ମାଲକାନଗିରି ଜିଲ୍ଲାର ତିନି କୃତୀ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଭବ୍ୟ ସମ୍ବର୍ଦ୍ଧନା
ମାଲକାନଗିରି , ୨୧ ଅଗଷ୍ଟ (ହି.ସ.) - ଯୁକ୍ତ ତିନି ପରୀକ୍ଷାରେ ସର୍ବୋଚ୍ଚ ମାର୍କ ହାସଲ କରି ଜିଲ୍ଲା ତଥା ନିଜ କଲେଜ ପାଇଁ ଗୌରବ ଆଣିଥିବା ତିନି ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଛି। କୃତୀ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଏହି ଅସାଧାରଣ ସଫଳତା ପାଇଁ ସ୍ୱ
ମାଲକାନଗିରି ଜିଲ୍ଲାର ତିନି କୃତୀ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଭବ୍ୟ ସମ୍ବର୍ଦ୍ଧନା


ମାଲକାନଗିରି , ୨୧ ଅଗଷ୍ଟ (ହି.ସ.) - ଯୁକ୍ତ ତିନି ପରୀକ୍ଷାରେ ସର୍ବୋଚ୍ଚ ମାର୍କ ହାସଲ କରି ଜିଲ୍ଲା ତଥା ନିଜ କଲେଜ ପାଇଁ ଗୌରବ ଆଣିଥିବା ତିନି ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଛି। କୃତୀ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଏହି ଅସାଧାରଣ ସଫଳତା ପାଇଁ ସ୍ୱତନ୍ତ୍ର ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି।

ସମ୍ମାନିତ ହୋଇଥିବା ମେଧାବୀ ଛାତ୍ରଛାତ୍ରୀମାନେ ହେଲେ ମାଲକାନଗିରି ମହାବିଦ୍ୟାଳୟର ଯୁକ୍ତ ତିନି ବାଣିଜ୍ୟ ସମ୍ମାନ ଛାତ୍ରୀ ସୁପ୍ରିୟା ପାଣିଗ୍ରାହୀ, ସରକାରୀ ଆଦର୍ଶ ମହାବିଦ୍ୟାଳୟର ଯୁକ୍ତ ତିନି କଳା ସମ୍ମାନ ଛାତ୍ରୀ ପ୍ରିୟଦର୍ଶିନୀ ଗୌଡ଼ ଏବଂ ଘଡ଼େଇ ଆବାସିକ ମହାବିଦ୍ୟାଳୟର ଯୁକ୍ତ ତିନି ରସାୟନ ବିଜ୍ଞାନ ସମ୍ମାନ ଛାତ୍ର ଭୂପେନ ରାୟ।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର?୍ୟ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ଏବଂ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ଅଧ୍ୟାପକ ଡଃ ରଞ୍ଜନ ସ୍ୱାଇଁ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ ଅତିଥିମାନେ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ସେମାନଙ୍କର ଏହି ସଫଳତା ଅନ୍ୟ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ସାଜିବ ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅଧିକାରୀ ଓ ଶିକ୍ଷାବିତ୍ ମାନେ ଉପସ୍ଥିତ ରହି ଉତ୍ସାହିତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande