ବେଆଇନ ମଦ ଜବତ, ଅଭିଯୁକ୍ତ ଗିରଫ
ଗଞ୍ଜାମ, ୨୦ ଅଗଷ୍ଟ (ହି.ସ.)- ଆଜି ସଦର ପୋଲିସ ବାଲିପଡା ଗାଁର ଶଙ୍କର ରାଉତଙ୍କୁ ବେଆଇନ ବିଦେଶୀ ମଦ କାରବାର ଅଭିଯୋଗରେ ଗିରଫ କରିଛି। ବିଶେଷ ସୂତ୍ରରୁ ସୂଚନା ପାଇ ଆଜି ଭୋର ପାଞ୍ଚଟା ଦଶ ସମୟରେ ସହକାରୀ ଉପନିରୀକ୍ଷକ ଦେବରାଜ ମଲ୍ଲିକଙ୍କ ନେତୃତ୍ୱରେ ପୋଲିସ ଦଳ ବାଲିପଡାର ଗଙ୍ଗା ଗ୍ରାନାଇଟ ନିକଟରେ ଥ
ବେଆଇନ ମଦ ଜବତ


ଗଞ୍ଜାମ, ୨୦ ଅଗଷ୍ଟ (ହି.ସ.)- ଆଜି ସଦର ପୋଲିସ ବାଲିପଡା ଗାଁର ଶଙ୍କର ରାଉତଙ୍କୁ ବେଆଇନ ବିଦେଶୀ ମଦ କାରବାର ଅଭିଯୋଗରେ ଗିରଫ କରିଛି।

ବିଶେଷ ସୂତ୍ରରୁ ସୂଚନା ପାଇ ଆଜି ଭୋର ପାଞ୍ଚଟା ଦଶ ସମୟରେ ସହକାରୀ ଉପନିରୀକ୍ଷକ ଦେବରାଜ ମଲ୍ଲିକଙ୍କ ନେତୃତ୍ୱରେ ପୋଲିସ ଦଳ ବାଲିପଡାର ଗଙ୍ଗା ଗ୍ରାନାଇଟ ନିକଟରେ ଥିବା ଗୋଟିଏ କୋଠରୀରେ ଚଢ଼ଉ କରିଥିଲା। ସେଠାରେ ଶଙ୍କର ମଦ ବିକ୍ରି କରୁଥିବା ବେଳେ ଧରାପଡ଼ିଥିଲେ। ଚଢଉ ଵେଳେ ଅନୁମତି ବିନା ରଖିଥିବା ବିୟର, ହୁଇସ୍କି, ରମ ଓ ଭୋଦକା ବୋତଲ ବିପୁଳ ପରିମାଣରେ ଜବତ ହୋଇଛି। ମାମଲା ନମ୍ବର ପାଞ୍ଚଶହ ଛତିଶ ଦୁଇ ହଜାର ଛବିଶ ରୁଜୁ ହୋଇଛି। ତାଙ୍କୁ ଆଜି ସକାଳ ନଅଟା ଚାଳିଶ ସମୟରେ ଗିରଫ କରି ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande