ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସରକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନକୁ ସୁନିଶ୍ଚିତ କରିବା ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ
ବଲାଙ୍ଗିର, 21 ଅଗଷ୍ଟ (ହି.ସ.) ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସରକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାରଙ୍କ ସାର୍ବଜନୀନ ଉଦ୍ୟୋଗ ବିଭାଗ (ପବ୍ଲିକ ଏଣ୍ଟରପ୍ରାଇସ ଡିପାର୍ଟମେଣ୍ଟ)ର କମିଶନର-ତଥା-ଶାସନ ସଚିବ ମହମ୍ମଦ ସାଦ୍ଧିକ୍ ଆଲମ୍ ଦୁଇ ଦିନିଆ ବଲାଙ୍ଗୀର ଜିଲ
ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସରକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନକୁ ସୁନିଶ୍ଚିତ କରିବା ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ


ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସରକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନକୁ ସୁନିଶ୍ଚିତ କରିବା ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ


ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସରକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନକୁ ସୁନିଶ୍ଚିତ କରିବା ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ


ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସରକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନକୁ ସୁନିଶ୍ଚିତ କରିବା ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ


ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସରକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନକୁ ସୁନିଶ୍ଚିତ କରିବା ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ


ବଲାଙ୍ଗିର, 21 ଅଗଷ୍ଟ (ହି.ସ.) ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସରକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାରଙ୍କ ସାର୍ବଜନୀନ ଉଦ୍ୟୋଗ ବିଭାଗ (ପବ୍ଲିକ ଏଣ୍ଟରପ୍ରାଇସ ଡିପାର୍ଟମେଣ୍ଟ)ର କମିଶନର-ତଥା-ଶାସନ ସଚିବ ମହମ୍ମଦ ସାଦ୍ଧିକ୍ ଆଲମ୍ ଦୁଇ ଦିନିଆ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସଚିବ ଶ୍ରୀ ଆଲମ୍ଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ଵପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା, ସେଗୁଡ଼ିକର ସଫଳତା, 'ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ' ଏବଂ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଜିଲ୍ଲାପାଳ ଗୌରୱ ଶିୱାଜି ଇସଲୱାର, ଅତିରିକ୍ତ ଜିଲ୍ଲାପାଳ ଡଃ ବିଜୟାନନ୍ଦ ସେଠୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତରଣୀ ସୁନା ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଜିଲ୍ଲାସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

ଏହି ବୈଠକରେ ବିଶେଷ କରି 'ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା', 'ଆୟୁଷ୍ମାନ୍ ଭାରତ - ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା', ' ଅନ୍ତ୍ୟୋଦୟ ଗୃହ ଯୋଜନା', 'ପ୍ରଧାନମନ୍ତ୍ରୀ ଆବାସ ଯୋଜନା', ପାଇପ୍ ଜଳ ଯୋଗାଣ ଓ ପରିମଳ, 'ସେତୁ ବନ୍ଧନ ଯୋଜନା' ଏବଂ ଗ୍ରାମୀଣ ବିଦ୍ୟୁତୀକରଣ କାର୍ଯ୍ୟସୂଚୀର ସମୀକ୍ଷା ହୋଇଥିଲା । ଶିକ୍ଷା ଓ ଶିଶୁ ବିକାଶ କ୍ଷେତ୍ରରେ 'ପଞ୍ଚସଖା ଶିକ୍ଷା ସେତୁ', 'ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ', 'ପିଏମ୍ ଶ୍ରୀ ସ୍କୁଲ୍', ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ 'ଏମ୍.ଏମ୍-ପୋଷଣ (ମଧ୍ୟାନ୍ନ ଭୋଜନ)' ଏବଂ ପ୍ରାରମ୍ଭିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା ।

ଏହା ସହିତ 'ସୁଭଦ୍ରା ଯୋଜନା', 'ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା', 'ପୋଷଣ ଅଭିଯାନ', ଶିଶୁ ବିକାଶ ପ୍ରକଳ୍ପ, ଆଦିବାସୀ ଛାତ୍ରାବାସ, 'ପିଏମ୍ ଜନମନ୍' ଏବଂ 'ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା'ର ମଧ୍ୟ ଆଲୋଚନା ହୋଇଥିଲା । ଅନ୍ୟାନ୍ୟ ପ୍ରମୁଖ ବିଷୟ ମଧ୍ୟରେ ୨୪x୭ 'ସୁଜଳ' ଜଳ ଯୋଗାଣ, 'ଅମୃତ (୨.୦)' ଜି.ଆଇ.ଏସ୍. ମାଷ୍ଟର ପ୍ଲାନ୍, ଖାଉଟି କଲ୍ୟାଣ, ସାଧାରଣ ବଣ୍ଟନ ପ୍ରଣାଳୀ, 'ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ', 'ମଧୁବାବୁ ପେନସନ ଯୋଜନା' ଏବଂ ଚାଷୀଙ୍କ ପାଇଁ ସୁଧ ରିହାତି ଯୋଜନାର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ସେହିପରି, ଗ୍ରାମୀଣ ଶିଳ୍ପ ପାର୍କ/କ୍ଲଷ୍ଟରର ବିକାଶ ଏବଂ ଜିଲ୍ଲା ଓ ଉପ-ଜିଲ୍ଲା ସ୍ତରୀୟ 'ଜନ ସୁଣାଣି' ପୋର୍ଟାଲରେ ବିଚାରାଧୀନ ଥିବା ଅଭିଯୋଗଗୁଡ଼ିକର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୀକ୍ଷା ବୈଠକରେ ଶ୍ରୀ ଆଲାମ୍ ଉପସ୍ଥିତ ଅଧିକାରୀମାନଙ୍କୁ ଜିଲ୍ଲାର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସରକାରୀ ଯୋଜନାଗୁଡ଼ିକର କାର୍ଯ୍ୟକାରିତାକୁ ଆହୁରି କ୍ରିୟାଶୀଳ କରିବା ସହ ସାଧାରଣ ଜନତା ଯେପରି ଏହାର ପ୍ରତ୍ୟକ୍ଷ ସୁଫଳ ପାଇପାରିବେ, ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି।

ଗସ୍ତର ପ୍ରଥମ ଦିନରେ ସଚିବ ଶ୍ରୀ ଆଲମ୍ ପୁଇଁନ୍ତଲା ବ୍ଲକର ବାଇଁରାସର ସ୍ଥିତ ପି.ଡି.ଏସ୍. କେନ୍ଦ୍ର ପରିଦର୍ଶନ କରିବା ସହ ‘ମିଶନ୍ କପା ଉତ୍ପାଦନଶୀଳତା’ ଅଧୀନରେ ବୁଢ଼ୀସିଣ୍ଡୋଲ୍ (ଜାମଗାଁ) ଠାରେ ୮:୨ ଅନୁପାତରେ କାନ୍ଦୁଲ ଓ ଜଡ଼ା ବୋର୍ଡର ଫସଲ ସହ କପା ଚାଷ କ୍ଷେତ୍ରର ନିରୀକ୍ଷଣ କରିଥିଲେ। ଏହା ସହିତ ରଣ୍ଡା ଗ୍ରାମର ପିଜୁଳି ବଗିଚା, ସିରାବାହାଲ ଠାରେ ଡ୍ରିପ୍ ସିଞ୍ଚନ ଦ୍ୱାରା ଫୁଲ ଚାଷ ଏବଂ ଗଇଁତଲା ଠାରେ ଅଗରବତୀ ତିଆରି କରୁଥିବା ‘ଲକ୍ଷପତି ଦିଦି’ମାନଙ୍କ ସହ ଆଲୋଚନା କରିଥିଲେ। ଏତଦ୍ବ୍ୟତୀତ ବୁବେଲ ଠାରେ WODC କଲ୍ୟାଣ ମଣ୍ଡପ, ଆଟଗାଁ ଠାରେ ସ୍ଵାଧୀନତା ସଂଗ୍ରାମୀ ସହିଦ ଧରମ ସିଂ ମାଝୀ ମାନ୍ଧାତା ସ୍ମାରକୀ, ବଲାଙ୍ଗୀର ପୌରାଞ୍ଚଳସ୍ଥ ପି.ଏମ୍. ଶ୍ରୀ ପୃଥ୍ୱୀରାଜ ହାଇସ୍କୁଲ ଏବଂ ସରକାରୀ ଆୟୁର୍ବେଦିକ କଲେଜ ଅଡିଟୋରିୟମ୍ ଗସ୍ତ କରି ସମ୍ପୃକ୍ତ କାର୍ଯ୍ୟର ପରିଦର୍ଶନ ତଥା ସମୀକ୍ଷା କରିଥିଲେ।

ସେହିପରି ଦ୍ୱିତୀୟ ଦିନ ପୂର୍ବାହ୍ନରେ ସେ ବଲାଙ୍ଗୀର ପୌରପାଳିକା ଅନ୍ତର୍ଗତ ସ୍ମାର୍ଟ ପାର୍କ ଏବଂ ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ (STP) ପରିଦର୍ଶନ କରି ନାଗରିକ ସୁବିଧା ସୁଯୋଗର ଅନୁଧ୍ୟାନ କରିଥିଲେ। ଏହାପରେ ଜିଲ୍ଲା ବନ ବିଭାଗ ପକ୍ଷରୁ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସାଲେଭଟାଠାରେ ନିର୍ମାଣାଧୀନ 'ଅଗଲପୁର-ଲୋଇସିଂହା ମେଗା ପାଇପ୍ ଜଳଯୋଗାଣ ପ୍ରକଳ୍ପ'ର ଅଗ୍ରଗତି ଯାଞ୍ଚ କରିବା ସହ ଭୀମ ଭୋଇ ମେଡିକାଲ କଲେଜ କ୍ୟାମ୍ପସରେ ଥିବା କ୍ୟାନ୍ସର ହସ୍ପିଟାଲ ଓ କୋଭିଡ୍ କେୟାର ୟୁନିଟ୍ ଗସ୍ତ କରି ସ୍ୱାସ୍ଥ୍ୟ ସେବାର ସମୀକ୍ଷା କରିଥିଲେ।

ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତରଣୀ ସୁନା, ବଲାଙ୍ଗୀର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ଯୋଜନା ବିଭାଗ ଉପ-ନିର୍ଦ୍ଦେଶକ ଅଙ୍କିତ କୁମାର ମହାକୁର, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଆଶୁତୋଷ ଜେନା, ପୁଇଁନ୍ତଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମରେନ୍ଦ୍ର ସ୍ଵାଇଁ, ବଲାଙ୍ଗୀର ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଷୀକେଶ ଗଣ୍ଡ, ପୌର ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା, ସହକାରୀ ଜିଲ୍ଲାପାଳ ରାମ ନାରାୟଣ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande