


ବଲାଙ୍ଗିର, ୨୧ ଅଗଷ୍ଟ (ହି.ସ.)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ବିଭାଗର ବୈଠକ ବଲାଙ୍ଗିର ପେଲେସ୍ ଲାଇନ୍ ସ୍ଥିତ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ପଶ୍ଚିମ ପ୍ରାନ୍ତର ସଂଗଠନ ସମ୍ପାଦକ ନିକୁଞ୍ଜ ବିହାରୀ ପଣ୍ଡା ଉପସ୍ଥିତ ଥିଲେ। ବୈଠକରେ ଆଗାମୀ ସାଂଗଠନିକ କାର୍ଯ୍ୟକ୍ରମ ସଦସ୍ୟତା ଅଭିଯାନ, ମହାବିଦ୍ୟାଳୟ ଓ ନଗର ର କାର୍ଯ୍ୟକାରିଣୀ ଘୋଷଣା, ଛାତ୍ରୀ ସମ୍ମିଳନୀ, ଜିଲ୍ଲା ଅଭ୍ୟାସ ବର୍ଗ ଓ ରାକ୍ଷୀ ଫର୍ ସୋଲଜର ବିଷୟରେ ଚର୍ଚ୍ଚା ହୋଇଥିଲା।
ଏହି ବୈଠକରେ ଆଲୋକ ଗୁରାଣ୍ଡି, ମଞ୍ଜିତ କୁମାର କର୍ମି, ବିକାଶ ସାହୁ, ଆଲୋକ ଅରୁପାନନ୍ଦ ଯୋଶୀ, ପ୍ରତ୍ୟୁଷ ଦାନୀ ,ସେବକ ସିଂ, ଅନିଶା କୁମ୍ଭାର, ଅଙ୍କିତା ସତପଥି, ଝରଣା ବାଗ ଓ ବ୍ଳକ୍ ସଂଯୋଜକ ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ