ୍ଟ୍ରୋରାଲ ଲିଟେରାସି କ୍ଲବ୍ ପକ୍ଷରୁ ଭୋଟର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବୁଧବାର ଗୋରୁମହିଷାଣି ଓ ତିରିଂ ଠାରେ ଏହି ସଚେତନତା
ଭୋଟର ସଚେତନତା ଶିବିର ଅନୁଷ୍ଠିତ-୨


ଭୋଟର ସଚେତନତା ଶିବିର ଅନୁଷ୍ଠିତ


ରାଇରଙ୍ଗପୁର, ୨୦ ଅଗଷ୍ଟ (ହି.ସ.)-

ବାମନଘାଟୀ ଉପଖଣ୍ଡ ଅଧିନସ୍ଥ ବିଭିନ୍ନ ବ୍ଲକରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଇତି ମଧ୍ୟରେ ଇଲେକ୍ଟ୍ରୋରାଲ ଲିଟେରାସି କ୍ଲବ୍ ପକ୍ଷରୁ ଭୋଟର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବୁଧବାର ଗୋରୁମହିଷାଣି ଓ ତିରିଂ ଠାରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋରୁମାହିଶାଣି ଠାରେ ରାଇରଙ୍ଗପୁର ବ୍ଲକର ଏଵିଡିଓ ତଥା ସହକାରୀ ନିର୍ବାଚକ ପଞ୍ଜିକରଣ ଅଧିକାରୀ ସୁରେଇ ମାର୍ଣ୍ଡି ଏବଂ ତିରିଂ ଠାରେ ଵି ଡି ଓ ତଥା ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଭାଗବତ ପ୍ରସାଦ ମହାପାତ୍ର ଯୋଗଦେଇ ବିଦ୍ୟାର୍ଥୀମାନଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିଷ୍ଠାପର ଏବଂ ନୈତିକ ଭାଗୀଦାରି

ସମ୍ପର୍କରେ ଅବଗତ କରିଥିଲେ। ଗଣତନ୍ତ୍ରରେ ପ୍ରତ୍ୟେକ ଭୋଟର ମୂଲ୍ୟ କେତେ ଗୁରୁତ୍ବପୂର୍ଣ୍ଣ ଏବଂ ସଂବିଧାନ ପ୍ରଦତ୍ତ ନିର୍ବାଚନୀ ଅଧିକାର ତଥା ଦାୟିତ୍ବ କିପରି ଦେଶ ଗଠନରେ ସହାୟକ ସେ ବିଷୟରେ ଆଲୋକପାତ କରିଥିଲେ । ଏହା ସହିତ ଇଆରଓ ଯୁବପିଢ଼ିଙ୍କ ପାଇଁ ଭୋଟର ତାଲିକାରେ ନାମ ପଞ୍ଜୀକରଣ ପ୍ରକ୍ରିୟା ଏବଂ ବର୍ତମାନ ଚାଲୁ ରହିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ୧୮ ବର୍ଷ ବୟସ ପୂରଣ କରିଥିବା ପ୍ରତ୍ୟେକ ଯୋଗ୍ୟ ନାଗରିକ ନିଜ ନାମ ଭୋଟର ତାଲିକାରେ ସାମିଲ କରିବା ସହ ନିଜ ଅଧିକାର ସାବ୍ୟସ୍ତ କରିବାକୁ ସେ ଆହ୍ବାନ ଦେଇଥିଲେ ।

କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରୀଙ୍କ ସହ ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande