ପୁରୀ ବିଚ୍ ଫଟୋଗ୍ରାଫର ମହସଂଘ ପକ୍ଷରୁ ବିଶ୍ଵ ଫଟୋଗ୍ରାଫି ଦିବସ ପାଳିତ : ପୁରୀ ବେଳାଭୂମିରେ କେହି ଜୀବିକା ହରାଇବେ ନାହିଁ - ପ୍ରଭାତୀ
ପୁରୀ, ୨୦ ଅଗଷ୍ଟ (ହି.ସ.)- ପୁରୀ ବିଚ୍ ଫଟୋଗ୍ରାଫର ମହାସଂଘ ତରଫରୁ ବିଶ୍ୱ ଫଟୋଗ୍ରାଫି ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ରାଲି ପୁରୀ ସମୁଦ୍ରକୂଳ ଠାରେ ସକାଳେ ଅନୁଷ୍ଠିତ ହୋଇଥିଲା। ଏହି ରାଲିକୁ ପୁରୀ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ଓ ସମୁଦ୍ରକୂଳ ଥ
ପୁରୀ ବିଚ୍ ଫଟୋଗ୍ରାଫର ମହସଂଘ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ ପୁରୀ ବେଳା ଭୁମିରେ କେହି ଜୀବିକା ହରାଇବେ ନାହିଁ - ପ୍ରଭାତୀ


ପୁରୀ, ୨୦ ଅଗଷ୍ଟ (ହି.ସ.)- ପୁରୀ ବିଚ୍ ଫଟୋଗ୍ରାଫର ମହାସଂଘ ତରଫରୁ ବିଶ୍ୱ ଫଟୋଗ୍ରାଫି ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ରାଲି ପୁରୀ ସମୁଦ୍ରକୂଳ ଠାରେ ସକାଳେ ଅନୁଷ୍ଠିତ ହୋଇଥିଲା। ଏହି ରାଲିକୁ ପୁରୀ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ଓ ସମୁଦ୍ରକୂଳ ଥାନା ଅଧିକାରୀ ମାନସ ଚକ୍ରା ଉଦଘାଟନ କରିଥିଲେ। ରାଲି ଦିଗବାରେଣୀ ଖୁଣ୍ଟି ଠାରୁ ଆରମ୍ଭ ହୋଇ ହଂସ କୋକୋପାମ ପାଖରେ ଶେଷ ହୋଇଥିଲା। ସନ୍ଧ୍ୟାରେ ପୁରୀ ପୌରସଦନ ଠାରେ ଏକ ସ୍ଵତନ୍ତ୍ର ଉତ୍ସବ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଉପମୁଖ୍ୟ ମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇ ପୁରୀ ସମୁଦ୍ର କୂଳରେ କେହି ଯେପରି ନିଜର ଜୀବନ ଜୀବିକା ନ ହରେଇବେ ସେଥିପାଇଁ ଦୃଷ୍ଟି ଦେଇ ପୁରୀ ବେଳାଭୂମିର ଉନ୍ନତିକରଣ କରାଯିବ ବୋଲି କହିଥିଲେ। ଏହା ସହିତ ଫଟୋଗ୍ରାଫର ମାନଙ୍କ ପାଇଁ ଯେମିତି ଖୁବ୍ ଶୀଘ୍ର ପରିଚୟ ପତ୍ର ପ୍ରଦାନ କରାଯିବ ଆଗାମୀ ସାତ ଦିନ ଭିତରେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଭାବରେ ସାଂସଦ ଡ. ସମ୍ବିତ୍ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗଦେଇ ଫଟୋଗ୍ରାଫି ଓ ପର୍ଯ୍ୟଟନ ଅଙ୍ଗା ଅଙ୍ଗି ଭାବରେ ଜଡ଼ିତ ଓ ପୁରୀ ବିଚ୍ ଫଟୋଗ୍ରାଫର ମହାସଂଘ ଏକ ଶୃଙ୍ଖଳିତ ସଂଘ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବରେ ଯୋଗଦେଇ ପୁରୀ ବିଚ୍ ଫଟୋଗ୍ରାଫର ମହାସଂଘ ପରାମର୍ଶଦାତା ସିଦ୍ଧାର୍ଥ ରାୟ ଓ ଆଡଭୋକେଟ୍ ଶ୍ରୀକାନ୍ତ ପରିଜା ମହାସଂଘର ବିଭିନ୍ନ ଦାବି ସମ୍ପର୍କରେ ସୂଚନା ଦେଇଥିଲେ। ସ୍ୱତନ୍ତ୍ର ଅତିଥି ଭାବେ ଓଡ଼ିଶା ଫଟୋଗ୍ରାଫର ସଂଘର ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି ଓ ଉପସଭାପତି ଦେବେନ୍ଦ୍ର କୁମାର ନନ୍ଦ, ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ, ଦିଗଦର୍ଶନ ପଟ୍ଟନାୟକ, ଉମାକାନ୍ତ ନାୟକ, ସମ୍ବିତ୍ ରାୟ ପ୍ରମୁଖ ମଞ୍ଚାସିନ ଥିଲେ। ଅନୁଷ୍ଠାନ ସଭାପତି ରଞ୍ଜନ କୁମାର ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ମହାସଂଘ ସମ୍ପାଦକ ଶିଙ୍ଗିଲି ଶିବା ବାର୍ଷିକ ବିବରଣୀ ପାଠ କରିଥିଲେ।

ଏହି ଅବସରରେ ଆଗାମୀ ଦିନରେ ରାଜଧାନୀରେ ହେବାକୁ ଥିବା ଫଟୋ ଫେୟାର ର ପୋଷ୍ଟରକୁ ଅତିଥି ମାନେ ଉନ୍ମୋଚନ କରିଥିଲେ।ଶେଷରେ ବିଭିନ୍ନ ଅନୁଷ୍ଠାନ ତରଫରୁ ସାଂସ୍କୃତିକ ବିଚିତ୍ରା ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନ କୋଷାଧ୍ୟକ୍ଷ ମାର୍କଣ୍ଡ ମିଶ୍ର, ଉପସଭାପତି ଶ୍ରୀଧର ପଣ୍ଡା, ସହ ସମ୍ପାଦକ ବି. ଲୋକନାଥ ବେହେରା, କୋଷାଧ୍ୟକ୍ଷ ପ୍ରଭାତ ସେଠୀ, କାର୍ଯ୍ୟ ନିରୀକ୍ଷକ ଜି ମୋହନ ପ୍ରମୁଖ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande