ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ତୀବ୍ର ପ୍ରତିବାଦ
ଭୁବନେଶ୍ବର, 21 ଅଗଷ୍ଟ (ହି.ସ.) - ଜାତୀୟ ଶିକ୍ଷା ନୀତି (ଏନଇପି ୨୦୨୦)ରେ ପ୍ରକାଶିତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରେ ମାଳ ମାଳ ସାଂଘାତିକ ତ୍ରୁଟି ରହିଛି । ବିଜେପି ସରକାର ତାହାର ସଂଶୋଧନ ନକରି ପ୍ରାକ୍ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିବାକୁ ଯୋଜନା କରିଛନ୍ତି । ଏହାକୁ ବିରୋଧ କରି ବିଜେଡି
ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ତୀବ୍ର ପ୍ରତିବାଦ


ଭୁବନେଶ୍ବର, 21 ଅଗଷ୍ଟ (ହି.ସ.) - ଜାତୀୟ ଶିକ୍ଷା ନୀତି (ଏନଇପି ୨୦୨୦)ରେ ପ୍ରକାଶିତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରେ ମାଳ ମାଳ ସାଂଘାତିକ ତ୍ରୁଟି ରହିଛି । ବିଜେପି ସରକାର ତାହାର ସଂଶୋଧନ ନକରି ପ୍ରାକ୍ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିବାକୁ ଯୋଜନା କରିଛନ୍ତି । ଏହାକୁ ବିରୋଧ କରି ବିଜେଡି ପକ୍ଷରୁ ରାଜ୍ୟବ୍ୟାପି ଶିକ୍ଷା ବଞ୍ଚାଅ ଆନେ୍ଦାଳନ ହୋଇଛି । ଏହି କ୍ରମରେ ନବରଙ୍ଗପୁର ଜିଲ୍ଲାରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାନେତ୍ରୀ ଇପ୍ସିତା ସାହୁଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଡାବୁଗାଁ ବିଧାୟକ ତଥା ଜିଲ୍ଲା ସଭାପତି ମନୋହର ରନ୍ଧାରୀ, ପୂର୍ବତନ ମନ୍ତ୍ରୀ ରମେଶ ମାଝୀ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ, ପୂର୍ବତନ ବିଧାୟକ ସୁବାସ ଗଣ୍ଡ, ପୂର୍ବତନ ବିଧାୟକ ପ୍ରକାଶ ମାଝୀ, ଜିଲ୍ଲା ପରିଷଦ ସଭାପତି ମୋତିରାମ ନାୟକ ପ୍ରମୁଖ ଉପସ୍ଥିତିରେ ନବରଙ୍ଗପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରାଟ ଗଣବିକ୍ଷୋଭ ହୋଇଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ତାଙ୍କ ଇସ୍ତଫା ଦାବି କରି ହଜାର ହଜାର ଯୁବ ଓ ଛାତ୍ରଙ୍କ ସମାଗମ ହୋଇଥିଲା । ଚାମୁରିଆଗୁଡ଼ା ଛକରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ବିଜେପି ସରକାର ବିରୋଧରେ ନାରାବାଜି କରିବା ସହ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରି କୁଶପୁତ୍ତଳିକା ଦାହ କରିଛନ୍ତି । ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ବ୍ୟବସ୍ଥାରେ ବିଜେଡି ପକ୍ଷରୁ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ । ଶିକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟିର ସମାଧାନ ଓ ଛାତ୍ରଛାତ୍ରୀଙ୍କ ହିତ ସୁରକ୍ଷା ପାଇଁ ଆଗାମୀ ଦିନରେ ମଧ୍ୟ ଆନେ୍ଦାଳନ ଜୋରଦାର ଜାରି ରହିବ । ଏନେଇ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande