ମୁରିବାହାଲ ରେଞ୍ଜ ଚେରେଗୁଡି ଜଙ୍ଗଲରେ ହାତୀପଲ
ବଲାଙ୍ଗିର, ୨୧ ଅଗଷ୍ଟ (ହି.ସ.)- ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଂଚଳରେ ହାତୀପଲଙ୍କ ଆତଙ୍କ ଦେଖିବାକୁ ମିଳିଛି । ଦୀର୍ଘ ଦିନ ହେଲା ଏହି ୧୮ ଟିକିଆ ହାତୀପଲ ଅଂଚଳରେ ଘୁରି ବୁଲୁଛନ୍ତି । ହାତୀପଲ କାହାର ଚାଷ ଜମିରେ ପଶି ଫସଲ ଖାଇବା ସହ ଦଳିଚକଟି ଫସଲ ନଷ୍ଟ କରୁଛନ୍ତି ତ ଆଉ କେତେବେଳେ ଗାଁରେ ପଶି
ମୁରିବାହାଲ ରେଞ୍ଜ ଚେରେଗୁଡି ଜଙ୍ଗଲରେ ହାତୀପଲ


ବଲାଙ୍ଗିର, ୨୧ ଅଗଷ୍ଟ (ହି.ସ.)- ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଂଚଳରେ ହାତୀପଲଙ୍କ ଆତଙ୍କ ଦେଖିବାକୁ ମିଳିଛି । ଦୀର୍ଘ ଦିନ ହେଲା ଏହି ୧୮ ଟିକିଆ ହାତୀପଲ ଅଂଚଳରେ ଘୁରି ବୁଲୁଛନ୍ତି । ହାତୀପଲ କାହାର ଚାଷ ଜମିରେ ପଶି ଫସଲ ଖାଇବା ସହ ଦଳିଚକଟି ଫସଲ ନଷ୍ଟ କରୁଛନ୍ତି ତ ଆଉ କେତେବେଳେ ଗାଁରେ ପଶି ଲୋକଙ୍କ ଘର ଦ୍ୱାରା ଭାଙ୍ଗୁଛନ୍ତି । ସନ୍ଧ୍ୟା ହେଲେ ହାତୀପଲ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି । ଏହି ହାତୀପଲ ଏବେ ମୁରିବାହାଲ ରେଞ୍ଜ ଅନ୍ତର୍ଗତ ଯମୁନା ଗ୍ରାମ ନିକଟବର୍ତୀ ଚେରେଗୁଡି ଜଙ୍ଗଲରେ ଅଛନ୍ତି । ହାତୀର ଗତିବିଧି ଉପରେ ନଜର ରଖିଛି ବନ ବିଭାଗ । ଜଙ୍ଗଲକୁ ନଯିବା ପାଇଁ ମାଇକ୍ ଯୋଗେ ଲୋକଙ୍କୁ ସଚେତନ କରାଯାଉଛି । ପାଟଣାଗଡ଼ ରେଞ୍ଜ୍ ଅଂଚଳରୁ ଏହି ହାତୀପଲ ଆସିଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande