ବିଗତ 24 ଘଣ୍ଟା ରେ ରାଜ୍ୟରେ 3 ମିଲି ମିଟର ବର୍ଷା, ବିପଦ ସଂକେତ ତଳେ ବିଭିନ୍ନ ନଦୀ
ଭୁବନେଶ୍ୱର, 20 ଅଗଷ୍ଟ (ହି.ସ.)- ବନ୍ୟା ସ୍ଥିତି ନେଇ ଏସଆରସି ପ୍ରତିକ୍ରିୟା ରଖିଛନ୍ତି । ବିଗତ 24 ଘଣ୍ଟା ରେ ରାଜ୍ୟରେ 3 ମିଲି ମିଟର ବର୍ଷା ହୋଇଛି । ସୁବର୍ଣ୍ଣରେଖା ନଦୀକୁ ଛାଡି ବିପଦ ସଂକେତ ତଳେ ବିଭିନ୍ନ ନଦୀ । ବନ୍ୟାରେ ସୁଧାର ଆସିଛି । ବାଲିଆପାଳ
ବିଗତ 24 ଘଣ୍ଟା ରେ ରାଜ୍ୟରେ 3       ମିଲି ମିଟର ବର୍ଷା, ବିପଦ ସଂକେତ ତଳେ ବିଭିନ୍ନ ନଦୀ


ଭୁବନେଶ୍ୱର, 20 ଅଗଷ୍ଟ (ହି.ସ.)- ବନ୍ୟା ସ୍ଥିତି

ନେଇ ଏସଆରସି ପ୍ରତିକ୍ରିୟା ରଖିଛନ୍ତି । ବିଗତ 24 ଘଣ୍ଟା ରେ ରାଜ୍ୟରେ 3 ମିଲି ମିଟର ବର୍ଷା ହୋଇଛି । ସୁବର୍ଣ୍ଣରେଖା

ନଦୀକୁ ଛାଡି ବିପଦ ସଂକେତ ତଳେ ବିଭିନ୍ନ ନଦୀ । ବନ୍ୟାରେ

ସୁଧାର ଆସିଛି । ବାଲିଆପାଳ, ଭୋଗରାଇରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ପ୍ରଭାବିତ 6 ଜିଲ୍ଲା ର 34 ବ୍ଲକ, 226

ପଞ୍ଚାୟତ, 743 ଗାଁ,

12 ଲକ୍ଷ 87 ହଜାର ଲୋକ ପ୍ରଭାବିତ । 87 ହଜାର ରୁ ଅଧିକ ଲୋକ ସ୍ଥାନାନ୍ତିର | 185 ରିଲିଫ ସେଣ୍ଟରରେ

ଖାଦ୍ୟ ଦିଆଯାଉଛି । ବାଲେଶ୍ୱର ଜିଲ୍ଲା ର 28 ହଜାର ଲୋକ ଅଧିକ

ପ୍ରଭାବିତ | ଭଦ୍ରକ 36 ପଞ୍ଚାୟତ ର 1 ଲକ୍ଷ 90 ହଜାର, ଯାଜପୁର ରେ 31 ହଜାର ଲୋକ ପ୍ରଭାବିତ ହୋଇଛି । ଗୋ ଖାଦ୍ୟ 940 ମେଟ୍ରିକ

ଟନ ଯୋଗାଇ ଦିଆଯାଇଛି | ବୈତରଣୀ ଓ ଶାଳନ୍ଦୀରେ ଘାଇ ଗୁଡିକ ମରାମତି

କାମ ଆରମ୍ଭ ହୋଇଛି | ଆଉ 3 ଦିନ ଲାଗିବ ପାଣି

କମିବା ପାଇଁ | ସବୁ ଜାଗାରେ ସାପ କାମୁଡା ଇଞ୍ଜେକ୍ସନ ଅଛି,

99 କେଶ ସାପ କାମୁଡା ଆଜି ଆସିଛି | 124 ଟି ମେଡିକାଲ

ଟିମ ଗ୍ରାଉଣ୍ଡ ରେ କାମ କରୁଛନ୍ତି | 30 ଟି ଡ଼ାଇରିଆ ସଦୃଶ କେଶ

ଆସିଥିଲା । ବୈତରଣୀ ଗେଟ ଖୋଲିବା ନେଇ କାରଣ ଦର୍ଶାଅ ନୋଟିସ ହୋଇଛି | କଠୋର ପଦକ୍ଷେପ ନିଆଯାଇଛି ଦରକାର ପଡିଲେ କାର୍ଯ୍ୟାନୁଷ୍ଠାନ ହେବ | ଜଣାପଡୁଛି ନ ଜଣାଇ ପାଣି ଛାଡିଛନ୍ତି ବୋଲି ଏସଆରସି କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande