ହକି ବିଶ୍ୱକପ୍ ୨୦୨୬ରେ ବିଜୟୀ ହୋଇଥିବା ଟିମ ଇଣ୍ଡିଆକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର, 20 ଅଗଷ୍ଟ (ହି.ସ.)- ହକି ବିଶ୍ୱକପ୍ ୨୦୨୬ରେ ବିଜୟୀ ହୋଇଥିବା ଟିମ ଇଣ୍ଡିଆକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ପାକିସ୍ତାନ ବିପକ୍ଷରେ ହକି ବିଶ୍ୱକପ୍ ୨୦୨୬ରେ ସ୍
ହକି ବିଶ୍ୱକପ୍ ୨୦୨୬ରେ     ବିଜୟୀ ହୋଇଥିବା ଟିମ ଇଣ୍ଡିଆକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା


ଭୁବନେଶ୍ୱର, 20 ଅଗଷ୍ଟ (ହି.ସ.)- ହକି ବିଶ୍ୱକପ୍

୨୦୨୬ରେ ବିଜୟୀ ହୋଇଥିବା ଟିମ ଇଣ୍ଡିଆକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଶୁଭେଚ୍ଛା

ଜଣାଇଛନ୍ତି ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ପାକିସ୍ତାନ ବିପକ୍ଷରେ ହକି ବିଶ୍ୱକପ୍ ୨୦୨୬ରେ ସ୍ମରଣୀୟ ବିଜୟ

ହାସଲ କରିଥିବା ଟିମ୍ ଇଣ୍ଡିଆକୁ ହାର୍ଦ୍ଦିକ ଅଭିନନ୍ଦନ । ଦକ୍ଷତା, ଦୃଢ଼

ସଙ୍କଳ୍ପ ଓ ଲଢ଼ୁଆ ମନୋଭାବର ଏକ ଦମ୍ଦାର ପ୍ରଦର୍ଶନ ମାଧ୍ୟମରେ ଭାରତୀୟ ଦଳ ପୁଣିଥରେ ଭାରତୀୟ

ହକିର ଶକ୍ତି ଓ ଉତ୍ସାହକୁ ପ୍ରତିଫଳିତ କରିଛି। ଆଗାମୀ ମ୍ୟାଚ୍ଗୁଡ଼ିକରେ ମଧ୍ୟ ଆମ ଦଳ ଏହିପରି

ସଫଳତା ଜାରି ରଖୁ ଏବଂ ଅଧିକ ଗୌରବ ଅର୍ଜନ କରୁ ଏହି କାମନା କରିଛନ୍ତି ମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande