
ଧର୍ମଶାଳା,୨୦ ଅଗଷ୍ଟ (ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ମଙ୍ଗଳପୁର ପଂଚାୟତସ୍ଥ କୋଠିଡିହସ୍ଥ ବ୍ରହ୍ମବଣୀ ନଦୀ କୂଳରୁ ଆଜି ଆହତ ଅବସ୍ଥାରେ ପାଣି ଭିତରେ ପଡି ରହିଥିବା ଏକ ଆହତ ଷଣ୍ଢକୁ ଉଦ୍ଧାର କରାଯାିଛି । ପ୍ରାଥମିକ ଚିକିତ୍ସା ଷଣ୍ଢଟିକୁ ନିମାପଡାସ୍ଥିତ ଗୋକୂଳଧାମରେ ଛଡା ଯିବ ବୋଲି ଜଣାପଡିଛି ।
ସୂଚନା ମୁତାବକ,ମଙ୍ଗଳପୁର ପଂଚାୟତ କୋଠିଡିହ ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀ କୂଳରେ ଏକ ଷଣ୍ଢ ପାଣିରେ ପଡି ରହିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏନେଇ ଗ୍ରାମବାସୀ ସ୍ଥାନୀୟ ଗୋସେବକ ତଥା ଯୁବ ସମାଜସେବୀ ପ୍ରଶାନ୍ତ ମୁଦୁଲିଙ୍କୁ ଅବଗତ କରାଇଥିଲେ । ଏନେଇ ପ୍ରଶାନ୍ତ ବରୁହାଁ ଅଗ୍ନୀଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନୀଶମ ବାହିନୀ ଘଟଣାସ୍ଥଳରେ ପଂହଚି ପାଣି ଭିତରୁ ଷଣ୍ଢଟିକୁ ଉଦ୍ଧାର କରିଥିଲେ । ତେବେ ଷଣ୍ଢଟି କୌଣସି କାରଣରୁ ନଦୀ ବନ୍ଧ କଡକୁ ଖସି ପଡିଥିଲା । ତେବେ ଗୋଡ ଭାଙ୍ଗି ଯିବାରୁ ସେ ପାଣିରେ ପଡି ରହିଥିଲା । ଷଣ୍ଢର ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ପୁରୀ ନିମାପଡାସ୍ଥିତ ଗୋକୂଳଧାମରେ ଛଡା ଯିବ ବୋଲି ଯୁବସମାଜସେବୀ ପ୍ରଶାନ୍ତ କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ