ସମାଜକୁ ଯୋଡ଼ି ରଖିଛି ରେଡିଓ- କେଭି ସିଂହଦେଓ
ଭୁବନେଶ୍ୱର, 20 ଅଗଷ୍ଟ (ହି.ସ.)- ଜାତୀୟ ରେଡିଓ ଦିବସରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ସମାଜକୁ ଯୋଡି ରଖିଛି ରେଡିଓ । ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଜାତୀୟ ରେଡିଓ ଦିବସ ଅବସରରେ, ଆସନ୍ତୁ
ସମାଜକୁ ଯୋଡ଼ି ରଖିଛି     ରେଡିଓ- କେଭି ସିଂହଦେଓ


ଭୁବନେଶ୍ୱର, 20 ଅଗଷ୍ଟ (ହି.ସ.)- ଜାତୀୟ ରେଡିଓ

ଦିବସରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ସମାଜକୁ ଯୋଡି ରଖିଛି ରେଡିଓ

ସୋସିଆଲ ମିଡିଆ ଏକ୍ସରେ ଏକ

ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଜାତୀୟ ରେଡିଓ ଦିବସ ଅବସରରେ, ଆସନ୍ତୁ

ସେହି ଚିରନ୍ତନ ସ୍ୱରକୁ ସମ୍ମାନ ଜଣାଇବା,

ଯାହା ସମାଜକୁ ଯୋଡ଼ି ରଖିଛି, ଦୂରଦୂରାନ୍ତରେ କାହାଣୀ ଓ

ସୂଚନା ପହଞ୍ଚାଇଛି ଏବଂ ଜନସାଧାରଣଙ୍କ ମଧ୍ୟରେ ଯୋଗାଯୋଗର ଭାବନାକୁ ସଜୀବ ରଖିଛି।

ସୂଚନା ପ୍ରଦାନ ଓ

ଶିକ୍ଷାଦାନଠାରୁ ଆରମ୍ଭ କରି ଲୋକଙ୍କୁ ପରସ୍ପରର ନିକଟତର କରିବା ପର୍ଯ୍ୟନ୍ତ, ରେଡିଓ

ଆଜି ମଧ୍ୟ ଆମ ଦୈନନ୍ଦିନ ଜୀବନରେ ଏକ ସ୍ୱତନ୍ତ୍ର ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛିବୋଲି

ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande