କଂକ୍ରିଟ୍ ମିକ୍ସଚର ମେସିନ୍ ଚୋରି ମାମଲା : ମୁଖ୍ୟ ଅଭିଯୁକ୍ତ ଗିରଫ
କଂକ୍ରିଟ୍ ମିକ୍ସଚର ମେସିନ୍ ଚୋରି ମାମଲା : ମୁଖ୍ୟ ଅଭିଯୁକ୍ତ ଗିରଫ
କଂକ୍ରିଟ୍ ମିକ୍ସଚର ମେସିନ୍ ଚୋରି ମାମଲା : ମୁଖ୍ୟ ଅଭିଯୁକ୍ତ ଗିରଫ


ସମ୍ବଲପୁର, ୨୧, ଅଗଷ୍ଟ (ହି.ସ.)ସମ୍ବଲପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ହୀରାକୁଦ ଥାନା ପୋଲିସ ଗତ ଅଗଷ୍ଟ ୧ ତାରିଖରେ ହୋଇଥିବା କଂକ୍ରିଟ୍ ମିକ୍ସଚର ମେସିନ୍ ଚୋରି ଘଟଣାର ତଦନ୍ତ କରି ଶେଷରେ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ସୁଚନାନୁଯାୟୀ ସିଲିପଥର ପୋଖରୀ ନିକଟରୁ ଏକ କଂକ୍ରିଟ୍ ମିକ୍ସଚର ମେସିନ୍ ଚୋରି ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ହେବାପରେ ପୋଲିସ ୧୬୩/୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇ ଶେଷରେ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି। ହୀରାକୁଦ ନୂଆବଜାର ଅଂଚଳର ଦେବାଶିଷ ପାଢ଼ୀ ଯିଏକି ସମ୍ବଲପୁର ମହାନଗର ନିଗମ ଅଧୀନରେ ବିଭିନ୍ନ ଠିକା କାର୍ଯ୍ୟ କରିଥାନ୍ତି । ତାଙ୍କର ୧ ଲକ୍ଷ ୭୦ ହଜାର ଟଙ୍କା ମୂଲ୍ୟର ଏକ କଂକ୍ରିଟ୍ ମିକ୍ସଚର ମେସିନ୍ ଗତ ଅଗଷ୍ଟ ୧ ତାରିଖ ରାତି ୧ଟାରୁ ୩ଟା ମଧ୍ୟରେ କୌଣସି ଦୁର୍ବୃତ ଚୋରି କରି ନେଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଶେଷରେ ବଜରଙ୍ଗ ସାହାଣୀ ଓ ଶିବ ପାଣ୍ଡେ ନାମକ ଦୁଇ ସନ୍ଦିଗ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହେଲେ ଘଟଣାର ମୁଖ୍ୟ ଅଭିଯୁକ୍ତ ସୁରଜ ମିର୍ଦ୍ଧା ପୋଲିସକୁ ଚକମା ଦେଇ ଫେରାର ଥିବା ବେଳେ ତାକୁ ଅଗଷ୍ଟ ୨୦ ତାରିଖରେ ପୋଲିସ ମାଡି ବସିଥିଲା । ସୁଚନାଯୋଗ୍ୟ ୧ ତାରିଖରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସମୟରେ ହିଁ ପୋଲିସ ଚୋରି ହୋଇଥିବା ମିକ୍ସଚର ମେସିନ୍ ସହ ଟ୍ରାକ୍ଟରକୁ ଜବତ କରିଥିଲା।

--------------

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande