ମୁଣ୍ଡବିହୀନ ମୃତଦେହ ଉଦ୍ଧାର, ଅଭିଯୁକ୍ତ ଗିରଫ
ବଲାଙ୍ଗୀର, ୨୧ ଅଗଷ୍ଟ(ହି.ସ.) – ପୋଲିସ ଏକ ଗ୍ରାମ୍ୟ ପୋଖରୀରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରିଛି ଏବଂ ତଦନ୍ତ ପରେ ଶତ୍ରୁଘ୍ନ ସାହୁ ନାମକ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି। ଏହି ଘଟଣା ଦେଓଗାଁ ଥାନା ଅନ୍ତର୍ଗତ ବାଗଡ଼ା ଗ୍ରାମରେ ଘଟିଛି। ଅଭିଯୁକ୍ତ ଶତ୍ରୁଘ୍ନଙ୍କ ଘରୁ କଟା ମୁଣ୍ଡଟି ଉଦ୍ଧାର
ମୁଣ୍ଡବିହୀନ ମୃତଦେହ ଉଦ୍ଧାର, ଅଭିଯୁକ୍ତ ଗିରଫ


ବଲାଙ୍ଗୀର, ୨୧ ଅଗଷ୍ଟ(ହି.ସ.) – ପୋଲିସ ଏକ ଗ୍ରାମ୍ୟ ପୋଖରୀରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରିଛି ଏବଂ ତଦନ୍ତ ପରେ ଶତ୍ରୁଘ୍ନ ସାହୁ ନାମକ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି। ଏହି ଘଟଣା ଦେଓଗାଁ ଥାନା ଅନ୍ତର୍ଗତ ବାଗଡ଼ା ଗ୍ରାମରେ ଘଟିଛି। ଅଭିଯୁକ୍ତ ଶତ୍ରୁଘ୍ନଙ୍କ ଘରୁ କଟା ମୁଣ୍ଡଟି ଉଦ୍ଧାର କରାଯାଇଛି; ସେ ବ୍ୟକ୍ତିଜଣଙ୍କୁ ହତ୍ୟା କରିବା ପରେ ଶରୀରକୁ ପୋଖରୀରେ ଫିଙ୍ଗି ଦେଇଥିଲେ ଏବଂ ମୁଣ୍ଡକୁ ନିଜ ଘର ଭିତରେ ପୋତି ଦେଇଥିଲେ। ମୃତ ବ୍ୟକ୍ତିଜଣଙ୍କ ସେହି ଗ୍ରାମର ସନ୍ତୋଷ ଖରସେଲ ବୋଲି ଚିହ୍ନଟ କରାଯାଇଛି। ଅଭିଯୁକ୍ତ ସନ୍ତୋଷଙ୍କୁ ପାଂଚଦିନ ପୂର୍ବେ ହତ୍ୟା କରିଥିବା ଅଭିଯୋଗ ରହିଛି। ସନ୍ଦେହ କରାଯାଉଛି ଯେ ଅଭିଯୁକ୍ତ କଟା ମୁଣ୍ଡ ସହିତ କୌଣସି ପ୍ରକାରର ତାନ୍ତ୍ରିକ ବିଧି ପାଳନ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande