
ଖୋର୍ଦ୍ଧା, ୨୧ ଅଗଷ୍ଟ (ହି.ସ.) ଖୋର୍ଦ୍ଧା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଜିଲ୍ଲା ସାମାଜ କଲ୍ୟାଣ ବିଭାଗ ଆନୁକୂଲ୍ୟରେ କାର୍ଯ୍ୟ କ୍ଷେତ୍ରରେ ମହିଳା ମାନଙ୍କ ଯୌନ ନିର୍ଯ୍ୟାତନା (ନିବାରଣ, ପ୍ରତିଷେଧ ଏବଂ ପ୍ରତିକାର) ଅଧି ନିୟମ ୨୦୧୩ ଜନିତ ଜିଲ୍ଲା ସ୍ତରୀୟ କର୍ମଶାଳା ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ କର୍ମଶାଳାରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଅତିଥି ବିଷୟ ବିଶେଷଜ୍ଞ କସ୍ତୁରୀ ମହାପାତ୍ର, ଆଭ୍ୟନ୍ତରୀଣ କମିଟି ଅଧ୍ୟକ୍ଷା ନିବେଦିତା ପରିଡ଼ା, ଆଂଚଳିକ କମିଟି ଅଧ୍ୟକ୍ଷା ମଞ୍ଜୁ ପ୍ରଭା ଧଳ ପ୍ରମୁଖ ଯୋଗ ଦେଇ କାର୍ଯ୍ୟ କ୍ଷେତ୍ରରେ ମହିଳା ମାନଙ୍କ ଯୌନ ନିର୍ଯ୍ୟାତନା ନିବାରଣ ପ୍ରତିଷେଧ ଏବଂ ଆଭ୍ୟନ୍ତରୀଣ କମିଟି ଓ ଆଂଚଳିକ କମିଟିର କାର?୍ୟ୍ୟଧାରା ସମ୍ପର୍କରେ ବିଶଦ ଭାବେ ତାଲିମ୍ ପ୍ରଦାନ କରିଥିଲେ କ୍ଷ ବୈଠକରେ ଅଧ୍ୟକ୍ଷ ଏଭଳି ଅଭିଯୋଗ ଗୁଡିକର ଚିହ୍ନଟ, ଯାଂଚ, ଶୁଣାଣି ଓ ସମାଧାନ ଓଡ଼ିଶା ସରକାରଙ୍କ ସେବା ଅଧିନିୟମ ଓ ସାମ୍ବିଧାନିକ ସେବା ୨୦୧୩ ଅଧିନିୟମ ଅନୁଯାୟୀ ସମାଧାନ ଦିଗରେ ଗୁରୁତ୍ୱାରୋପ କରିଥିଲେ । ପ୍ରତ୍ୟେକ ମଣିଷ ଆତ୍ମ ସମ୍ମାନର ସହ ବଂଚିବାର ସାମ୍ବିଧାନିକ ଅଧିକାର ପ୍ରଦାନ କରିଛି । ସମୟ ସହିତ ଆମେ ସମସ୍ତେ ଚାଲିବା ସହ ଆଇନକୁ ମାନିବା ଆମ ସମସ୍ତଙ୍କ ଦାୟିତ୍ୱ ସହ ମୋ ଘର ଯେମିତି ସେମିତି ମୋ ଅଫିସକୁ ମଧ୍ୟ ସମ୍ମାନ ଦେଇ ସେବାକରିବା ଆମ ସମସ୍ତଙ୍କ ପ୍ରମୁଖ ଦାୟିତ୍ୱ ବୋଲି ଅତିଥି ବିଶେଷଜ୍ଞ କସ୍ତୁରୀ ମହାପାତ୍ର ପ୍ରକାଶ କରିଥିଲେ । ଏଥି ସହ ପ୍ରତ୍ୟେକ କାର୍ଯ୍ୟାଳୟ ମହିଳା ମାନଙ୍କ ସୁରକ୍ଷା ପାଇଁ ନିଜ କାର୍ଯ୍ୟାଳୟରେ କମିଟି ଗଠନ କରିବା, ଏଭଳି ସ୍ପର୍ଶ କାତର ଅଭିଯୋଗ ଆସିଲେ ତୁରନ୍ତ ପଦକ୍ଷେପ ନେବାକୁ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ପ୍ରତାପ ଚନ୍ଦ୍ର ବେଉରା ନିର୍ଦ୍ଦେଶ ଦେଇଥିଲେ । ବିଷୟ ବିଶାରଦ ମାନେ ଅଧିନିୟମ ୨୦୧୩ ର ବିଭିନ୍ନ ଦିଗ ଉପରେ ଆଭ୍ୟନ୍ତରୀଣ କମିଟି, ଆଂଚଳିକ କମିଟି,ପୁଲିସ ସେବା, ଜିଲ୍ଲା ପ୍ରଶାସନ ସେବା ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ତାଲିମ୍ ପ୍ରଦାନ କରିବା ସହ ଅଧିକାରୀ ମାନଙ୍କ ପ୍ରଶ୍ନର ଉତର ମଧ୍ୟ ପ୍ରଦାନ କରିଥିଲେ । ବୈଠକରେ ଡେପୁଟୀ କଲେକ୍ଟର, ସଂଗ୍ରାମ ଜେନା, ଅନନ୍ୟା ସୃଷ୍ଟି ଶତପଥୀ, ଶ୍ରିତପା ମିଶ୍ର, ସାରା ମଲ୍ଲିକ, ସୌମ୍ୟା ସାଗାରିକା ସ୍ୱାଇଁ, ଆସିଷ୍ଟାଂଟ କଲେକ୍ଟର ଭୁବନେଶ୍ୱରୀ କଅଁର, ଇପ୍ସିତା ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ । ଶେଷରେ କାର୍ଯ୍ୟକ୍ରମ ଅଧିକାରୀ ସୌଦାମିନୀ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରାକେଶ