ବେଲପାହାଡ଼ରେ ୩୨ତମ ରାଜ୍ୟସ୍ତରୀୟ ଉଷୁ ପ୍ରତିଯୋଗିତା ଉଦଘାଟିତ
32 nd usu championship
32 nd usu championship


ଝାରସୁଗୁଡ଼ା, ୨୧ ଅଗଷ୍ଟ (ହି.ସ.) - ବେଲପାହାଡ଼ ସହରସ୍ଥିତ ହୋଟେଲ ସନସିଟିଠାରେ ୩୨ ତମ ରାଜ୍ୟସ୍ତରୀୟ ଉଷୁ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଏହା ଆଜି ୨୧ ତାରିଖ ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୩ ତାରିଖ ସମାପ୍ତ ହେବ। କନିଷ୍ଠ, ଉପ କନିଷ୍ଠ ଓ ବରିଷ୍ଠ ତିନି ବର୍ଗରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଛି। ଏଥିରେ ରାଜ୍ୟର ମୋଟ ୨୩ ଗୋଟି ଜିଲାରୁ ୩୫୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଏଥିରେ ମୋଟ ୩୦ ଜଣରୁ ଅଧିକ ଅଫିସିଆଲ୍ ଯୋଗ ଦେଇ ଖେଳ ଗୁଡ଼ିକୁ ପରିଚାଳନା କରୁଛନ୍ତି। ଏହି ଅବସରରେ ଅନ୍ତର୍ଜାତୀୟ ସ୍ତରର ଉଷୁ ପ୍ରତିଯୋଗିତାରେ ପଦକ ଅର୍ଜନ କରିଥିବା ଓଡ଼ିଶାର ବିଭିନ୍ନ ଜିଲାର ପ୍ରତିଭାବାନ ଖେଳାଳିଙ୍କୁ ମଂଚରେ ସମ୍ମାନିତ କରାଯାଇଥିଲା। ଖେଳ ଆରମ୍ଭରୁ କୁନି କୁନି ଖେଳାଳିମାନେ ଅତି ସୁନ୍ଦର ଭାବେ ଉଷୁର ବିଭିନ୍ନ ପ୍ରଦର୍ଶନୀ କରିଥିଲେ। ଆଜି ଶୁକ୍ରବାର ସନ୍ଧ୍ୟାରେ ଉଦଘାଟନୀ ସମାରୋହର ମୁଖ୍ୟ ଅତିଥି ଭାବେ ଓଡ଼ିଶା ଉଷୁ ସଂଘର ପ୍ରତିଷ୍ଠାତା ତଥା ଚେୟାରମେନ ଇଞ୍ଜିନିୟର ଏସ ଏସ ହରିଚନ୍ଦନ, ସାଧାରଣ ସମ୍ପାଦକ ଇଞ୍ଜିନିୟର ଯୁବରାଜ ହରିଚନ୍ଦନ, ଉପସଭାପତି ମନୋଜ ଶୁକ୍ଳା, ବିକାଶ ଚନ୍ଦ୍ର ପଟ୍ଟନାୟକ, ଟେକ୍ନିକାଲ ଡାଇରେକ୍ଟର ପ୍ରଦ୍ୟୁମ୍ନ ବେହେରା, ସରକାରୀ ଆଇନଜୀବୀ ପ୍ରମୋଦ ସେନାପତି, ସିନେ ତାରକା ତଥା ଆଲବମ ନୃତ୍ୟ ଶିଳ୍ପୀ ଜୟଶ୍ରୀ ଷଡ଼ଙ୍ଗୀ, ବରିଷ୍ଠ ସାମ୍ବାଦିକ ଡ଼ା. ସୁବାସ ଚନ୍ଦ୍ର ପ୍ରଧାନ, କ୍ରିଡ଼ା ପ୍ରେମୀ ଜ୍ୟୋସ୍ନାମୟୀ ନାୟକ, କାଂଚନ ସିଂ ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଆୟୋଜକ ଝାରସୁଗୁଡ଼ା ଜିଲା ଉଷୁ ସଂଘର ସଭାପତି ବିଜୟ ବେହେରା ସାଧାରଣ ସମ୍ପାଦକ ନବୀନ ସିଂ, ଜିଲା ଉପସଭାପତି ହମିଦ ମହାପାତ୍ର ଓ ସମସ୍ତ କର୍ମକର୍ତା ସହଯୋଗ କରୁଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande