ବିଦ୍ୟାଳୟ ଚକ୍ଷୁ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ବନ୍ଧରେ ବୈଠକ
ଭବାନୀପାଟଣା, ୨୧ ଅଗଷ୍ଟ (ହି.ସ.)- ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା ଆନୁକୁଲ୍ୟରେ ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ ବୈଠକ କକ୍ଷରେ ବିଦ୍ୟାଳୟ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ସମସ୍ତ ସରକାରୀ ଓ ସରକାରୀ ସ୍ୱୀକୃତି ପ୍ରାପ୍ତ ବିଦ୍ୟାଳୟର ପ୍ର
ବିଦ୍ୟାଳୟ ର ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ବନ୍ଧ ରେ ବୈଠକ


ଭବାନୀପାଟଣା, ୨୧ ଅଗଷ୍ଟ (ହି.ସ.)- ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା ଆନୁକୁଲ୍ୟରେ ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ ବୈଠକ କକ୍ଷରେ ବିଦ୍ୟାଳୟ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ସମସ୍ତ ସରକାରୀ ଓ ସରକାରୀ ସ୍ୱୀକୃତି ପ୍ରାପ୍ତ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ର ଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା ଓ ମାଗଣା ଚଷମା ବଣ୍ଟନ ପାଇଁ ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ, ତପସିଲ ଭୁକ୍ତ ଜାତି ଓ ଉପଜାତି ଉନ୍ନୟନ ବିଭାଗ ଏବଂ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗର ଏକ ସମନ୍ବୟ ବୈଠକରେ କଳାହାଣ୍ଡି ଜିଲ୍ଲାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ସମସ୍ତ ଗୋଷ୍ଠି ଜନସ୍ୱାସ୍ଥ୍ୟ ଅଧିକାରୀ, ପରିଚାଳକ, ସ୍ଵେଚ୍ଛାସେବୀ ଅନୁଷ୍ଠାନ ଓ ଚକ୍ଷୁ ଚିକିତ୍ସା ଅଧିକାରୀ ମାନେ ଭାଗ ନେଇଥିଲେ । ଉକ୍ତ ବୈଠକରେ ବିଦ୍ୟାଳୟ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ସୁଚାରରୂପେ ସମ୍ପାଦନା କରିବା ପାଇଁ ସମସ୍ତ ବିଭାଗର ସମନ୍ଵୟଙ୍କୁ ଗୁରୁତ୍ୱ ଦିଆଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ


 rajesh pande