ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା : ନୟାଗଡ଼ ଜିଲ୍ଲାର ନୟାଗଡ଼ରେ ସର୍ବାଧିକ ୩୫.୦ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୨୧ ଅଗଷ୍ଟ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ନୟାଗଡ଼ ଜିଲ୍ଲାର ନୟାଗଡ଼ରେ ସର୍ବାଧିକ ୩୫.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ପୁରୀ ଜିଲ୍ଲାର କାକଟପୁରରେ ୩୩.୦ ମି.ମି., କଳାହାଣ୍ଡି ଜିଲ୍ଲାର ନର୍ଲାରେ ୨୩.୦ ମି.ମ
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା : ନୟାଗଡ଼ ଜିଲ୍ଲାର ନୟାଗଡ଼ରେ ସର୍ବାଧିକ ୩୫.୦  ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୨୧ ଅଗଷ୍ଟ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ନୟାଗଡ଼ ଜିଲ୍ଲାର ନୟାଗଡ଼ରେ ସର୍ବାଧିକ ୩୫.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ପୁରୀ ଜିଲ୍ଲାର କାକଟପୁରରେ ୩୩.୦ ମି.ମି., କଳାହାଣ୍ଡି ଜିଲ୍ଲାର ନର୍ଲାରେ ୨୩.୦ ମି.ମି., ପୁରୀ ଜିଲ୍ଲାର ଅସ୍ତରଙ୍ଗରେ ୨୨.୬ ମି.ମି., ନୟାଗଡ଼ ଜିଲ୍ଲାର ରଣପୁରରେ ୨୨.୨ ମି.ମି., ଭାପୁରରେ ୨୧.୩ ମି.ମି., ମାଲକାନଗିରି ଜିଲ୍ଲାର ମାଥିଲିରେ ୨୧.୦ ମି.ମି., ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ରେ ୧୮.୦ ମି.ମି., ଜଟଣିରେ ୧୬.୦ ମି.ମି., ଝାରସୁଗୁଡ଼ା ଜିଲ୍ଲାର କିରମରାରେ ୧୫.୬ ମି.ମି., ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ୧୫.୪ ମି.ମି., କଳାହାଣ୍ଡି ଜିଲ୍ଲାର କଲମପୁରରେ ୧୫.୦ ମି.ମି. ଏବଂ ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା(ପିଟିଓ)ରେ ୧୪.୦ ମି.ମି. ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande