
ଭୁବନେଶ୍ୱର, 21 ଅଗଷ୍ଟ (ହି.ସ.)- ସ୍ୱାମୀ
ଲକ୍ଷ୍ମଣାନନ୍ଦ ସରସ୍ୱତୀଜୀଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ତାଙ୍କୁ ପ୍ରଣାମ କରିଛନ୍ତି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୂଜ୍ୟପାଦ ସ୍ୱାମୀ
ଲକ୍ଷ୍ମଣାନନ୍ଦ ସରସ୍ୱତୀଜୀଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ତାଙ୍କ ପବିତ୍ର ଚରଣାରବିନ୍ଦରେ
ଭକ୍ତିପୂତ ପ୍ରଣାମ।
ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ଧର୍ମ, ସଂସ୍କୃତି
ଓ ଜନସେବା ପାଇଁ ତାଙ୍କର ଆଜୀବନ ଉତ୍ସର୍ଗୀକୃତ ଜୀବନ ଆମ ସମାଜ ପାଇଁ ଦୀପ୍ତିମନ୍ତ ମାର୍ଗଦର୍ଶକ।
ସେ ଥିଲେ ସନାତନ ଚେତନାର ଏକ ଅଲୌକିକ ଅନୁଷ୍ଠାନ। ତାଙ୍କର ଅମର ଆଦର୍ଶ ଓ ସେବା ମନୋଭାବ
ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଚିର ଜାଜ୍ୱଲ୍ୟମାନ ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା