
କେନ୍ଦ୍ରାପଡ଼ା, ୨୧ ଅଗଷ୍ଟ(ହି.ସ.) – ବିଶିଷ୍ଟ ଶିକ୍ଷକନେତା ତଥା ଅବସରପ୍ରାପ୍ତ ଶିକ୍ଷକ ଅବନୀ କୁମାର ମହାନ୍ତିଙ୍କ ୮୧ବର୍ଷ ବୟସରେ ହୃଦ୍ଘାତରେ ଶ୍ୟାମସୁନ୍ଦରପୁରସ୍ଥିତ ବାସଭବନରେ ଗୁରୁବାର ଅପରାହ୍ନରେ ବିୟୋଗ ହୋଇଯାଇଛି। କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଉଚ୍ଚବିଦ୍ୟାଳୟରୁ ଶିକ୍ଷକ ଭାବରେ ଅବସରଗ୍ରହଣ କରିବା ପରେ ଶିକ୍ଷାବିତ ଶ୍ରୀ ମହାନ୍ତି ଶିକ୍ଷକ ସଂଗଠନ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ଶେଷ ପର୍ଯ୍ୟନ୍ତ ଜଡ଼ିତ ଥିଲେ। ସ୍ୱର୍ଗତ ମହାନ୍ତି ଶେଷ ଜୀବନ ପର୍ଯ୍ୟନ୍ତ ନିଜକୁ ସମାଜସେବାରେ ନିୟୋଜିତ କରିଥିଲେ। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ସାହି ମୂରବୀ ରମେଶ ଚନ୍ଦ୍ର ମହାନ୍ତି, ଗଗନ ମହାନ୍ତି, ଜୟନ୍ତ ମହାନ୍ତି(କୁଲକୁଲ), ରାଜକିଶୋର ମହାନ୍ତି, ଅନୁପ ମହାନ୍ତି, ଅଚିନ୍ତ୍ୟ ମହାନ୍ତି, ଅନୁପ ମହାନ୍ତି(ବୁଢ଼ା), ପ୍ରଦୀପ କୁମାର ମହାନ୍ତି, ପ୍ରଣବ ମହାନ୍ତି, ରେବନ୍ତ ମହାନ୍ତି, ରଜତ ମହାନ୍ତି, ସୌମେନ୍ଦ୍ର ମହାନ୍ତି, ଭାନୁପ୍ରସାଦ ମହାନ୍ତି, ପ୍ରଭାତ ମହାନ୍ତି, ପ୍ରସନ୍ନଜିତ ମିତ୍ର, କୈଳାସ ଚନ୍ଦ୍ର ମହାନ୍ତି, ଅନୁଜ୍ଞା ମହାନ୍ତିଙ୍କ ସମେତ ବନ୍ଧୁ ଓ ପରିବାର ବର୍ଗ ଉପସ୍ଥିତ ଥିଲେ। ତାଙ୍କ ବିୟୋଗ ଖବର ପାଇ ଶିକ୍ଷକ ନେତା ବିଚିତ୍ର ପଟ୍ଟନାୟକ, ଅଧ୍ୟାପକ ଅଜୟ ରାଉତ, ଅଧ୍ୟାପକ ଅଜୟ ସାମଲ, ଭ୍ରମର ରାଉତ, କାଶୀନାଥ ରାଉତରାୟ, ମନସୁର ଅଲ୍ଲୀ, ହେମନ୍ତ ଜେନା, ରାଜେନ୍ଦ୍ର ପ୍ରସାଦ ରାଉତ, ଅଶୋକ କୁମାର, ଶୁଭାଂଶୁ ଦାସ, କୈଳାସ ସାହୁ, ବାବାଜି ଚରଣ ସାହୁ, ମହମ୍ମଦ ଫାୟାଜୁଦ୍ଦିନ, କଂଗ୍ରେସନେତା ପ୍ରଫୁଲ୍ଲ ଦାସ, ସତ୍ୟ ସାମଲ, ସିପିଆଇ(ଏମ୍) ସମ୍ପାଦକ ଗୟାଧର ଧଳ ପ୍ରମୁଖ ବହୁ ନେତା, ଶିକ୍ଷକ ସଂଗଠନର କର୍ମକର୍ତା ଓ ବିଶିଷ୍ଟ ବ୍ୟକ୍ତିମାନେ ପହଂଚି ସ୍ୱର୍ଗତ ମହାନ୍ତିଙ୍କ ଶେଷଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଶିକ୍ଷକମାନେ ସେମାନଙ୍କ ସଙ୍ଘର ନେତା ସ୍ୱର୍ଗତ ମହାନ୍ତିଙ୍କ ମରଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ଶ୍ୟାମସୁନ୍ଦରପୁର ଗ୍ରାମରୁ କେନ୍ଦ୍ରାପଡ଼ା ସହରର ଫକିରାବାଦ, ପୁରୁଣା ବସ୍ଷ୍ଟାଣ୍ଡ, ନୂଆ ବସ୍ଷ୍ଟାଣ୍ଡ, ମହିପାଳସ୍ଥିତ ମଣ୍ଡଳଶିକ୍ଷା କାର୍ଯ୍ୟାଳୟ, ଦୁହୁରିଆସ୍ଥିତ ଶିକ୍ଷକ ସଙ୍ଘ କାର୍ଯ୍ୟାଳୟକୁ ନେଇଯାଇଥିଲେ। ପ୍ରତ୍ୟେକ ସ୍ଥାନରେ ଅଲଓଷ୍ଟାର ପ୍ରାକ୍ତନ ରାଜ୍ୟ ସମ୍ପାଦକ ପ୍ରକାଶ ଚନ୍ଦ୍ର ଜେନା, ତପନ କୁମାର ସିଂ, ରାଜ୍ୟ ଅଲଓଷ୍ଟାର କାର୍ଯ୍ୟକାରୀ ସଭାପତି ଧନେଶ୍ୱର ପାତ୍ର, ଦୟାନିଧି ସ୍ୱାଇଁ, କେଶବ ଚନ୍ଦ୍ର ବିଶ୍ୱାଳ, ମାନଭଞ୍ଜନ ପ୍ରଧାନ, ଗଗନବିହାରୀ ସାହୁ, ଇଶ୍ୱର ଚନ୍ଦ୍ର ସାମଲ, ପ୍ରଣବ ଜେନା ପ୍ରମୁଖ ବହୁ ଶିକ୍ଷକ, ପୂର୍ବତନ ଶିକ୍ଷକ ଓ ଶିକ୍ଷକନେତାମାନେ ତାଙ୍କ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଗ୍ରାମ୍ୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ସାନଭାଇ ଅନୂପ ମହାନ୍ତି ମୁଖାଗ୍ନି ଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି