
ଭୁବନେଶ୍ୱର, 20 ଅଗଷ୍ଟ (ହି.ସ.)- ଜାତୀୟ ରେଡିଓ
ଦିବସରେ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ଲୋକଙ୍କୁ ଯୋଡ଼ିବା, ଚିନ୍ତାଧାରାର
ଆଦାନପ୍ରଦାନ କରିବା ପାଇଁ ରେଡିଓର ଗୁରୁତ୍ୱ ରହିଛି ବୋଲି ସେ କହିଛନ୍ତି ।
ଏନେଇ ସୋସିଆଲ ମିଡିଆ
ଏକ୍ସରେ ଏକ ବାର୍ତ୍ତା ସେୟାର କରି ରାଜ୍ୟପାଳ କହିଛନ୍ତି ଯେ, ଜାତୀୟ ରେଡିଓ ଦିବସ ଅବସରରେ, ଲୋକଙ୍କୁ
ଯୋଡ଼ିବା, ଚିନ୍ତାଧାରାର
ଆଦାନପ୍ରଦାନ କରିବା ଏବଂ ଆମ ସାଂସ୍କୃତିକ ବନ୍ଧନକୁ ଆହୁରି ମଜବୁତ କରିବାରେ ରେଡିଓର ଚିରସ୍ଥାୟୀ
ଶକ୍ତିକୁ ଆସନ୍ତୁ ପାଳନ କରିବା।
ରାଜ୍ୟପାଳ କହିଛନ୍ତି ଯେ, ସ୍ୱାଧୀନତା
ଆନ୍ଦୋଳନରୁ ଆରମ୍ଭ କରି ମନ୍ କୀ ବାତଭଳି କାର୍ଯ୍ୟକ୍ରମ ପର୍ଯ୍ୟନ୍ତ, ରେଡିଓ ପିଢ଼ି ପରେ ପିଢ଼ି, ଭାଷା
ପରେ ଭାଷା ଏବଂ ଅଞ୍ଚଳ ପରେ ଅଞ୍ଚଳକୁ ଯୋଡ଼ି ଭାରତକୁ ଆହୁରି ନିକଟତର କରି ଆସୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା