ବନ୍ୟା ବିପନ୍ନଙ୍କ ନିକଟରେ ପଂହଚିଲା ପ୍ରମୋଦ ପତି ଫାଉଁଣ୍ଡେସନ
ଧର୍ମଶାଳା,୨୦ ଅଗଷ୍ଟ (ହି.ସ.) - ବ୍ରାହ୍ମଣୀ ନଦୀରେ ଘାଇ ସୃଷ୍ଟି ହେବା ଫଳରେ ଯାଜପୁର ଜିଲା ରସୁଲପୁର ଓ ଯାଜପୁର ବ୍ଳକର ବହୁ ପଂଚାୟତର ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବିଶେଷ କରି ୫ ଦିନ ହେବ ବନ୍ୟ ଜଳ ଜମି ରହିବା ଫଳରେ ଲୋକେ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି । ଏହାକୁ
ବନ୍ୟା ବିପନ୍ନଙ୍କ ନିକଟରେ ପଂହଚିଲା ପ୍ରମୋଦ ପତି ଫାଉଁଣ୍ଡେସନ


ଧର୍ମଶାଳା,୨୦ ଅଗଷ୍ଟ (ହି.ସ.) - ବ୍ରାହ୍ମଣୀ ନଦୀରେ ଘାଇ ସୃଷ୍ଟି ହେବା ଫଳରେ ଯାଜପୁର ଜିଲା ରସୁଲପୁର ଓ ଯାଜପୁର ବ୍ଳକର ବହୁ ପଂଚାୟତର ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବିଶେଷ କରି ୫ ଦିନ ହେବ ବନ୍ୟ ଜଳ ଜମି ରହିବା ଫଳରେ ଲୋକେ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି । ଏହାକୁ ଦୃଷ୍ଟରେ ରଖି ଯାଜପୁର ଜିଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ପ୍ରମୋଦ ପତି ଫାଉଁଣ୍ଡେସନ’ ବନ୍ୟା ବିପନ୍ନଙ୍କ ନିକଟରେ ପଂହଚି ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଇଛି । ଫାଉଁଣ୍ଡେସନର ସଚିବ ଦିବ୍ୟଜ୍ୟୋତି ପତି ଏହାକୁ ହୃଦଗମ କରି ଆଜି ରସୁଲପୁର ବ୍ଲକର ବନ୍ୟା ପ୍ରଭାବିତ ଅଂଚଳ ବ୍ରହ୍ମବରଦା, ବନ୍ଧଡିହ, ରାଜେନ୍ଦ୍ରପୁର, ଭୋଟକା, ବଂଟରା, ଯାଜପୁର ବ୍ଲକର ଝାଲପଡା ଆଦି ଅଂଚଳରେ ବିପନ୍ନଙ୍କ ପରିବାର ନିକଟରେ ପଂହଚି ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେଇଛନ୍ତି । ଫାଉଁଣ୍ଡେସନର ସମସ୍ତ କର୍ମକର୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande