ସେପ୍ଟେମ୍ବର ୧୨ରେ ରାଷ୍ଟ୍ରୀୟ ଲୋକ ଅଦାଲତ
କେନ୍ଦ୍ରାପଡ଼ା, ୨୧ ଅଗଷ୍ଟ(ହି.ସ.) – ଜନସାଧାରଣଙ୍କୁ ବିନାମୂଲ୍ୟରେ ଆଇନ ସେବା ଯୋଗାଇଦେବା ଲକ୍ଷ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ରାଷ୍ଟ୍ରୀୟ ଲୋକ ଅଦାଲତ ଓ ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ
ସେପ୍ଟେମ୍ବର ୧୨ରେ ରାଷ୍ଟ୍ରୀୟ ଲୋକ ଅଦାଲତ


କେନ୍ଦ୍ରାପଡ଼ା, ୨୧ ଅଗଷ୍ଟ(ହି.ସ.) – ଜନସାଧାରଣଙ୍କୁ ବିନାମୂଲ୍ୟରେ ଆଇନ ସେବା ଯୋଗାଇଦେବା ଲକ୍ଷ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ରାଷ୍ଟ୍ରୀୟ ଲୋକ ଅଦାଲତ ଓ ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ତା୧୨ .୦୯.୨୦୨୬ ରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ଜିଲ୍ଲା କୋର୍ଟ ସମେତ ଏହାର ନିକଟବର୍ତୀ ପଟ୍ଟାମୁଣ୍ଡାଇ, ଆଳି ଓ ରାଜନଗର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ ଓ ଏହି ଲୋକ ଅଦାଲତରେ ସମସ୍ତ ପ୍ରକାରର ସାଲିସ ଯୋଗ୍ୟ ଫୌଜଦାରୀ ମାମଲା, ଦାବି ସୌଦା ମାମଲା, ଚେକ୍ ବାଉନ୍ସ, ଟଙ୍କା ପୁନରୁଦ୍ଧାର ମାମଲା, ଆର୍ôଥକ ବିଷୟଗୁଡ଼ିକ( ଋଣ ପୁନରୁଦ୍ଧାର, ଏନ୍ପିଏ ସମାଧାନ), ଉତରାଧିକାରୀ ମାମଲା, ମୋଟରଯାନ ଦୁର୍ଘଟଣା ଜନିତ କ୍ଷତିପୂରଣ, ସମାଧାନ ଯୋଗ୍ୟ ଟ୍ରାଫିକ ଚାଲାଣ, ଚାକିରି ସମ୍ବନ୍ଧୀୟ ଅବସର କାଳୀନ ପ୍ରାପ୍ୟଜନିତ ମାମଲା, ଶ୍ରମବିବାଦ ଜନିତ ମାମଲା, ଜମି ଅଧିଗ୍ରହଣ ମାମଲା, ରାଜସ୍ୱ ମାମଲା, ବ୍ୟାଙ୍କ ଋଣ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ବିଲ୍ ଦେୟ ଜନିତ ବିବାଦ, ଟେଲିଫୋନ ଦେୟ ସମ୍ବନ୍ଧୀୟ ବିବାଦ, ବୈବାହିକ ବିବାଦ(ବିବାହ ବିଚ୍ଛେଦ ବ୍ୟତୀତ), ନ୍ୟାୟାଳୟରେ ମାମଲା ଦାଖଲ ପୂର୍ବରୁ ଉଲ୍ଲେଖିତ ପାରିବାରିକ ବିବାଦ, ଖାଉଟି ବିବାଦ ଓ ଅନ୍ୟାନ୍ୟ ଫୌଜଦାରୀ ମାମଲାଗୁଡ଼ିକର ଫଇସଲା ହେବ ଓ ଜିଲ୍ଲା ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଦୀପକ କୁମାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ ବୋଲି ଆଇନ ସେବା ପ୍ରାଧିକରଣର ସଚିବ ସନ୍ତୋଷ କୁମାର ମହାପାତ୍ର ସୂଚନା ଦେଇଛନ୍ତି ଓ ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତରେ ଆପୋଷ ବୁଝାମଣା ମାଧ୍ୟମରେ କୋର୍ଟରେ ବିଚାରାଧିନ ମାମଲା ଓ ନିଜ ମଧ୍ୟରେ ଥିବା ଯେକୌଣସି ମିଳାମିଶା ଯୋଗ୍ୟ ବିବାଦର ସହଜ ସମାଧାନ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପୋଯୋଗ କରିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଉଛି ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande