ଚରଦାରେ ଜିଲ୍ଲାସ୍ତରୀୟ ସିନିଅର ଫୁଟବଲ ପ୍ରତିଯୋଗିତା
ସୁବର୍ଣ୍ଣପୁର, ୨୧ ଅଗଷ୍ଟ(ହି.ସ.) – ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ପ୍ରିମିଅର ଲିଗ୍ ଫୁଟବଲ ପ୍ରତିଯୋଗିତା ବିନିକା ବ୍ଲକ୍ ଜୋନର ଚରଦା ହାଇସ୍କୁଲ୍ ପଡ଼ିଆରେ ଆଜି ପଂଚମ ଦିବସ ସେମିଫାଇନାଲ ମ୍ୟାଚ୍ରେ ଖୁର୍ଡିଆ ବାହାଲ ଓ କଦଳିପାଳି ଫାଇନାଲକୁ ପ୍ରବେଶ କରିଛନ୍ତି। ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ମ୍ୟାଚ୍ କଦ
ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ ପ୍ରତିଯୋଗିତା


ସୁବର୍ଣ୍ଣପୁର, ୨୧ ଅଗଷ୍ଟ(ହି.ସ.) – ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ପ୍ରିମିଅର ଲିଗ୍ ଫୁଟବଲ ପ୍ରତିଯୋଗିତା ବିନିକା ବ୍ଲକ୍ ଜୋନର ଚରଦା ହାଇସ୍କୁଲ୍ ପଡ଼ିଆରେ ଆଜି ପଂଚମ ଦିବସ ସେମିଫାଇନାଲ ମ୍ୟାଚ୍ରେ ଖୁର୍ଡିଆ ବାହାଲ ଓ କଦଳିପାଳି ଫାଇନାଲକୁ ପ୍ରବେଶ କରିଛନ୍ତି। ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ମ୍ୟାଚ୍ କଦଳୀପାଳି ଦଳ ଓ ଖଇରମାଲ ମଧ୍ୟରେ ହୋଇଥିଲା। ନିର୍ଦ୍ଧାରିତ ସମୟରେ ଖେଳ ଅମିମାଂସିତ ହେବା ଯୋଗୁଁ ପେନାଲ୍ଟି ଶୁଟ ଆଉଟ୍ ସହାୟତା ନିଆଯାଇଥିଲା। କଦଳୀପାଲି ଦଳ ୪-୨ରେ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଥିଲା।

ସେହିପରି ଦ୍ୱିତୀୟ ସେମିଫାଇନାଲ ଖୁର୍ଡିଆବାହାଲ ଏବଂ ସିଲାଟି ଦଳ ମଧ୍ୟରେ ଆୟୋଜିତ ହୋଇଥିଲା ଏଥିରେ ୨-୧ ଗୋଲରେ ବିଜୟୀ ହୋଇ ଖୁର୍ଡ଼ିଆବାହାଲ ଫାଇନାଲକୁ ଉନ୍ନୀତ ହୋଇଥିଲା। ଆସନ୍ତା କାଲି ଶନିବାର ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶଙ୍କରା ପଂଚାୟତ ସରପଂଚ ଅଶୋକ ପୃଷ୍ଟି, ସମ୍ମାନୀତ ଅତିଥି ଧର୍ମେନ୍ଦ୍ର ଥନାପତି, ଡାକ୍ତର ଥନାପତି, ଖେଳଶିକ୍ଷକ ସୁଶୀଲ ବାବୁ ଯୋଗଦାନ କରିଥିଲେ।

ଆଜିର ଖେଳଗୁଡ଼ିକୁ ସୁମିତ୍ ମହାଲିଙ୍ଗ, ଆଶିଷ ପଣ୍ଡା, ପରୀକ୍ଷିତ ଥପା, ଆନନ୍ଦ ଭୋଇ, ଆନନ୍ଦ ବଢ଼େଇ, ବାବୁଲାଲ ସାହୁ ପ୍ରମୁଖ ପରିଚାଳନା କରିଥିବାବେଳେ ଜିତେନ୍ଦ୍ରିୟ ଥନାପତି ମ୍ୟାଚ କମିଶନର ଦାୟିତ୍ୱ ନିର୍ବାହ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande