ଚାନ୍ଦୋପାଲା ବୃହତ ଉଠାଜଳସେଚନ ପ୍ରକଳ୍ପ ପାଇଁ ପାଣି ପଞ୍ଚାୟତ କ୍ଲଷ୍ଟର ଗଠିତ
ନୂଆପଡ଼ା, ୨୧ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ଚାନ୍ଦୋପାଲା ବୃହତ ଉଠାଜଳସେଚନ ପ୍ରକଳ୍ପର ସୁଚାରୁ ପରିଚାଳନା ନେଇ ପାଣି ପଞ୍ଚାୟତ କ୍ଲଷ୍ଟର ଗଠନ କରାଯାଇଛି। ଉପଜିଲ୍ଲାପାଳ ସୂର୍ମି ସୋରେନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶାନ୍ତିପୂର୍ଣ
Pani Panchayat cluster


ନୂଆପଡ଼ା, ୨୧ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ଚାନ୍ଦୋପାଲା ବୃହତ ଉଠାଜଳସେଚନ ପ୍ରକଳ୍ପର ସୁଚାରୁ ପରିଚାଳନା ନେଇ ପାଣି ପଞ୍ଚାୟତ କ୍ଲଷ୍ଟର ଗଠନ କରାଯାଇଛି। ଉପଜିଲ୍ଲାପାଳ ସୂର୍ମି ସୋରେନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶାନ୍ତିପୂର୍ଣ୍ଣ ଭାବେ ପାଣି ପଞ୍ଚାୟତ ପଦାଧିକାରୀ ଚୟନ ହୋଇଛି। ସର୍ବସମ୍ମତି କ୍ରମେ ଅମରେଶ ପଟ୍ଟନାୟକଙ୍କୁ ସଭାପତି, ସିଦ୍ଧାର୍ଥ ଶଙ୍କର ମହାପାତ୍ରଙ୍କୁ ସମ୍ପାଦକ ଏବଂ ପରମାନନ୍ଦ ଭୋଇଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ନୂତନ କମିଟିର ପଦାଧିକାରୀମାନଙ୍କୁ ସରକାରୀ ଅଧିକାରୀଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରାଯାଇଥିଲା। ପାଣି ପଞ୍ଚାୟତ ନିର୍ବାଚନ ସମୟରେ ଖଡ଼ିଆଳ ଅତିରିକ୍ତ ତହସିଲଦାର ସୁଧାଂଶୁ ମାଝୀ, ବିଭାଗୀୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏସ୍ଡିଓ, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ସ୍ଥାନୀୟ ପୋଲିସ ମଧ୍ୟ ଉପସ୍ଥିତ ରହି ଆବଶ୍ୟକ ସହଯୋଗ ପ୍ରଦାନ କରିଥିଲେ। କମିଟିରେ ତିନି ଜଣ ମହିଳା ସଦସ୍ୟାଙ୍କୁ ମଧ୍ୟ ମନୋନୀତ କରାଯାଇଛି। ସେମାନେ ହେଲେ କମଳା ମାଝୀ, ଉମା ପଟେଲ ଓ ପଙ୍କଜିନୀ ଭୋଇ। ଅନ୍ୟ ସଦସ୍ୟ ଭାବେ ମୋହନ ଭୋଇ, ମେଘନାଦ ନିଆଲ ଓ ଦେବରାଜ ପଟେଲ ମନୋନୀତ ହୋଇଛନ୍ତି।

ନିର୍ବାଚନରେ ଅଂଶଗ୍ରହଣ କରିଥିବା ସମସ୍ତ ୯ଟି ଜୋନ୍ ର ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ରହି ନିର୍ବାଚନ ପ୍ରକ୍ରିୟାକୁ ନୀତି ଓ ନିଷ୍ଠାର ସହ ସମାପନ କରିଥିଲେ। ନୂତନ କମିଟି ଚାନ୍ଦୋପାଲା ବୃହତ ଉଠାଜଳସେଚନ ପ୍ରକଳ୍ପର ପରିଚାଳନାକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା ପ୍ରକାଶ ପାଇଛି।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande