
ଜୟପୁର, ୨୧ ଅଗଷ୍ଟ (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରାବଣାଗୁଡା ଠାରେ ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆ ନେଇ ସଚେତନତା ରଥର ଶୁଭାରମ୍ଭ ହୋଇଛି । ଏହି ରଥକୁ ରାବଣାଗୁଡା ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରି ଡାକ୍ତର ସ୍ୱାସ୍ତିକ ମହଲା ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ଶୁଭାରମ୍ଭ ସମୟରେ ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରି ଧରିତ୍ରି ମୁଦୁଲି, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ସନ୍ତୋଷିନି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ରଥ ଜୟପୁର ବ୍ଲକ ର ପ୍ରତ୍ୟେକ ଗ୍ରାମରେ ବୁଲି ସଚେତନ କରିବା ସହ ସହରରେ ମଧ୍ୟ ସାହି ଗଳି କନ୍ଦି ବୁଲି ଲୋକଙ୍କୁ ସଚେତନ କରିବ । ଆଜି ଠାରୁ ଅଗଷ୍ଟ ଓ ସେପ୍ଟମ୍ବର ମାସରେ ଏହି ରଥ ବୁଲି ଲୋକଙ୍କୁ ଡେଙ୍ଗୁ ,ମ୍ୟାଲେରିଅ. ଡାଇରିଆ ରୋଗରୁ ରକ୍ଷା ପାଇବା ପାଇ ଏହି ରଥ ସଚେତନତା କରିବ । ଜ୍ୱର ହେଲେ ଅତିଶିଘ୍ର ରକ୍ତ ପରୀକ୍ଷା କରାନ୍ତୁ, ମ୍ୟାଲେରିଆ ଜଣା ପଡିଲେ ଔଷଧ ପୁରାମାତ୍ରାରେ ଖାଆନˆୁ , ପ୍ରତିଦିନ ମଶାରି ଟାଣି ଶୁଅନ୍ତୁ, ଘରେ ଓ ଆଖପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ, ମଶା କାମୁଡିବାରୁ ରକ୍ଷା ପାଇବା ପାଇଁ ମଶାଧୁପ କିମ୍ବା ମଶା ବିକର୍ଷକ ମଲମ ବ୍ୟବହାର କରିବା, ଡେଙ୍ଗୁ ରୋଗର ଲକ୍ଷଣ ଦେଖିବା ମାତ୍ରେ ଅତିଶିଘ୍ର ନିକଟସ୍ଥ ସ୍ୱାସ୍ଥ୍ୟକର୍ମୀ କିମ୍ବା ଡାକ୍ତରଖାନାରେ ପରାମର୍ଶ କରି ରୋଗ ଚିହ୍ନଟ ଓ ପ୍ରତିକାର ବ୍ୟବସ୍ଥା କରିବା । ଡାଇରିଆରୁ ରକ୍ଷା ପାଇବା ପାଇଁ ସିଝା ପାଣି କିମ୍ବା ହାଲୋଜେନ ବଟିକା ଦ୍ୱାରା ବିଶୋଧିତ ପାଣି ପିଇବା ପାଇଁ ବ୍ୟବହର କରନ୍ତୁ, ମାଛି ବସା ଓ ପଚା ସଢା ଖାଦ୍ୟ ଖାଆନ୍ତୁ ନାହିଁ, ତଟାକା ଖାଦ୍ୟ ଖାଆନ୍ତୁ, ବାହାରେ ଝାଡା ଫେରନ୍ତୁ ନାହିଁ, ପାଇଖାନା ବ୍ୟବହାର କରନ୍ତୁ । ଖାଇବା କିମ୍ବା ପିଲାଙ୍କୁ ଖୁଆଇବା ପୂର୍ବରୁ ତଥା ଶୌଚ ହେବାପରେ ହାତକୁ ସାବୁନରେ ଫଲ ଭାବେ ଧୁଅନ୍ତୁ । ଜଳ ଶୁଷ୍ମତାରୁ ରକ୍ଷା ପାଇବା ପାଇଁ ଓ.ଆର.ଏସ. ପିଅନ୍ତୁ । ଡାଇରିଆ, ଜଣ୍ଡିସ ଓ ଟାଇଫଏଡ ପରି ଜଳବାହିତା ରୋଗରୁ ରକ୍ଷା ପାଇବା ପାଇଁ ନଳକୁପ ପାଣି ପିଇବା ପାଇଁ ବ୍ୟବହାର କରନ୍ତୁ, ନଳକୁପ ପାଣି ବ୍ୟତୀତ ଅନ୍ୟ ଉତ୍ସର ପାଣିକୁ ଛାଣି ଫିଟାଇ ପିଇବା, ଖାଇବା ପୂର୍ବରୁ ଏବଂ ଝାଡାଯିବା ପରେ ହାତକୁ ଭଲ ଭାବର ସାବୁନରେ ଧୋଇବା ଆଦି ସଚେନନ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି