
ଗଞ୍ଜାମ, ୨୧ ଅଗଷ୍ଟ (ହି.ସ.)- ମଶା ଦମନ, ମଶା ପ୍ରକୋପରୁ ରକ୍ଷା ପାଇଵା, ମଶା ଦ୍ଵାରା ବିଭିନ୍ନ ରୋଗ ତଥା ମାରାତ୍ମକ ମ୍ୟାଲେରିଆ, ଫାଇଲେରିଆ ଓ ଡେଙ୍ଗୁରୁ ରକ୍ଷା ପାଇଵା ତଥା ଜନସଚେତନତା ପାଇଁ ଅଗଷ୍ଟ ୨୦ ତାରିଖକୁ ଵିଶ୍ଵ ମଶା ଦିବସ ରୂପେ ପାଳନ କରାଯାଉଛି। ତେବେ ପିତଳ ବଜାର ମଶାଙ୍କ ହବ୍ ପାଲଟିଛି। ପିତଳ ବଜାରରେ ଡ୍ରେନ୍ ପାଣି ରାସ୍ତା ଉପରେ ଭାସୁଛି। ଖାଲଖମାରେ ପଚା ପାଣି ଜମି ମଶାମାଛିଙ୍କ ଚରାଭୂଇଁ ପାଲଟିଛି। ଲୋକେ ମଶା ମାଛିଙ୍କ ପାଇଁ ରାତିରେ କି ଦିନରେ ଶୋଇ ପାରୁନାହାନ୍ତି। ପଚାଦୁର୍ଗନ୍ଧରେ ପିତଳ ଅଞ୍ଚଳ ଫାଟିପଡୁଛି। ଲୋକେ ଜ୍ୱର ଭଳି ବିଭିନ୍ନ ରୋଗର ଶିକାର ହେଉଛନ୍ତି। ଏଥିପାଇଁ କାହାରି ନିଘା ନାହିଁ। ଦୁଇ ବର୍ଷ ହେଲା ପଞ୍ଚାୟତ ପକ୍ଷରୁ ନାଳ ନର୍ଦ୍ଦମା ସଫେଇ ହୋଇ ନଥିବା ଜଣାପଡିଛି। ତୁରନ୍ତ ଏଥିପ୍ରତି ପଞ୍ଚାୟତ ଓ ଜିଲା ସ୍ୱ।ସ୍ଥ୍ଯ ବିଭାଗ କତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ