୨ ବିଭାଗର ଟାଳଟୁଳ ନୀତି ଯୋଗୁଁ ବୈତରଣୀ ନଦୀ ବନ୍ୟାପାଣିରେ ଧୋଇଗଲା ୫ଶହ ଫୁଟର ଜାତୀୟ ରାଜପଥ, ଏବେବି ୪/୫ ଫୁଟ ଉଚ୍ଚରେ ବନ୍ୟାପାଣି ଜନବସତି ମୁହାଁ, ୮ଦିନ ହେଲା କୁଆଖିଆ-ଆଖଣ୍ଡଳମଣିକୁ ଯାତାୟତ ଠପ୍
ଭଦ୍ରକ, ୨୧ ଅଗଷ୍ଟ (ହି.ସ.) - ଜଳସମ୍ପଦ ବିଭାଗ ଓ ଏନ.ଏଚ ବିଭାଗର ଟାଳଟୁଳ ନୀତି ଯୋଗୁଁ ଆରଡି ନିକଟସ୍ଥ ବୋଡକ ଓ ଷାଠିବାଙ୍କୁଡା ଗାଁ ନିକଟରେ ବୈତରଣୀ ବନ୍ୟା ପାଣିରେ ଧୋଇଯାଇଛି ୫ଶହ ଫୁଟର କଂକ୍ରିଟ ରାସ୍ତା। ରାସ୍ତା ଏପରି ଧୋଇଯିବା ସହ ଘାଇ ସୃଷ୍ଟି ହୋଇଥିବାରୁ ବୈତରଣୀ ନଦୀର ସମସ୍ତ ବନ୍ୟା ପାଣି ଗାଁ
BANYA PANI JANABASATI MUHANA


ଭଦ୍ରକ, ୨୧ ଅଗଷ୍ଟ (ହି.ସ.) - ଜଳସମ୍ପଦ ବିଭାଗ ଓ ଏନ.ଏଚ ବିଭାଗର ଟାଳଟୁଳ ନୀତି ଯୋଗୁଁ ଆରଡି ନିକଟସ୍ଥ ବୋଡକ ଓ ଷାଠିବାଙ୍କୁଡା ଗାଁ ନିକଟରେ ବୈତରଣୀ ବନ୍ୟା ପାଣିରେ ଧୋଇଯାଇଛି ୫ଶହ ଫୁଟର କଂକ୍ରିଟ ରାସ୍ତା। ରାସ୍ତା ଏପରି ଧୋଇଯିବା ସହ ଘାଇ ସୃଷ୍ଟି ହୋଇଥିବାରୁ ବୈତରଣୀ ନଦୀର ସମସ୍ତ ବନ୍ୟା ପାଣି ଗାଁ ଆଡ଼କୁ ମାଡ଼ି ଚାଲିଛି। ଏପରି ରାସ୍ତା ଧୋଇଯିବା ସମ୍ପର୍କରେ ଧାମନଗର ଜଳସମ୍ପଦ ବିଭାଗର ଏସଡିଓଙ୍କୁ ପଚାରିବାରୁ ବୈତରଣୀ ନଦୀର ଷାଠିବାଙ୍କୁଡା କିଛି ଅଂଚଳ ଠାରୁ ବୋଡକ ଯାଏଁ ଦୀର୍ଘ ଅଢ଼େଇ କିଲୋମିଟର ଆମ ଅଧିନରେ ନାହିଁ, ଉକ୍ତ ସ୍ଥାନ ଏନ.ଏଚ ବିଭାଗର ଆମର ଯାହାକିଛି ହୋଇଯାଇଛି ବନ୍ୟା ଛାଡିବା ପରେ ମରାମତି କାର୍ଯ୍ୟ ଆରମ୍ଭ ହେବ। ଅନ୍ୟପଟେ ପାଣିକୋଇଲି ଏନ.ଏଚ ବିଭାଗର ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୈଣସି ଉତର ମିଳିପାରିନଥିଲା। ଫଳରେ ୨ବିଭାଗର ଟାଳଟୁଳ ଯୋଗୁଁ ଦୀର୍ଘ ୮ଦିନ ହେଲା ଆରଡି ସମେତ ନାନ୍ଦପୁର, ସୁନ୍ଦରପୁର , ଓଳଗ ୪ଟି ପଂଚାୟତର ୨୪ ଗାଁ ଦାଣ୍ଡ ସହ ଅନେକ ପରିବାରଙ୍କର ଘର ଭିତରୁ କମୁନି ପାଣି। ରାସ୍ତାକଡ ଓ ନଦୀବନ୍ଧରେ ବିପଦପୂର୍ଣ୍ଣ ଭାବେ ବିତୁଛି ବିପନ୍ନଙ୍କର ଜୀବନ। ଏପରିକି ୨ଟି କ୍ଲଷ୍ଟରର ୨୫ ବିଦ୍ୟାଳୟ ପାଣି ଘେରରେ ରହିଥିବାରୁ ପିଲାଙ୍କ ବସ୍ତାନିରେ ଡୋରୀ ପଡ଼ିଛି। ଏପରି ବନ୍ୟା ପରିସ୍ଥିତିକୁ ନେଇ ଗାଁର ପୁରୁଖା ଲୋକ କହିଛନ୍ତି ଏପରି ବନ୍ୟା ୨୦୦୧ମସିହାକୁ ବଳିଗଲା। ଏପରି ବନ୍ୟା ହେବାର କାରଣ କୁଆଖିଆ-ଆଖଣ୍ଡଳମଣି ୨୦ନମ୍ୱର ଜାତୀୟ ରାଜପଥକୁ ଲାଗିକରି ଥିବା ବୈତରଣୀର ନଦୀବନ୍ଧ ନଥିବାରୁ ଉପରମୁଣ୍ଡରୁ ଆସିଥିବା ବନ୍ୟାପାଣି କୂଳଲଘିଂବାରୁ ୫ଶହ ଫୁଟ ଲମ୍ବର କଂକ୍ରିଟ ରାସ୍ତାକୁ ସମ୍ପୁର୍ଣ୍ଣ ଭାବେ ଧୋଇ ନେବା ସହ ଏକ ଘାଇ ସୃଷ୍ଟି ହେବାରୁ ଏପରି ବନ୍ୟା ପରିସ୍ଥିତି ଦେଖାଦେଇଥିବା ସ୍ଥାନୀୟ ବୋଡକ ଓ ଷାଠିବାଙ୍କୁଡା ଗାଁର ଲୋକ କହିଛନ୍ତି। ଏବେବି ଉକ୍ତ ସ୍ଥାନରେ ୪/୫ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ କ୍ଷେତ ଓ ଜନବସତି ଆଡ଼କୁ ମାଡ଼ି ଚାଲିଛି। ତାହାସହ ଦୀର୍ଘ ୧କିମି କଂକ୍ରିଟରାସ୍ତାର ଉଭୟ ପାର୍ଶ୍ୱରୁ ବାଲି ଓ ମାଟି ଧୋଇଯିବାରୁ ରାସ୍ତା ଏବେ ଯାତାୟତ ପାଇଁ ବିପଦ ଦେଖାଦେଇଛି। କେଉଁଠି ରାସ୍ତା ନଦୀ ଆଡ଼କୁ ଢଳି ରହିଛି ତ ଆଉ କେଉଁଠି ଘଳିଆ ପଡିବାରୁ ରାସ୍ତା ଫାଟି ଆଁ କରି ରହିଛି। ଫଳରେ ଦୀର୍ଘଦିନ ହେବ ଯାତାୟତ ଠପ୍ ହୋଇଯାଇଥିବାରୁ ବୋଡ଼ାକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛି। ଗାଁର ପ୍ରାଥମିକ ବିଦ୍ୟାଳୟକୁ ବାଦ ଦେଲେ ଉଚ୍ଚଶିକ୍ଷା ପାଇଁ ପାଠ ପଢୁଥିବା ୩୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଘରେ ବସିଛନ୍ତି। ତାହାସହ କୌଣସି ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ମେଡିକାଲ ଆସିବାକୁ ହେଲେ ଦେଶୀଡଙ୍ଗା ସାହା ଭରଷା ସାଜିଛି। ଏପରି ସମାନ ସ୍ଥିତି ଦେଖିବାକୁ ମିଳିଛି ମୁଁଆ, ସନ୍ତରା, ପାରଡିଆ, ଖଟୁଆ ପାଟଣା, ଭୁଇଁପୁର ଆଦି ୨୪ଟି ଗାଁରେ। ବିଶେଷକରି ଚାଷଜମିରେ ଦୀର୍ଘ ୨୫ଦିନ ହେବ ଅଂଟାଏ ଉଚ୍ଚରୁ ବନ୍ୟାପାଣି ଲହଡ଼ି ମାରୁଥିବାରୁ ଚଳିତବର୍ଷ ଆଉ ଚାଷ କାର୍ଯ୍ୟ ହୋଇ ପାରିବ ନାହିଁ ବୋଲି ଚାଷୀ କହିଛନ୍ତି। ଗତ ଗୁରୁବାର ବିଜେପି ଦଳର ରାଜ୍ୟସଭା ସାଂସଦ ତଥା ଦଳର ସଭାପତି ମନମୋହନ ସାମଲ ଆରଡି ସମେତ ସୁନ୍ଦରପୁର, ନାନ୍ଦପୁର, ଓଳଗ ୪ଟି ପଂଚାୟତର ଅନେକ ଗାଁକୁ ଯାଇ ବନ୍ୟା ବିପନ୍ନଙ୍କୁ ଭେଟିବା ସହ ସମସ୍ତ ପ୍ରକାର ସହାୟତା ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏପରିକି ଚାଷୀମାନଙ୍କର ବହୁ କ୍ଷତି ହୋଇଥିବାରୁ ତାଙ୍କ ପାଇଁ ସରକାର ଖସଡ଼ା ପ୍ରସ୍ତୁତ କରିଥିବା କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande