
ଭୁବନେଶ୍ୱର, 20 ଅଗଷ୍ଟ (ହି.ସ.)- ବୈତରଣୀ ପାୱାର
ପ୍ରୋଜେକ୍ଟ ଲିମିଟେଡକୁ ନୋଟିସ୍ ପ୍ରସଙ୍ଗରେ ଏସଆରସି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି
ଯେ, ବିପିପିଏଲ ବିରୁଦ୍ଧରେ କଠୋର ପଦକ୍ଷେପ ନିଆଯାଇଛି । ଦରକାର ପଡ଼ିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ, ସେଥିପାଇଁ
ସୋ କଜ୍ ଜାରି ହୋଇଛି ।
ଜବାବ ଦେଲା ପରେ କେଉଁ
ପରିସ୍ଥିତିରେ ପାଣି ଛାଡ଼ିଲେ ଜଣାପଡ଼ିବ । ସମନ୍ବୟ ରହିବା କଥା, ଯାହା ଜଣାପଡ଼ୁଛି
ସୂଚନା ନ ଦେଇ ପାଣି ଛାଡ଼ିଛନ୍ତି । ସୂଚନା ନ ଦେଇ ପାଣି ଛାଡ଼ିବା ଯୋଗୁ ବିପଦ ସୃଷ୍ଟି ହୋଇଛି ।
ତେଣୁ କାର୍ଯ୍ୟାନୁଷ୍ଠାନ ନେବା ପୁର୍ବରୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇଛି । ଜବାବ ମିଳିବା ପରେ
ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଏସଆରସି କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା