ବୈତରଣୀରେ ବାରମ୍ବାର ବନ୍ୟା, ବୈତରଣୀ ପାୱାର ପ୍ରୋଜେକ୍ଟସକୁ କାରଣ ଦର୍ଶାଅ ନୋଟିସ
ବନ୍ୟା ସମୟରେ ବେନିୟମ ଭାବେ ଗେଟ୍ ଖୋଲିବା ପାଇଁ ନୋଟିସ ଭୁବନେଶ୍ୱର, 20 ଅଗଷ୍ଟ (ହି.ସ.)ବୈତରଣୀ ନଦୀର ତଳମୁଣ୍ଡରେ ଅନିୟନ୍ତ୍ରିତ ବନ୍ୟା ପରିସ୍ଥିତି ସୃଷ୍ଟି କରିବା ଅଭିଯୋଗରେ ''ବୈତରଣୀ ପାୱାର ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡ'' (ବିପିପିଏଲ) କୁ କାରଣ ଦର୍ଶାଅ ନ
ବୈତରଣୀରେ ବାରମ୍ବାର ବନ୍ୟା, ବୈତରଣୀ ପାୱାର ପ୍ରୋଜେକ୍ଟସକୁ କାରଣ ଦର୍ଶାଅ       ନୋଟିସ


ବନ୍ୟା ସମୟରେ ବେନିୟମ ଭାବେ

ଗେଟ୍ ଖୋଲିବା ପାଇଁ ନୋଟିସ

ଭୁବନେଶ୍ୱର, 20 ଅଗଷ୍ଟ (ହି.ସ.)ବୈତରଣୀ ନଦୀର ତଳମୁଣ୍ଡରେ ଅନିୟନ୍ତ୍ରିତ ବନ୍ୟା

ପରିସ୍ଥିତି ସୃଷ୍ଟି କରିବା ଅଭିଯୋଗରେ 'ବୈତରଣୀ ପାୱାର ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡ' (ବିପିପିଏଲ)

କୁ କାରଣ ଦର୍ଶାଅ ନୋଟିସ. ଜଳସମ୍ପଦ ବିଭାଗ ପକ୍ଷରୁ ଆନନ୍ଦପୁର ବ୍ୟାରେଜ

ପ୍ରକଳ୍ପର ମୁଖ୍ୟ ନିର୍ମାଣ ଇଞ୍ଜିନିୟରଙ୍କୁ ଏସମ୍ପର୍କରେ ଚିଠି ଲେଖି ଦୃଢ଼ କାର୍ଯ୍ୟାନୁଷ୍ଠାନ

ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବୈତରଣୀ ପାୱାର ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡ

ସଂସ୍ଥା ବୈତରଣୀ କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପରୁ ବିଦ୍ୟୁତ୍ ଉତ୍ପାଦନ ପାଇଁ ପୀକ୍ ଫ୍ଲଡ୍ ଏବଂ

ଫ୍ଲାସ୍ ଫ୍ଲଡ୍ ସମୟରେ ମନମୁଖୀ ଓ ଅନିୟମିତ ଭାବେ ବ୍ୟାରେଜ ଗେଟ୍ଗୁଡ଼ିକୁ ଖୋଲୁଛି। ଏହି

ବେପରୁଆ କାର୍ଯ୍ୟ ଯୋଗୁଁ ନଦୀର ତଳମୁଣ୍ଡ ଅଞ୍ଛଳରେ ଜଳସ୍ତର ହଠାତ୍ ବୃଦ୍ଧି ପାଇ କୃତ୍ରିମ ବନ୍ୟା

ପରିସ୍ଥିତି ସୃଷ୍ଟି ହେଉଛି. ଏପରି ଦାୟିତ୍ୱହୀନ ଭାବେ ଗେଟ୍ ପରିଚାଳନା କରିବା ଯୋଗୁଁ କମ୍ପାନୀ

ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ସେ ନେଇ ସ୍ପଷ୍ଟୀକରଣ ମଗାଯାଇଛି । ପ୍ରବଳ ବନ୍ୟା

ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ବ୍ୟାରେଜକୁ ସମ୍ପୂର୍ଣ୍ଣ ଖାଲି କରିବା ପାଇଁ କମ୍ପାନୀକୁ

ନିର୍ଦ୍ଦେଶ ଦେବାକୁ କୁହାଯାଇଛି, ଯାହାଦ୍ୱାରା ତଳମୁଣ୍ଡ ଅଞ୍ଚଳ

ଜଳମଗ୍ନ ହେବାରୁ ରକ୍ଷା ପାଇପାରିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande